PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଏହି ଅଭିନେତାଙ୍କୁ ‘ପାକିସ୍ତାନର ରଣବୀର କପୁର’ କୁହନ୍ତି , ଡ୍ୟାନ୍ସ ଭିଡ଼ିଓ ଭାଇରାଲ

ମୁମ୍ୱାଇ – ପାକିସ୍ତାନରେ ସର୍ବଦା ସେଠାର ଫିଲ୍ମ ଠାରୁ ବଲିଉଡର ଫିଲ୍ମର ବହୁତ କ୍ରେଜ୍‌ ରହିଛି। ପାର୍ଟି ଠାରୁ ନେଇ ବିବାହ ଆଦିରେ ହିନ୍ଦୀ ଫିଲ୍ମ ଗୀତ ବାଜିଥାଏ। ଆପଣଙ୍କର ମନେଥିବ ନିକଟରେ ପାକିସ୍ତାନୀ ଯୁବତୀଙ୍କ ଏକ ଭିଡ଼ିଓ ଭାଇରାଲ ହେଉଥିଲା , ଯେଉଁଥିରେ ସେ ଲତା ମଙ୍ଗେସକରଙ୍କ ଗୀତ ମେରା ଦିଲ ୟେ ପୁକାରେ ଆଜା ରେ  ଡ୍ୟାନ୍ସ କରୁଥିଲେ । ଏବେ ଏମିତି ହିଁ କିଛି ଜଣେ ପାକିସ୍ତାନୀ ଅଭିନେତାଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଅଭିନେତା ଜଣଙ୍କ ତୁ ଝୁଠି ମୈଁ ମକ୍କାରର ଗୀତରେ ଡ୍ୟାନ୍ସ କରିଛନ୍ତି। ଏହି ପାକିସ୍ତାନୀ ଆକ୍ଟରଙ୍କୁ ସେଠାରେ ରଣବୀର କପୁର କୁହାଯାଏ।

ପାକିସ୍ତାନର ଏହି ଆକ୍ଟରଙ୍କର ନାମ ହମ୍ମାଦ ସୋଏବ । ତାଙ୍କର ଚେହେରା ଓ ହାବ-ଭାବ ରଣବୀର କପୁରଙ୍କ ସହ ସାମଞ୍ଜସ୍ୟ ରହିଛି। ହମ୍ମାଦ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ , ଯେଉଁଠି ସେ ରଣବୀରଙ୍କ ଗୀତ ପ୍ୟାର ହୋତା କଇ ବାର ହୈ  ଉପରେ ଡ୍ୟାନ୍ସ କରିଥିଲେ। ତାଙ୍କର ପଛରେ ଭେନ୍ୟୁରେ ପହଞ୍ଚି ଥିବା ଅନ୍ୟ ଲୋକେ ଠିଆ ହୋଇ ଥିଲେ । ହମ୍ମାଦଙ୍କର ଏହି ଭିଡ଼ିଓ ବାରମ୍ୱାର ଦେଖାଯାଉଛି। ଏବେସୁଦ୍ଧା ଏହାକୁ ଅଢେଇ ଲକ୍ଷ ଲୋକ ଲାଇକ୍‌ କରିଛନ୍ତି।

ଭିଡ଼ିଓ ଭାଇରାଲ ହେବା ପରେ ହମ୍ମାଦ ଏହି ଭେନ୍ୟୁରୁ ଆଉ ଏକ ଭିଡ଼ିଓ ସେୟାର କରିଛନ୍ତି। ସେ ଏହା ସହ ଲେଖିଛନ୍ତି , କାହିଁକି ନା ମୋର ଇନଷ୍ଟା ଫ୍ୟାମିଲି ଚାହୁଁଥିଲେ କି, ମୁଁ ଏହି ଡ୍ୟାନ୍ସ ଭିଡ଼ିଓକୁ ଦ୍ୱିତୀୟ ଆଙ୍ଗଲରୁ ସେୟାର କରିବି। ତ ଏଠାରେ କରିଛି।

ସମ୍ବନ୍ଧିତ ଖବର