PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ମହିଳା ପାଇଲଟ୍‌ଙ୍କ କ୍ଷେତ୍ରରେ ଆଗରେ ଭାରତ; ଏୟାର ଇଣ୍ଡିଆରେ ସବୁଠାରୁ ଅଧିକ କର୍ମଚାରୀ

Image Courtesy: DNA India

ନୂଆଦିଲ୍ଲୀ,୦୮/୦୩: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବୁଧବାର ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ତା’ର ୧୮୨୫ କର୍ମଚାରୀଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା ପାଇଲଟ ରହିଛନ୍ତି। ଏ‌ଥିସହିତ ସବୁଠାରୁ ଅଧିକ ମହିଳା ପାଇଲଟ ନିଯୁକ୍ତି କ୍ଷେତ୍ରରେ ଏୟାର ଇଣ୍ଡିଆ ସବୁଠାରୁ ବଡ଼ ଏୟାରଲାଇନ ହୋଇଛି। କେବଳ ଏତିକି ନୁହେଁ ମହିଳା ପାଇଲଟ୍‌ଙ୍କ ନିଯୁକ୍ତି କ୍ଷେତ୍ରରେ ଭାରତ ଶିର୍ଷରେ ରହିଛି। ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଟାଟା ଗ୍ରୁପ୍‌ର ମାଲିକାନାରେ ଥିବା ଏୟାରଇଣ୍ଡିଆ, ଏୟାରଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାରଏସିଆ ଇଣ୍ଡିଆର ୯୦ରୁ ଅଧିକ ବିମାନ ଚଳାଚଳ କରିବାକୁ ଯାଉଥିବା ବେଳେ ଏ‌ଥିରେ ନିଯୁକ୍ତ ପାଇଲଟ ସମସ୍ତେ ମହିଳା ସଦସ୍ୟ ଅଟନ୍ତି।

ଏକ ବିବୃତ୍ତିରେ କୁହାଯାଇ‌ଥିଲା ଯେ, ମାର୍ଚ୍ଚ ୧ ରୁ ଏହି ବିମାନଗୁଡିକ ଘରୋଇ ଏବଂ ଆନ୍ତର୍ଜାତୀୟ ମାର୍ଗରେ ପରିଚାଳିତ ହେଉଛି। ପୁଣି କୁହାଯାଇଛି ଯେ, “ସମସ୍ତ ମହିଳା ପରିଚାଳିକା ବା କ୍ରିୟୁ ସଦସ୍ୟଙ୍କୁ ସହିତ ୯୦ଟି ଉଡ଼ାଣରେ ଏୟାର ଇଣ୍ଡିଆ ଘରୋଇ ଏବଂ ଆନ୍ତର୍ଜାତୀୟ ରୁଟକୁ ୪୦ ଟି ବିମାନ ଚଳାଚଳ କରୁଛି। ଅନ୍ୟପକ୍ଷରେ ଏଆଇ ଏକ୍ସପ୍ରେସ ୧୦ ଟି ଆନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି ଏବଂ ଏୟାରଏସିଆ ୪୦ ରୁ ଅଧିକ ଘରୋଇ ବିମାନ ଚଳାଚଳ କରୁଛି।

ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ୪୦ ପ୍ରତିଶତରୁ ଅଧିକ ମହିଳା ଅଛନ୍ତି। ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍‌ ଓ୍ବିଲସନ୍‌ଙ୍କ କହିବା କଥା ହେଲା, ଭାରତରେ ସବୁଠାରୁ ଅଧିକ ମହିଳା ପାଇଲଟ୍‌ ଅଛନ୍ତି। ସେ ପୁଣି କହିଛନ୍ତି,”ଆମ ଏୟାର ଇଣ୍ଡିଆରେ ଆମ ସହିତ କାମ କରୁଥିବା ମହିଳା ପାଇଲଟ୍‌ଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ନେଇ ଆମେ ଗର୍ବିତ। ମହିଳାମାନେ ଯେକୌଣସି କ୍ଷେତ୍ରରେ ଉନ୍ନତ ହୋଇପାରିବେ ବୋଲି ବାର୍ତ୍ତା ଦେଉଥିବାରୁ, ଆମେ ସେମାନଙ୍କ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦେଉଛୁ। ”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଅଧିକ ଭାରତୀୟ ମହିଳା ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର କରୁଥିବା ବେଳେ କର୍ମକ୍ଷେତ୍ରରେ ଲିଙ୍ଗଗତ ସମାନତା ମଧ୍ୟ ଆସୁଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାରଏସିଆ ଇଣ୍ଡିଆର ଏକ ତୃତୀୟାଂଶରୁ ଅଧିକ କର୍ମଚାରୀ ହେଉଛନ୍ତି ମହିଳା। ଏୟାର ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି, “ଅନେକ ମହିଳା ଅର୍ଥ, ବାଣିଜ୍ୟିକ, ମାନବ ସମ୍ବଳ, ବିମାନ ଟ୍ରେନିଂ, ବିମାନ ଉଡ଼ାଣ, ଇଞ୍ଜିନିୟରିଂ, ସୁରକ୍ଷା ଏବଂ ଅପରେସନ୍ ନିୟନ୍ତ୍ରଣ ସହିତ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଉଭୟ ବିମାନ ସେବାରେ ସମୁଦାୟ ୯୭ ମହିଳା ପାଇଲଟ୍ ରହିଛନ୍ତି।

ସମ୍ବନ୍ଧିତ ଖବର