ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

‘ଭାରତରେ ଆତଙ୍କବାଦ ଆକ୍ରମଣର ତଦନ୍ତ ରୁଷ୍ କିମ୍ବା ଚୀନ୍ କରନ୍ତୁ, ଭାରତ ସତ କହୁଛି କି ମିଛ ଜଣାପଡିବ’: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

Published By : Prameya | April 27, 2025 8:47 PM

ନୂଆଦିଲ୍ଲୀ: ପାକିସ୍ତାନ ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ରୁଷ ଏବଂ ଚୀନକୁ ସାମିଲ କରିବାକୁ ଚାହୁଁଛି।୨୨ ଏପ୍ରିଲରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ମାନେ ୨୬ ଜଣଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ।ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ୨୦୧୯ ମସିହାରେ ପୁଲୱାମା ଆକ୍ରମଣ ପରେ ଏହା ଘାଟିର ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା।

ଋଷ ସରକାରଙ୍କ RIA ନୋଭୋସ୍ତି ନ୍ୟୁଜ୍ ଏଜେନ୍ସିକୁ ସମ୍ପ୍ରତି ଏକ ସାକ୍ଷାତକାରରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ କହିଛନ୍ତି ଯେ, "ମୁଁ ଭାବୁଛି ରୁଷ କିମ୍ବା ଚୀନ୍ କିମ୍ବା କୌଣସି ପଶ୍ଚିମ ଦେଶ ଏହି ସଙ୍କଟରେ ଏକ ବଡ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବେ । ସେମାନେ ଏକ ତଦନ୍ତ ଦଳ ଗଠନ କରିପାରିବେ ଯିଏକି ଭାରତ କିମ୍ବା ମୋଦି ମିଛ କହୁଛନ୍ତି କି ସତ୍ୟ କହୁଛନ୍ତି ତାହା ତଦନ୍ତ କରିବେ। ଏକ ଅନ୍ତର୍ଜାତୀୟ ଦଳକୁ ଏହି ତଦନ୍ତର ଦାୟୀତ୍ବ ଭାର ଦିଆଯିବା ଉଚିତ୍ । ସେ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ଏକ ଅନ୍ତର୍ଜାତୀୟ ତଦନ୍ତ ପ୍ରସ୍ତାବ ଦେଇଛନ୍ତି।

ତେବେ ନ୍ୟୁଜ୍ ଏଜେନ୍ସି ଖୱାଜାଙ୍କୁ ଉଦ୍ଧୃତ କରି କହିଛି କି, "ଭାରତରେ, କାଶ୍ମୀରରେ ଏହି ଘଟଣା ପାଇଁ କିଏ ଦାୟୀ ଏବଂ କିଏ ଏହାକୁ ଘଟାଉଛନ୍ତି ତାହା ଖୋଜନ୍ତୁ। କଥାବାର୍ତ୍ତା କିମ୍ବା ଖାଲି ବୟାନର କୌଣସି ପ୍ରଭାବ ନାହିଁ। ଏଥିରେ ପାକିସ୍ତାନ ସମ୍ପୃକ୍ତ କିମ୍ବା ଏହି ଲୋକମାନଙ୍କୁ ପାକିସ୍ତାନର ସମର୍ଥନ ଥିବାର କିଛି ପ୍ରମାଣ ରହିବା ଆବଶ୍ୟକ? ଏଗୁଡ଼ିକ ଫମ୍ପା ବୟାନ ଏବଂ ଅନ୍ୟ କିଛି ନୁହେଁ।"

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.