PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ

ପାଟନା ୨୯/ ୦୬: ବିହାରରେ ଅସଦୁଦ୍ଦିନ ଓଓ୍ବେସୀଙ୍କ AIMIM ଦଳର ୪ ଜଣ ବିଧାୟକ ଆରଜେଡିରେ ଯୋଗ ଦେବାପରେ ଚିହିକି ଉଠିଛନ୍ତି ଦଳର ଅଧ୍ୟକ୍ଷ । ବାରମ୍ବାର ବିଜେପିକୁ ଟାର୍ଗେଟ କରୁଥିବା ଓଓ୍ବେସୀ କିନ୍ତୁ ଏଥର କଂଗ୍ରେସକୁ ପାଠ ପଢାଇଛନ୍ତି । ସେ କହିଛନ୍ତି, ‘ଭାରତରେ କଂଗ୍ରେସ କମଜୋର ହେଉଛି ସତ । କିନ୍ତୁ ସେ ଦଳ ବିଲକୁଲ ବିଲୁପ୍ତ ହୋଇଯିବା ଉଚିତ । ଦେଶରେ ସେଭଳି ଦଳର କୌଣସି ଆବଶ୍ୟକତା ନାହିଁ’ ।

ବୁଧବାର ଭୋପାଳରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଓଓ୍ବେସୀ କହିଛନ୍ତି, ‘କଂଗ୍ରେସ ଲଗାତାର ଭାବେ ତଳକୁ ଖସୁଛି । କଂଗ୍ରେସ ନା କେବଳ କମଜୋର ହେଉଛି ବରଂ ଦେଶକୁ ବିଲୁପ୍ତ ହୋଇଗଲେ ଖୁବ ଭଲ । ଯାହା ଫଳରେ ଦେଶରେ ନୂଆ ରାଜନୀତି ଆରମ୍ଭ ହୋଇପାରିବ’।

ଓଓ୍ବେସୀ କହିଛନ୍ତି, ‘କେବଳ କଂଗ୍ରେସ ଯୋଗୁଁ ହିଁ ନରେନ୍ଦ୍ର ମୋଦି ଦେଶରେ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି’ । କଂଗ୍ରେସର ଭୋଟ ବ୍ୟାଙ୍କ ଭାଙ୍ଗିବା ଅଭିଯୋଗକୁ ଖାରଜ କରି ଏଆଇଏମଆଇଏମ୍‌ ମୁଖ୍ୟ କହିଛନ୍ତି, ‘ଯଦି ଏଭଳି କିଛି ହୋଇଛି ବୋଲି କେହି ଭାବୁଛନ୍ତି ତେବେ ପ୍ରଜ୍ଞା ଠାକୁର ଓଓ୍ବେସୀ ଯୋଗୁଁ ବିଜୟୀ ହୋଇଛନ୍ତି ବୋଲି ଭାବନ୍ତୁ । ଓଓ୍ବେସୀ ଯୋଗୁଁ କଂଗ୍ରେସର ୨୨ ଜଣ ବିଧାୟକ ଶିବରାଜ ସିଂହ ଚୌହାନଙ୍କ ଦଳ ବିଜେପିରେ ସାମିଲ ହୋଇଛନ୍ତି ବୋଲି କୁହନ୍ତୁ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ବୟାନ ଦିଅନ୍ତୁ’।

ଓଓ୍ବେସୀ ଆହୁରି ମଧ୍ୟ କହିଛନ୍ତି, ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହୁଲ ଗାନ୍ଧିଙ୍କୁ ହାଜର କରିବା ସମୟରେ କଂଗ୍ରେସ ୧୦୦ ଜଣ କର୍ମୀଙ୍କୁ ମଧ୍ୟ ଏକାଠି କରିପାରିନଥିଲା’ । ଭୋପାଳର ହିନ୍ଦି ପଟଲରେ ରହୁଥିବା ସଂଖ୍ୟାଲଘୁଙ୍କୁ ଆହ୍ବାନ ଦେଇ ଓଓ୍ବେସୀ କହିଛନ୍ତି, ମୁସଲମାନ ମାନେ ଆଗାମୀ ବିଧାନସଭା ଏବଂ ମ୍ୟୁନିସିପାଲିଟି ନିର୍ବାଚନରେ ସ୍ଥାନୀୟ ଦଳିତ ଏବଂ ଆଦିବାସୀଙ୍କ ସହ ମେଣ୍ଟ କରି ନିର୍ବାଚନ ଲଢନ୍ତୁ । ଏହା ହେଲେ କଂଗ୍ରେସ ଉଚିତ ଶିକ୍ଷା ପାଇବ’।