ଘୋଷଣା ହେଲା ପଦ୍ମ ପୁରସ୍କାର; ୬ ମହାନ ବ୍ୟକ୍ତିତ୍ବଙ୍କୁ ପଦ୍ମ ବିଭୁଷଣ,୪ ଓଡ଼ିଆ ସାମିଲ

Image Courtesy: Jagran
ନୂଆଦିଲ୍ଲୀ,୨୫/୦୧: ୭୪ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାରରେ ସମ୍ମାନୀତ ହେବାକୁ ଯାଉଥିବା ବ୍ୟକ୍ତିମାନଙ୍କର ନାମ ଘୋଷଣା କରାଯାଇଛି। ଚଳିତ ଥର ସମୁଦାୟ ୧୦୬ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏଥିରୁ ୯୧ଜଣଙ୍କୁ ପଦ୍ବଶ୍ରୀ ସମ୍ମାନୀତ କରାଯିବା ସହିତ ୯ଜଣଙ୍କୁ ପଦ୍ମଭୁଷଣ ସମ୍ମାନରେ ସମ୍ନାନୀତ କରାଯିବ। ମୁଲାୟମ ସିଂହ ଯାଦବଙ୍କୁ ମରଣତ୍ତୋର ପଦ୍ମ ବିଭୁଷଣରେ ସମ୍ମାନୀତ କରାଯିବ। ପଶ୍ଚିମବଙ୍ଗର ଡଃ ଦିଲିପ ମହାଲାନବିସଙ୍କୁ ପଦ୍ବ ବିଭୁଷଣରେ ସମ୍ମାନୀତ କରାଯିବ। ଓଆରଏସ ଆବିଷ୍କାର ପାଇଁ ତାଙ୍କୁ ସମ୍ମାନିତ କରାଯିବ। ଏହା ସହିତ ରତନ ଚନ୍ଦ୍ରାକରଙ୍କୁ ପଦ୍ମଶ୍ରୀ ଦିଆଯିବ। ସେ ଆଣ୍ଡାମାନର ଜରାୱା ଜନଜାତିରେ ମିଳିମିଳା ନିରାକରଣ କ୍ଷେତ୍ରରେ ଭଲ ପଦକ୍ଷେପ ପାଇଁ ତାଙ୍କୁ ସମ୍ମାନିତ କରାଯିବ। ସେହିପରି ଭାବରେ ୪ଓଡ଼ିଆଙ୍କୁ ଚଳିତ ଥର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ।
ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ପଦ୍ବଶ୍ରୀ, ପଦ୍ମ ଭୁଷଣ ଓ ପଦ୍ମ ବିଭୁଷଣ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ ଅଟେ। ସୂଚନାଥାଉକି, ଭାରତ ରତ୍ନ ପରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ପଦ୍ମ ବିଭୁଷଣ ଅନ୍ୟତମ।
୬ ମହାନ ବ୍ୟକ୍ତିତ୍ବଙ୍କୁ ପଦ୍ମ ବିଭୁଷଣ:
ଯେଉଁ ପ୍ରମୁଖ ମହାନ ବ୍ୟକ୍ତିତ୍ବଙ୍କୁ ପଦ୍ମବିଭୁଷଣରେ ସମ୍ମାନୀତ କରାଯିବ ସେମାନଙ୍କ ମଧ୍ୟରୁ ବାଳକୃଷ୍ଣ ଦୋସି(ମରଣୋତ୍ତର), ଏସ.ଏମ କୃଷ୍ଶା, ଦିଲିପ ମହାଲନାବିସ(ମରଣତ୍ତୋର), ଶ୍ରୀନିବାସ ବର୍ଦ୍ଧନ ଏବଂ ମୁଲାୟମ ସିଂହ ଯାଦବ(ମରଣୋତ୍ତର) ସାମିଲ ଅଛନ୍ତି। ଏହି ପୁରଷ୍କାର ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ଏକ ସ୍ବତନ୍ତ୍ର ସମାରୋହରେ ମମ୍ମାନୀତ କରାଯାଏ, ଯାହାକି ବିଶେଷ କରି ମାର୍ଚ୍ଚ/ଏପ୍ରିଲ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଥାଏ।
୨୦୨୩ ପାଇଁ ରାଷ୍ଟ୍ରପତି ୧୦୬ଟି ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଥିଲେ। ସୂଚିରେ ୬ଜଣଙ୍କୁ ପଦ୍ମ ବିଭୁଷଣ, ୯ଜଣଙ୍କୁ ପଦ୍ମଭୁଷଣ ଓ ୯୧ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ। ସେହିପରି ଭାବରେ ୪ଜଣ ଓଡ଼ିଆଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଷ୍ଣା ପଟେଲ୍ ଓ ମାଗୁଣିଚରଣ କୁଅଁର ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ବେଳେ କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ ଏବଂ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଶ୍ରୀ ଅନ୍ତର୍ଯ୍ୟାମି ମିଶ୍ରଙ୍କ ନାଁ ଘୋଷଣା କରାଯାଇଛି।