ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ମରଣଯନ୍ତା ପାଲଟିଛି ପାଦେରୀପଡା ଠାରୁ ଶମ୍ଭୁଖୁସା ରାସ୍ତା, ଅର୍ଥ ମଞ୍ଜୁର ପରେ ମଧ୍ୟ ହୋଇପାରୁନି ରାସ୍ତା କାମ

Published By : Prameya | December 10, 2024 10:43 PM

ଫିରିଙ୍ଗିଆ, ୧୦l ୧୨  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳ ମାନଙ୍କରେ   ଯାତାୟାତର ସୁବିଧା ପାଇଁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ପକ୍କା ସଡ଼କ ନିର୍ମାଣ କରିଚାଲିଛନ୍ତି I କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ  ଅବହେଳା ପାଇଁ ଅର୍ଥ ମଞ୍ଜୁର ହେବା ପରେ ମଧ୍ୟ୍ୟ ବର୍ଷବର୍ଷ ଧରି ରାସ୍ତା କାମ ଅଧାରେ ଅଟକି ରହିଛି I ଯାହାଦ୍ୱାରା ଏହି ରାସ୍ତା ଗୁଡିକ ଉପରେ ଯାତାୟାତ ପାଇଁ ନିର୍ଭର କରୁଥିବା ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ଏଭଳି ଏକ ଅର୍ଦ୍ଧ ନିର୍ମିତ ରାସ୍ତା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା କୁଇରୀମାଣ୍ଡୁ ପଞ୍ଚାୟତରେ I 

ସୂଚନା ଅନୁସାରେ ଏହି କୁଇରୀମାଣ୍ଡୁ ପଞ୍ଚାୟତ ବାସୀଙ୍କ ବହୁବାର ଦାବିପରେ ପଞ୍ଚାୟତ ଅଧୀନରେ ଥିବା ପାଦେରୀପଡା ଠାରୁ ସମ୍ବୁଖୁସା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଛି I ଏହାସହ ଏହି କାମ ପାଇଁ ୨ ବର୍ଷ ହେଲା ଟେଣ୍ଡର ପ୍ରକ୍ରିୟା ସରିସାରିଥିବା ବେଳେ କାମଟିକୁ ଆରମ୍ଭ ମଧ୍ୟ କରାଯାଇଛି I   କାମଟି ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଥିବା ବେଳେ ୨ ବର୍ଷ ହେଲା ଏହି ରାସ୍ତା କାମଟି ସମୁଦାୟ ଶହେ ଭାଗରୁ କୋଡିଏ ଭାଗ ମଧ୍ୟ ନିର୍ମାଣ ହୋଇପାରିନାହିଁ I 

ପ୍ରଥମତଃ  ସରକାରୀ ନିୟମ ଅନୁସାରେ ରାସ୍ତା କାମ ଆରମ୍ଭରୁ ରାସ୍ତା କାମରେ ବିବରଣୀ ଥିବା ଫଳକ ଲଗାଯିବ କଥା କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା କାମରେ କୌଣସି ଫଳକ ଲାଗିନାହିଁ I ଅନ୍ୟପଟେ ୫ କିଲୋମିଟର ଦେର୍ଘ୍ୟ ବିଶିଷ୍ଟ ଏହି ରାସ୍ତା   ଦୁଇଟି ଘାଟି ଥିବା ବେଳେ କେବଳ ଘାଟି ଜାଗାରେ ଠିକାଦାର ଜଣକ ରାସ୍ତା କୁ ଖୋଳି ଦେଇ ଚୁପ ହୋଇ ବସିରହିଛନ୍ତି I ଯାହାଫଳରେ ରାସ୍ତା ଟି ବର୍ତ୍ତମାନ ମରଣ ଯନ୍ତାରେ ପରିଣତ ହୋଇଛି I ରାସ୍ତାଟି ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ରାସ୍ତା ଖୋଳିବା ପରେ ରାସ୍ତା ଉପରେ ବଡ଼ବଡ଼ ପଥର ସବୁ ପଡିଛି I ଯାହାଫଳରେ ଏହି ରାସ୍ତାରେ କୌଣସି ଗାଡିତ ଯିବା ଦୂରର କଥା ଚାଲିକି ଯିବା ମଧ୍ୟ୍ୟ କଷ୍ଟ ସାଧ୍ୟ ହୋଇପଡିଛି I ରାସ୍ତା କାମ ଆରମ୍ଭ କରି କେବଳ ରାସ୍ତାକୁ ଜେସିବିରେ ଖୋଳି ଦେଇ ଉଭାନ ହୋଇଯାଇଥିବା ଠିକାଦାର ଓ ରାସ୍ତା କାମ ଦାୟିତ୍ୱରେ ଥିବା ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳ ର ଜନସାଧାରଣ  ଏହାସହ ବିଭାଗୀୟ ଅବହେଳାକୁ ମଧ୍ୟ୍ୟ ଦାୟୀ କରିଛନ୍ତି I 

ସେପଟେ ଏହି ରାସ୍ତା କାମ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିନାୟକ ରାଉତଙ୍କୁ ପଚାରିବାରୁ କିଛିଦିନ ହେଲା ଠିକାଦାର ଙ୍କ କିଛି ପାରିବାରିକ ସମସ୍ୟା ରହିଥିବାରୁ କାମଟି ଅଧା ହୋଇ ପଡ଼ିରହିଛି ଓ ଖୁବ ଶୀଘ୍ର କାମଟି ଆରମ୍ଭ କରାଯିବ ବୋଲି କହିଛନ୍ତି I  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.