PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପାକିସ୍ତାନର ‘ରାଜକୋଷ’ ଖାଲି, ମାତ୍ର ରହିଗଲା ଏତେ ଡଲାର : ଶ୍ରୀଲଙ୍କା ଭଳି ହେବ କି ସ୍ଥିତି ?

ଇସଲାମାବାଦ,୧୨।୮: ପାକିସ୍ତାନର ଆର୍ଥିକ ସ୍ଥିତି ଖୁବ୍ ଖରାପ ହୋଇପଡିଛି। ବିଦେଶୀ ମୁଦ୍ରା ଭଣ୍ଡାର ଖୁବ୍ ଖରାପ ସ୍ଥିତି ଦେଇ ଗତି କରି ୮ ବିଲିୟନ ଡଲାରର ତଳକୁ ପହଁଞ୍ଚି ଯାଇଛି। ୧୧ ଅକ୍ଟୋବର ୨୦୧୯ରୁ ନେଇ ଏପର୍ଯ୍ୟନ୍ତ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାରର ଏହା ସବୁଠାରୁ ନିମ୍ନ ସ୍ତର ରହିଛି। ଏହି ଖବର ପାକିସ୍ତାନ ପାଇଁ ଖୁବ୍ ଆଶ୍ବସ୍ଥିଜନକ ରହିଛି ଓ ଯଦି ଆଇଏମ୍‌ଏଫ୍‌କୁ ପାକିସ୍ତାନକୁ ସାହାଯ୍ୟ ନମିଳେ, ତେବେ ଦେଶର ଆର୍ଥିକ ସ୍ଥିତି ଶ୍ରୀଲଙ୍କା ଭଳି ହୋଇପାରେ।

ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ପାକିସ୍ତାନର ଡାଟା ଅନୁସାରେ, ବିଦେଶୀ ମୁଦ୍ରା ଭଣ୍ଡାର ୫ ଅଗଷ୍ଟରେ ୭,୮୩୦ ମିଲିୟନ ଡଲାର ରେକର୍ଡ କରାଯାଇଛି, ଯାହାକି ଗତ ୩ ବର୍ଷର ସବୁଠାରୁ ଖରାପ ସ୍ତରରେ ରହିଛି। ୨୯ ଜୁଲାଇରୁ ୫ ଅଗଷ୍ଟ ଭିତରେ ପ୍ରାୟ ଏକ ସପ୍ତାହରେ ପାକିସ୍ତାନୀ ବିଦେଶୀ ମୁଦ୍ରା ଭଣ୍ଡାରରେ ୫୫୫ ମିଲିୟନ ଡଲାର ଅଭାବ ଦେଖିବାକୁ ମିଳିଥିଲା। ଯଦି ଏଭଳି ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର କମ୍ ହୋଇଥାଏ ତେବେ ଖୁବ୍ ଶୀଘ୍ର ପାକିସ୍ତାନ ଏକ ବଡ ଆର୍ଥିକ ସଙ୍କଟରେ ଫଶିପାରେ।

ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ସୂଚନା ଅନୁସାରେ, ବିଦେଶୀ ମୁଦ୍ରା ଭଣ୍ଡାରରେ ଅଭାବ ଆସିବାର କାରଣରୁ ବାହାର ଦେଶରେ ଋଣ କରିବାର ବୋଝ ଅଳ୍ପ କମ୍ ରହିବାର ଆଶା ରହିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ସୂଚନା ଅନୁସାରେ, ଅଗଷ୍ଟର ବାକି ତିନି ସପ୍ତାହରେ ଋଣ ପରିଶୋଧର ବୋଝ କମ୍ କରିବାର ଅନୁମାନ ରହିଛି।