ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ପହଲଗାମ ଆତଙ୍କୀ ହମଲାରେ ଅକ୍ଷୟ କୁମାର ଓ ସଞ୍ଜୟ ଦତ୍ତ ସ୍ତବ୍ଧ , କହିଲେ – ଆମକୁ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ

Published By : Prameya | April 22, 2025 11:06 PM

ମୁମ୍ୱାଇ : ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାମରେ ମଙ୍ଗଳବାର ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କ ଉପରେ ଫାୟାରିଂ କରିଦେଇଛନ୍ତି । ହମଲାରେ ୨୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସେପଟେ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାର କଡ଼ା ନିନ୍ଦା କରି ଦେଶବାଶୀଙ୍କୁ ଭରସା ଦେଇଛନ୍ତି ଯେ ଆତଙ୍କୀଙ୍କୁ ଛଡା ଯିବ ନାହିଁ । ଅନ୍ୟପଟେ ସେଲିବ୍ରେଟିମାନେ ଏହି ଘଟଣା ବିଷୟରେ ଶୁଣି ସ୍ତବ୍ଧ ହୋଇଛନ୍ତି। ସୋନୁ ସୁଦ୍‌ ଓ ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଏହି ହମଲାର ସମାଲୋଚନା କରିଛନ୍ତି।

ସୋନୁ ସୁଦ୍ ଲେଖିଛନ୍ତି , କାଶ୍ମୀରର ପହଲଗାମ୍‌ରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଉପରେ ଭୀରୁତାପୂର୍ଣ୍ଣ ଆତଙ୍କବାଦୀ ହମଲାର କଡ଼ା ନିନ୍ଦା କରୁଛି। ସଭ୍ୟ ଦୁନିଆରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ ଏବଂ ଏହି ଭୀରୁତାପୂର୍ଣ୍ଣ କାର୍ଯ୍ୟ ଅସ୍ୱୀକାର୍ଯ୍ୟ । ଯେଉଁ ପରିବାରମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ,ତାଙ୍କ ପ୍ରତି ମୋର ଗଭୀର ସମ୍ୱେଦନା ଓ ଯିଏ ଆହତ ହୋଇଛନ୍ତି ତାଙ୍କର ଶୀଘ୍ର ସୁସ୍ଥ ହେବାକୁ ପ୍ରାର୍ଥନା କରୁଛି। ଓମ୍‌ ସାଇଁ ରାମ୍‌ ।

ଅକ୍ଷୟ କୁମାର ଲେଖିଛନ୍ତି, ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାର ଖବର ଶୁଣି ସ୍ତବ୍ଧ। ଏହିପରି ନିର୍ଦ୍ଦୋଷ ଲୋକଙ୍କ ହତ୍ୟା କରିବା ଜଘନ୍ୟ ପାପ । ସେମାନଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛି।

ସଞ୍ଜୟ ଦତ୍ତ ଲେଖିଛନ୍ତି, ସେ ଆମ ଲୋକଙ୍କୁ ଖୁବ୍‌ ନିର୍ମମ ଭାବେ ମାରିଛନ୍ତି। ତାଙ୍କୁ କ୍ଷମା କରାଯାଇ ପାରିବ ନାହିଁ । ଏହି ଆତଙ୍କବାଦୀମାନେ ଜାଣିବା ଉଚିତ୍‌ କି ଆମେ ଚୁପ୍‌ ବସିବୁ ନାହିଁ। ଆମେ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ, ମୁଁ ଆମର ପ୍ରଧାନମନ୍ତ୍ରୀ ଜୀ , ଗୃହମନ୍ତ୍ରୀ ଜୀ ଓ ପ୍ରତିରକ୍ଷା ମନ୍ତ୍ରୀ ଜୀଙ୍କୁ ଅନୁରୋଧ କରୁଛି କି ତାଙ୍କୁ ସେହି ସଜା ଦିଆଯାଉ , ଯାହାର ସେ ହକଦାର। 

ଅନୁପମ ଖେର ଭିଡ଼ିଓ ସେୟାର କରି ଲେଖିଛନ୍ତି , ଭୁଲ ...ଭୁଲ ...ଭୁଲ୍...!!! ପହଲଗାମ ହତ୍ୟାକାଣ୍ଡ !! ଶବ୍ଦ ଆଜି ନପୁଂସକ !!

ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଲେଖିଛନ୍ତି , ହେ ଭଗବାନ  ! ହେ ଭଗବାନ ! ହେ ଭଗବାନ ! ଏବେ ଚିକାଗୋରେ ଲ୍ୟାଣ୍ଡ ହୋଇଛି ଏବଂ ଏହି ଅମାନବୀୟ ଦୁଃଖଦ ଘଟଣା ବିଷୟରେ ଜଣାପଡ଼ିଛି। ମୋତେ ଏହି କଥାର ଭୟ ବହୁତ ଦିନରୁ ଥିଲା। ମୁଁ ସବୁବେଳେ କହି ଆସୁଛି କି କାଶ୍ମୀରରେ ଶାନ୍ତି ନଥିଲା, ଏହା ଏକ ରଣନୀତିକ ନିରବତା ଥିଲା । ମୁଁ @AmitShah ଜୀଙ୍କୁ ଅନୁରୋଧ କରୁଛୁ କି ସେ କାଶ୍ମୀର ଓ ବଙ୍ଗଳା ଉଭୟର ତୁରନ୍ତ ସୁରକ୍ଷିତ କରନ୍ତୁ , ଏହା ପୂର୍ବରୁ କି ଆଉ କୌଣସି ଦୁଃଖକ ଘଟଣା ସାମ୍ନାକୁ ନଆସୁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.