PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପାଇକ ମହାସଂଘ ପାଳିଲା ପାଇକ ଦିବସ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ମାର୍ଚ୍ଚ ୨୯ ତାରିଖ ଭାରତୀୟ ଇତିହାସରେ ଏକ ପ୍ରସିଦ୍ଧ ଦିବସ ବୋଲି ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ପାଇକ ବିଦ୍ରୋହ’ ଓଡ଼ିଶା ମାଟିରୁ ଏହି ଦିନ ହିଁ ଆରମ୍ଭ ହୋଇଥିଲା । ପାଇକ ବାହିନୀ ଇଂରେଜ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ସମ୍ମୁଖ ଯୁଦ୍ଧରେ ଇଂରେଜ ବାହିନୀକୁ ପରାସ୍ତ କରିବା ସହିତ ହାଜତ ପୋଡ଼ିଥିଲେ ଏବଂ ଇଂରେଜ ସୈନ୍ୟଙ୍କୁ ପରାସ୍ତ କରି ଆଗକୁ ମାଡ଼ି ଚଲିଥିଲେ । ଏହାପରେ ଏହା ଓଡ଼ିଶାର ଚାରିଆଡ଼େ ସଂଗ୍ରାମ ପ୍ରସାରିତ ହୋଇଥିଲା ।

ତେଣୁ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ଦିନ ହିଁ ଆରମ୍ଭ ହୋଇଥିଲା । ପାଇକ ମହାସଂଘ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ‘ପାଇକ ଦିବସ’ ପାଳନ ନକରିବା ଏହା ପାଇକମାନଙ୍କ ପ୍ରତି ଉଦାସୀନତାର ପ୍ରତୀକ । ପାଇକ ଆଖଡ଼ା ଆଜି ମାଟିରେ ମିଶିଗଲାଣି ଏହା ପୁନରୁଦ୍ଧାର କରାଯାଉ ନାହିଁ । ପାଇକ ଆଖଡ଼ାକୁ ସ୍କୁଲ୍‌, କଲେଜରେ ସ୍ଥାନ ଦେଇ ଏହାକୁ ଏନ୍‌ସିସି, ସ୍କାଉଟ୍‌ର ମାନ୍ୟତା ଦେବା ତଥା ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବା, ପାଇକ ଦିବସ ପାଳନ ଏବଂ ପାଇକ ଏକାଡ଼େମୀ ଗଠନ କରିବା ଉପରେ ରାଜ୍ୟ ସଭାପତି ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜିର ଏହି ସମାବେଶରେ ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ବିଶାରଦ ଗୁରୁ କେଦାର ଦାଶ, ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜନ ବଳିୟାରସିଂହ, ଦଳବେହରା ମନୋରଞ୍ଜନ ପଶ୍ଚିମ କବାଟ, ଜଗତସିଂହପୁର ଜିଲ୍ଲା ସଭାପତି ବିଦ୍ୟାଧର ନାୟକ, ରାଜ୍ୟ ଉପଦେଷ୍ଟା ବିଭୂତି ସ୍ୱାଇଁ, ପ୍ରମୋଦ ସାମନ୍ତରାୟ, ନୟାଗଡ଼ ସଭାପତି ଭରତ ଦାସ, କାକଟପୁର ଗୁରୁ ଶ୍ରୀଧର ଦାସ ଯୋଗ ଦେଇଥିଲେ ।