ପୁଣି ଫିଲ୍ମ ଷ୍ଟାଇଲରେ ଫମ୍ପା ଧମକ: ପାକିସ୍ତାନୀ ସେନା କହିଲେ ‘ହମ୍ ଗୁଜରେ ହୁଏ କଲ କି ଫୌଜ ନେହିଁ’

source:aajtak.intoday.in
ନୁଆଦିଲ୍ଲୀ ୨୨/୨: ଶୁକ୍ରବାର ପୁଣି ଭାରତକୁ ଫମ୍ପା ଧମକ ଦେଇଛି ପାକିସ୍ତାନ । ପାକିସ୍ତାନ ଆର୍ମୀ ପ୍ରବକ୍ତା ତଥା ଇଣ୍ଟର-ସର୍ଭିସେଜ୍ ପବ୍ଲିକ୍ ରିଲେସନ୍ସ (ISPR)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ଆସିଫ ଗଫୁର ମିଡିଆକୁ ସମ୍ବନ୍ଧିତ କରି କହିଛନ୍ତି ଯେ ପାକିସ୍ତାନ ଜମାରୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉନି ବରଂ ଏଥିପାଇଁ ଭାରତ ପ୍ରସ୍ତୁତ ହେଉଛି । ସେ ଏହାମଧ୍ଯ କହିଛନ୍ତି, ‘ହମ୍ ଗୁଜରେ ହୁଏ କଲ କି ଫୌଜ ନେହିଁ, ଅପନି ରକ୍ଷା କରନା ହମାରା ହକ୍ ହୈ, ଅଗର ଭାରତ ଆକ୍ରାମକ ତେୱର ଦିଖାଏ ତୋ ହମ୍ ଭି ଜବାବ୍ ଦେଙ୍ଗେ’ । ଅର୍ଥାତ୍ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉନୁ କିନ୍ତୁ ଆମେ ନିଜକୁ ରକ୍ଷା କରିବୁ । ଆମେ ଗତକାଲିର ସେନା ନୁହେଁ । ଯଦି ଭାରତ ଆକ୍ରମଣ କରିବ ତେବେ ଆମେ ମଧ୍ୟ ଜବାବ ଦେବୁ ।
Major General Asif Ghafoor,DG ISPR,Pakistan Army on talks in India that Pakistan is preparing for war: We're not preparing for war. It's you(India) who is sending war threats. We're not preparing for initiating a war but we've a right to respond to the war threats from your side pic.twitter.com/INfcG5KfrM
— ANI (@ANI) February 22, 2019
ସେ କହିଛନ୍ତି ଯେତେବେଳେ ପୁଲୱାମାରେ ଆକ୍ରମଣ ହୋଇଥିଲା ସେତେବେଳେ ୮ ବଡ ବଡ ପୋଗ୍ରାମ ଥିଲା ଯେଉଁଥିରେ ପାକିସ୍ତାନ ବ୍ଯସ୍ତ ଥିଲା କିମ୍ବା ତ ସହିତ ଜଡିତ ଥିଲା । ଏଥିରେ ସାଉଦୀ ପ୍ରିନ୍ସଙ୍କ ପାକ୍ ଗସ୍ତ, ୟୁଏନଏସସିରେ ଆତଙ୍କବାଦ ଉପରେ ଆଲୋଚନା, ୟୁଏନରେ କଶ୍ମୀର ମାମଲା, କୁଳଭୂଷଣ ଯାଦବଙ୍କ ଆନ୍ତର୍ଜାତୀୟ ଅଦାଲତରେ ଶୁଣାଣି ଆଦି ଥିଲା । ତେଣୁ ଏପରି ପରିସ୍ଥିତିରେ ପାକିସ୍ତାନ କେମିତି ଏହି ଆକ୍ରମଣରେ ସାମିଲ ହୋଇପାରିବ ? ଏଥିରେ ପାକିସ୍ତାନର କିଛି ଫାଇଦା ନାହିଁ ।
ସେ ଏହା ମଧ୍ଯ କହିଛନ୍ତି ଆକ୍ରମଣରେ ଯେଉଁ ଗାଡିର ବ୍ୟବହାର ହୋଇଥିଲା ସେହି ଗାଡି ପାକିସ୍ତାନରୁ ଯାଇନି । ଏହି ଘଟଣାର ଆକ୍ରମଣକାରୀ ଜଣେ କଶ୍ମୀରୀ ଥିଲା । ସେ ଏହା ମଧ୍ଯ କହିଲେ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତକୁ ଅଫର ଦେଇଥିଲେ, ପ୍ରମାଣ ଦିଅ ଆମେ ଯାଞ୍ଚ କରିବୁ କିନ୍ତୁ ଆଜି ପର୍ଯ୍ଯନ୍ତ ପ୍ରମାଣ ଦିଆଗଲାନି ।ତେବେ କହିରଖୁଛୁ ଇମ୍ରାନ୍ ଖାନଙ୍କ ଏହି ପ୍ରମାଣ ମାଗିବା ବୟାନ ଉପରେ ଭାରତର ଅନେକ ନେତା ଓ ଫିଲ୍ମ କଳାକାର ପ୍ରତିକ୍ରିୟା ରଖି ତାଙ୍କୁ ଓ ପାକିସ୍ତାନକୁ କଟାକ୍ଷ କରିଥିଲେ ।