ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପଦ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

Published By : Gurupada Nath | November 29, 2024 6:43 PM

କେନ୍ଦୁଝର ସଦର,୨୯/୧୧ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ମହାଲକ୍ଷ୍ମୀ ପଡ଼ିଆରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଆଜି ଉଦଘାଟିତ ହୋଇଯାଇଛି । ଏହି କ୍ରୀଡ଼ାରେ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ବେଣୁଧର ମହାନ୍ତଙ୍କ ଅଧକ୍ଷତା କରିଥିବାବେଳେ ପ୍ରଥମ ଦିବସର ଉଦଘାଟନୀ କାର୍ଯ୍ୟକ୍ରମରେ ପଦ୍ମପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡାକ୍ତର ଶିବଚରଣ ବାଘ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି ।

କ୍ରୀଡା ଉପସଭାପତି ଅଧ୍ୟାପକ ସନତ ଦାସ  ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଇତିହାସ ଅଧ୍ୟାପକ ରାମଶଙ୍କର ସାହୁ ଯୋଗ ଦେଇଛନ୍ତି । ଏହି କ୍ରୀଡ଼ାରେ ୧ ଶହ ମିଟର, ୨ଶହ ମିଟର, ୪ଶହ ମିଟର, ୮ ମିଟର, ୧୫ ଶହ ମିଟର ଦୌଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଡିସ୍କଶ ଥ୍ରୋ ଆଦି ୨୧ ପ୍ରକାର ପ୍ରତିଯୋଗିତା ମୂଳକ ଖେଳ ଜାରି ରହିଛି । ବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ସୁରେଶ ଆଚାର୍ଯ୍ୟ ଖେଳର ଧାରାବିବରଣୀ ପ୍ରଦାନ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.