କଟକ, ୦୬/୦୯: କଟକ ସୁଭାଷ ସେତୁ ତଳ କାଠଯୋଡ଼ି ନଦୀ ପଠାରେ ଫସିଛନ୍ତି ୫୦ ରୁ ଉର୍ଦ୍ଧ୍ୱ ଗାଈ, ବାଛୁରୀ ଓ ଷଣ୍ଢ। ପ୍ରତ୍ୟେକ ଦିନ ଏମାନେ ନଦୀ ପଠାକୁ ଘାସ ଚରିବାକୁ ଆସିଥାନ୍ତି। ନଦୀରେ ପାଣି ବଢ଼ି ଯାଇଥିବାରୁ ସେମାନେ କୂଳକୁ ଆସି ପାରୁନାହାନ୍ତି

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଈ ପଲ ଦୁଇରୁ ତିନି ଦିନ ହେବ ସେଠାରେ ଫସି ରହିଛନ୍ତି । ଖାଦ୍ୟ ଖାଇ ନଥିବାରୁ ସେମାନେ ଦୁର୍ବଳ ହୋଇପଡ଼ିବେ। ସେପଟେ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ମଧ୍ୟ ଲାଗି ରହିଛି । ଯାହା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ତେଣୁ ସେମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ପ୍ରଶାସନକୁ ଅନୁରୋଧ କରିଛନ୍ତି ​​​​​​​