ଆମେରିକାରୁ ଆଣିଥିବା ସ୍ୱତନ୍ତ୍ର ରାଡାର ଭାରତ ସୀମାରେ ମୁତୟନ କଲା ପାକିସ୍ତାନ

ନୂଆଦିଲ୍ଲୀ – ଭାରତ ସୀମାରେ ଅନୁପ୍ରବେଶର କାହାଣୀ ପାକିସ୍ତାନୀ ସେନା ପାଇଁ ନୂଆ ନୁହେଁ । ଭାରତୀୟ ସୀମାରୁ ପାଖାପାଖି ୫୮ କିମି ଦୂରରେ ପାକିସ୍ତାନ ଏକ ଅତ୍ୟାଧୁନିକ ନିରୀକ୍ଷଣ ରାଡାର ମୁତୟନ କରିଛି । ପାକିସ୍ତାନୀ ମିଡ଼ିଆରେ ପ୍ରକାଶିତ ରିପୋର୍ଟ ମୁତାବିକ , ସିନ୍ଧର ଉମରକୋଟ ଜିଲ୍ଲାର ଚୋର କ୍ୟାଣ୍ଟନମେଣ୍ଟରେ ଟିପିଏସ-୭୭ ‘ମଲ୍ଟି ରୋଲ ରାଡାର’ ଲଗାଯାଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କର ଏକ ଗ୍ରୁପ୍ ମତରେ ଏହି ଘଟଣାରୁ ଭାରତର ସୁରକ୍ଷା ପ୍ରଭାବିତ ହୋଇପାରେ।
କୁହାଯାଉଛି କି, ପାକିସ୍ତାନ ସେନା ଭାରତର ଇଣ୍ଟିଗ୍ରେଟେଡ୍ ଇଲେକ୍ଟ୍ରନିକ ୱାରୱେୟାର ସିଷ୍ଟମ ର ସାମନା କରିବାକୁ ଲକହିଡ୍ ମାର୍ଟିନ କମ୍ପାନୀ ଦ୍ୱାରା ଆମେରିକାରେ ତିଆରି କରାଯାଇ ଥିବା ଟିପିଏସ -୭୭ ର ପରିବହନ ଯୋଗ୍ୟ ଏନଆରଆର ଭର୍ସନକୁ ମୁତୟନ କରିଛି। ଦୁନିଆର ସବୁଠୁ ଶକ୍ତିଶାଳୀ ଇଲେକ୍ଟ୍ରନିକ ଅସ୍ତ୍ରଶସ୍ତ୍ର ଗୁଡ଼ିକ ମଧ୍ୟରୁ ଗୋଟିଏ ଭାରତର ଇଲେକ୍ଟ୍ରନିକ ୱାରଫେୟାର ସିଷ୍ଟମ , ଏହି ରାଡାର ଇଲେକ୍ଟ୍ରୋମ୍ୟାଗ୍ନେଟିକ ସ୍ପେକ୍ଟ୍ରମ ଶକ୍ତିର ଉପଯୋଗ କରି ୱାୟରଲେସ୍ ସଞ୍ଚାର , ଉପଗ୍ରହ ଲିଙ୍କ୍ ଓ ରାଡାରକୁ ଜାମ୍ କରିବାରେ ସକ୍ଷମ ହେବ।
ଭାରତୀୟ ସେନାର ଏହି ଇଲେକ୍ଟ୍ରନିକ ଅସ୍ତ୍ର ଶତ୍ରୁର ପାସିଭ୍ ଟ୍ରାକିଙ୍ଗ୍ କରିବାରେ ସକ୍ଷମ । ଅର୍ଥାତ୍ ଶତ୍ରୁର ରେଡିଓ ତରଙ୍ଗ ଗୁଡ଼ିକୁ ଖୋଜି ଶତ୍ରୁର ଅଜାଣତରେ ତାକୁ ଚିହ୍ନଟ କରିପାରିବ। କାହିଁକି ନା ଏହା ସକ୍ରିୟ ଟ୍ରାକିଂ ଭଳି ରେଡିଓ ତରଙ୍ଗ ଗୁଡ଼ିକର ଉତ୍ସର୍ଜନ କରିନଥାଏ, ଏଥିପାଇଁ ଏହାକୁ ଶତ୍ରୁର ରାଡାର ୱେବ୍ ରିସିଭର୍ସ ଦ୍ୱାରା ଅନୁଭବ କରାଯାଇ ନପାରେ । କିନ୍ତୁ ଟିପିଏସ-୭୭ ଏମଆରଆର ଏସ-ବ୍ୟାଣ୍ଡ୍ ତରଙ୍ଗ ଗୁଡିକର ସାହାଯ୍ୟରେ ୨୫୦ କିମି ଯାଏ ଶତ୍ରୁର ନିରୀକ୍ଷଣ ପ୍ରଣାଳୀକୁ ଚିହ୍ନଟ କରିପାରେ । ଶତ୍ରୁର ବିମାନ, ହେଲିକପ୍ଟର ଓ ଡ୍ରୋନ୍ ବିଷୟରେ ଜାଣିହୁଏ ।