ନୂଆଦିଲ୍ଲୀ, ୫।୯: ଶରୀରକୁ ସୁସ୍ଥ ରଖିବା ପାଇଁ ଅନ୍ୟ ଭିଟାମିନ ଭଳି ଭିଟାମିନ ଡି ମଧ୍ୟ ଖୁବ ଜରୁରୀ ହେଲେ ଆବଶ୍ୟକତାଠୁ ଅଧିକ ଭିଟାମିନ ଡି ଶରୀର ପାଇଁ କ୍ଷତିକାରକ ୨୦୨୪ ମସିହାରେ ଆବଶ୍ୟକତାଠୁ ଅଧିକ ଭିଟାମିନ ଡିର ସେବନ ଯୋଗୁଁ ବ୍ରିଟେନର ୮୯ ବର୍ଷୀୟ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଭିଟାମିନ ଡିର ଓଭରଡୋଜ୍ ଯୋଗୁଁ ତାଙ୍କ ହାର୍ଟ ଏବଂ କିଡନୀ ଫେଲ ହୋଇଯାଇଥିଲା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ୧୯ରୁ ୭୦ ବର୍ଷୀୟ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ପ୍ରତିଦିନ ୧୫ ମାଇକ୍ରୋଗ୍ରାମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ୨୦ ମାଇକ୍ରୋଗ୍ରାମ୍ ଭିଟାମିନ ଡି ସେବନ କରିବା ଉଟିତ୍ ସେହିପରି ଜଣେ ବୟସ୍କ ବ୍ୟକ୍ତି ଅତି ବେଶିରେ ପ୍ରତିଦିନ ୧୦୦ ମାଇକ୍ରୋଗ୍ରାମ୍ ଭିଟାମିନ ଡି ନେଇପାରିବେ ପ୍ରତିଦିନ ଏହାଠୁ ଅଧିକ ଭିଟାମିନ ଡି ସେବନ କରିବା ବିଷ ସହ ସମାନ

ରିପୋର୍ଟ ଅନୁସାରେ, କିଛି ଲୋକଙ୍କ ପାଇଁ ୧୦୦ ମାଇକ୍ରୋଗ୍ରାମ ଭିଟାମିନ ଡି ବି କ୍ଷତିକାରକ ହୋଇପାରେ ଭିଟାମିନ ଡି ଶରୀରରେ ଅଧିକ ହେବା ଦ୍ୱାରା ରକ୍ତରେ କ୍ୟାଲସିୟମ ସ୍ତର ବଢ଼ିଯାଏ ପ୍ରାରମ୍ଭିକ ଲକ୍ଷଣ ଭାବେ ବାନ୍ତି, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ଭୋକ କମ୍ ଲାଗେ କିଛି ସ୍ଥିତି ମଣିଷ ଚେତାଶୂନ୍ୟ ହେବା ଆଶଙ୍କା ରହିଛି କେବଳ ସେତିକି ନୁହେଁ, କିଡନୀ ଜନିତ ସମସ୍ୟା, ମାଂସପେଶୀ ଯନ୍ତ୍ରଣା ଓ ଦୁର୍ବଳ ଲାଗିବା ଏବଂ ହୃଦସ୍ପନ୍ଦନ ସହ ଜଡ଼ିତ ସମସ୍ୟା ମଧ୍ୟ ଦେଖାଦେଇପାରେ ତେବେ ଏହାର ଅତ୍ୟଧିକ ପ୍ରଭାବ ପ୍ରଥମେ କିଡନୀ ଉପରେ ପଡ଼ିଥାଏ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ୍ ଅନୁସାରେ, ଏହାଦ୍ୱାରା କିଡନୀରେ ଷ୍ଟୋନ, କ୍ୟାଲସିୟମ ଜମିବା ଏବଂ ଅଚାନକ ଏହା ଖରାପ ହେବା ସମସ୍ୟା ଦେଖାଦିଏ ଏହାପରେ ଏହାର ଅଧିକ ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ ଫଳରେ ହୃଦ୍‌ଘାତ ହେବା ଆଶଙ୍କା ଥାଏ ଭିଟାମିନ ଡି ସ୍ୱାସ୍ଥ୍ୟ ଲାଗି ଜରୁରୀ ତେବେ ଡାକ୍ତରଙ୍କ ପରାମର୍ଶରେ ଭିଟାମିନ୍ ଡି ନେବା ଉଚିତ୍