ନୂଆଦିଲ୍ଲୀ, ୨୭/୨ : ଜିମ୍ବାଓ୍ବେ ବିପକ୍ଷରେ ଫର୍ମକୁ ଫେରିଛନ୍ତି ଭାରତୀୟ ଓପନର ବ୍ୟାଟ୍ସମ୍ୟାନ୍ ଅଭିଶେକ ଶର୍ମା । ଲିଗ୍ ପର୍ଯ୍ୟାୟରେ ଖାତା ଖେଳିପାରିନଥିଲେ କି ଦକ୍ଷିଣଆଫ୍ରିକା ବିପକ୍ଷରେ ବଡ଼ ପାଳିରେ ବଦଳାଇ ପାରିନଥିଲେ । ଯେଉଁ କାରଣରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଗଣମାଧ୍ୟମରେ ଅଭିଶେକ ଶର୍ମାଙ୍କୁ କଡ଼ା ସମାଲୋଚନା କରୁଥିଲେ । ସେ ପୂର୍ବରୁ କହୁଥିଲେ କି, ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ନୁହେଁ । ବାଜୁ ବାଜୁ ବାଜିଯାଉଥିଲା । ଏମିତିକି ସେ ଜଣେ ବଦମାସ ଖେଳାଳି ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ ।
ଜିମ୍ବାଓ୍ବେ ବିପକ୍ଷରେ ୩୦ ବଲରୁ ୫୫ ରନର ପାଳି ଖେଳିବା ପରେ ଏବେ ଅଭିଶେକ ଶର୍ମାଙ୍କୁ ଭୁରି ଭୁରି ପ୍ରଂଶସା କରିଛନ୍ତି ମହମ୍ମଦ ଅମୀର । କର ବା ମର ମ୍ୟାଚ ସମୟରେ ଫର୍ମକୁ ଅଭିଶେକ ଫେରିବା ଦଳ ପାଇଁ ଲାଭଦାୟକ ହେବ । ଏହାସହ ସେ କହିଥିଲେ କି, ଅଭିଶେକ ଶର୍ମା ଜଣେ ଭଲ ବ୍ୟାଟ୍ସମ୍ୟାନ । ମଜାରେ କହିଥିଲେ କି, ସେ ପାକିସ୍ତାନ ପାଇଁ ବିପଦ ସାଜିବେ । ସେପଟେ ଟିମ ଇଣ୍ଡିଆ ସମ୍ପର୍କରେ କହିଥିଲେ କି, ଭାରତ ଜିମ୍ବାଓ୍ବେ ବିପକ୍ଷରେ ବିଜୟ ପରେ ଏବେ ସେମିଫାଇନାଲ ପାଇଁ ରାସ୍ତା ଫିଟିଛି । ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲେ ସିଧା ସେମିରେ ପହଞ୍ଚିବ ।
ଏହାସହ ପଢ଼ନ୍ତୁ : କ’ଣ ରହିଛି ରେକର୍ଡ ? : ଯେବେ ବି ଭାରତକୁ ଟି-୨୦ ବିଶ୍ବକପରେ ଭେଟିଛି, ଅକଳରେ ପକାଇଛି ଓ୍ବେଷ୍ଟଇଣ୍ଡିଜ୍