PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଆୟୁ କମାଏ ପ୍ୟାକେଟ୍‌ ଖାଦ୍ୟ

source;www.videojet.in

ପ୍ରୋସେସ୍‌ଡ ଫୁଡ୍‌ ବା ପ୍ୟାକେଟ ଖାଦ୍ୟ ଖାଇଲେ ଆୟୁ କମିଥିଲାବେଳେ ରନ୍ଧାଖାଦ୍ୟ ଆୟୁ ବଢ଼ାଏ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଅଷ୍ଟ୍ରେଲିଆ ସ୍ଥିତ ଡେକିନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଅଧ୍ୟୟନ ୧୦ବର୍ଷ ଧରି କରିଥିଲେ । ଅଧ୍ୟୟନରେ ମୋଟ୍‌ ୧୦୫,୫୧୯ ଲୋକଙ୍କୁ ସାମିଲ କରାଯାଇଥିଲା । ତେବେ ସେମାନଙ୍କୁ ସେମାନଙ୍କ ଦୈନିକ ଜୀବନର ଖାଦ୍ୟପେୟ ବିଷୟରେ ପାଞ୍ଚଟି ପ୍ରଶ୍ନ ପଚରାଯାଇଥିଲା ଏବଂ ଦଶବର୍ଷ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପୁଣି ପର୍ଯ୍ୟବେକ୍ଷଣ କରାଯାଇଥିଲା । ତ୍ମମଧ୍ୟରୁ ୧୨ ପ୍ରତିଶତ ଲୋକଙ୍କୁ କାରୋନାରି ହାର୍ଟ ଡିଜିସ୍‌ ରୋଗ ଆଶଙ୍କା ଦେଖାଯାଇଥିଲା ବେଳେ ୧୩ପ୍ରତିଶତ ଲୋକଙ୍କୁ ଏହି ରୋଗ ହୋଇଥିଲା ଏବଂ ୧୧ ପ୍ରତିଶତ ଲୋକଙ୍କ ମସ୍ତିଷ୍କରେ ରକ୍ତ ସଂଚାଳନର ସମସ୍ୟା ଦେଖାଇଥିଲା ।

ତେବେ ମିଳିଥିବା ରିପୋର୍ଟ ହିସାବରେ, ପ୍ୟାକେଟ୍‌ ଖାଦ୍ୟ ବା ଡବା ଖାଦ୍ୟକୁ ତାଜା ଓ ସ୍ୱାଦଯୁକ୍ତ ରଖିବା ପାଇଁ ସେଥିରେ ବିଭିନ୍ନ କେମିକାଲ ଓ ସୁଗାରି ସେରେଲସ୍‌ମ ମିଶିଥାଏ । ଯାହା ହୃଦ୍‌ଘାତ ଆଶଙ୍କା ବଢ଼ାଇବା ସହ କାର୍ଡିଓଭାସ୍କୁଲାର୍‌ ଡିଜିଜ୍‌ ବୃଦ୍ଧି କରେ । ଯଦି ଏହିପରି ଖାଦ୍ୟ ଦିନକୁ ଚାରିଥର ଗ୍ରହଣ କରାଯାଏ, ତେବେ ଆୟୁ କମିଥାଏ । ଫ୍ରାନ୍ସରେ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ପ୍ୟାକେଟ୍‌ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କଠାରେ ୧୨ ପ୍ରତିଶତ ହୃଦ୍‌ଘାତଜନିତ ରୋଗ ବଢ଼ିଥାଏ । ଛୋଟପିଲା ଏହିପରି ଖାଦ୍ୟ ଗ୍ରହଣ କଲେ, ପ୍ରିମାଚ୍ୟୁର ଡେଥ୍‌ର ଆଶଙ୍କା ବୃଦ୍ଧିପାଏ । ଏହାଛଡ଼ା ପ୍ୟାକେଟ୍‌ ଖାଦ୍ୟରେ ଲୁଣ ଓ ସାଚୁରାଟେଡ୍‌ ଫ୍ୟାଟ୍‌ ରହିଥିବା କାରଣରୁ ଧମନୀଜନିତ ରୋଗ, ରକ୍ତଚାପ, ଅବସାଦ, ମୋଟାପଣ ଓ କର୍କଟ ରୋଗ ବୃଦ୍ଧି ପାଇଥାଏ ।