ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟାର ତାଣ୍ଡବ, ଏଯାଏଁ ଗଲାଣି ୨୩୪ ଜଣଙ୍କ ଜୀବନ…

Published By : Ladu Kishor | July 23, 2025 9:35 PM

ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ତାଣ୍ଡବ ରଚିଛି। ମୌସୁମୀ ବର୍ଷା ଅନେକ ସ୍ଥାନରେ ବନ୍ୟା ସୃଷ୍ଟି କରିଛି,ଯେଉଁଥିରେ ୨୩୪ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ବୁଧବାର ଏ ବିଷୟରେ ସୂଚନା ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର୨୨ ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ପଞ୍ଜାବର ପ୍ରମୁଖ ନଦୀ ଏବଂ ନିକଟବର୍ତ୍ତୀ ଜଳଭଣ୍ଡାରରେ ବନ୍ୟା ବିପଦର ଚେତାବନୀ ଜାରି କରିଛନ୍ତି।

ବର୍ଷା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ସତର୍କତା ଅବଲମ୍ବନ କରୁଛି। ଅଧିକାରୀ ମାନେ ଲୋକ ମାନଙ୍କୁ ସେମାନଙ୍କ ଗୋରୁଗାଈ ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରିଛନ୍ତି। ବନ୍ୟା ପାଣି ଘର, ଚାଷ ଜମି ଏବଂ ରାସ୍ତା ଭିତ୍ତିଭୂମିକୁ ପ୍ରବଳ କ୍ଷତି ପହଞ୍ଚାଇଛି। ଏନେଇ ଅଧିକାରୀ ମାନେ କହିଛନ୍ତି ଯେ ଚେନାବ,ସିନ୍ଧୁ ଏବଂ ଝେଲମ୍ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପଞ୍ଜାବ ପ୍ରଦେଶର ମୁଜାଫରଗଡ଼, ଡେରା ଗାଜି ଖାନ, ରହିମ ୟାର ଖାନ,ଝାଙ୍ଗ ଏବଂ ନାନକାନା ସାହିବର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୨୨୩ ରୁ ୨୩୪ ରେ ପହଞ୍ଚିଛି। 

ଏନଡିଏମଏ ଅନୁଯାୟୀ, ବର୍ଷା ଏବଂ ବନ୍ୟା ଯୋଗୁଁ ପଞ୍ଜାବ ସବୁଠାରୁ ଅଧିକ ପ୍ରଭାବିତ ପ୍ରଦେଶ ରହିଛି, ଯେଉଁଠାରେ ୧୩୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୭୦ ଜଣ ଆହତ ହୋଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଲାହୋରରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ନାନକାନା ସାହିବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ପୀଡିତଙ୍କ ମଧ୍ୟରେ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି।

ପଞ୍ଜାବ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ରବି ଏବଂ ସିନ୍ଧୁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ରିପୋର୍ଟ ହୋଇଛି। ଅଧିକାରୀ କହିଛନ୍ତି ଯେ ସିନ୍ଧୁ ନଦୀରେ ବନ୍ୟା ଯୋଗୁଁ ପଞ୍ଜାବର ଶହ ଶହ ଗାଁର ଫସଲ ମଧ୍ୟ ବୁଡ଼ି ଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.