PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପଦ୍ମପୁର ଉପନର୍ବାଚନ: ୨୨ରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା, ୩୧୯ ବୁଥ୍‌ ଓ ୨ ଲକ୍ଷ ୬୦ ହଜାର ଭୋଟର

ବରଗଡ଼,୨୦/୧୧: ପଦ୍ମପୁର ଉପନର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଆସନ୍ତା ୨୨ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଯାଉଛି । ସେହିକ୍ରମରେ ପୁଲିସ ଓ ଜିଲ୍ଲା ପ୍ରଶାସନ ସମେତ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିବା ବେଳେ ଭୋଟର ମହଲରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ।

ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟର ସଂଖ୍ୟା ଗତବର୍ଷ ଭଳି ଅପରିବର୍ତ୍ତିତ ରହିଥିବା ବେଳେ ଏଥର ୩୧୯ଟି ବୁଥ୍‌ରେ ୨ ଲକ୍ଷ ୫୯ ହଜାର ୩୨୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ ବୋଲି ବରଗଡ଼ ନିର୍ବାଚନ ଅଧିକାରୀଙ୍କଠାରୁ ଜଣାପଡ଼ିଛି ।

ଉପନିର୍ବାଚନ ସମୟରେ ନିର୍ବାଚନମଣ୍ଡଳୀର ଚତୁଃପାଶ୍ୱର୍ସ୍ଥ ଜିଲ୍ଲା ବା ସୀମାନ୍ତ ଅଞ୍ଚଳରୁ ଗଣ୍ଡଗୋଳର ଯଥେଷ୍ଟ ସମ୍ଭାବନା ଥିବାରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସପି ସ୍ମିଥ ପି.ପରମାର ସ୍ପଷ୍ଟ କରିଛନ୍ତି । ଏଥିପାଇଁ ମୋଟ ୨୨ଟି ନାକା ବା ଚେକପୋଷ୍ଟ ପାଇଁ ଯୋଜନା କରାଯାଇଛି । ନିର୍ବାଚନମଣ୍ଡଳୀର ଏକାଧିକ ଅଂଶ ମାଓ ଅଧ୍ୟୁଷିତ ହୋଇଥିବାରୁ ଅଧିକ ଫୋର୍ସ ପାଇଁ ରିକ୍ୟୁଜିସନ କରାଯାଇଛି । ବର୍ତ୍ତମାନ ପାଇଁ ଜିଲ୍ଲାରେ ମୁତୟନ ୪ ପ୍ଲାଟୁନ ସିଆର୍‌ପିଏଫ୍‌, ଏକ ପ୍ଲାଟୁନ ଏସ୍‌ଓଜି ଓ ଏକ ପ୍ଲାଟୁନ ଡିଭିଏଫ ଫୋର୍ସ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଛନ୍ତି । ଆଗାମୀ ଦିନରେ ଆହୁରି ୩ ପ୍ଲାଟୁନ ଓଏଏସପି ଓ ୨ ପ୍ଲାଟୁନ ସିଆରପିଏଫ ଆସିବାକୁ ଥିବା ବେଳେ ରାଜ୍ୟ ପୁଲିସ ଫୋର୍ସ ସହ ୨୧ ପ୍ଲାଟୁନ ଫୋର୍ସ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବେ ବୋଲି ଏସପି ସୂଚନା ଦେଇଛନ୍ତି

ସମ୍ବନ୍ଧିତ ଖବର