PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଦୁର୍ବଳ ଅର୍ଥନୀତିକୁ ସଜାଡିବାକୁ ପାକିସ୍ତାନ ସରକାରଙ୍କ ନୂଆ ନିଷ୍ପତ୍ତି, କଟିବ ସରକାରୀ କର୍ମଚାରୀଙ୍କ ୧୦% ଦରମା, ମନ୍ତ୍ରୀମଣ୍ଡଳରେ ୭୮ ବଦଳରେ ରହିବେ ମାତ୍ର ୩୦ ମନ୍ତ୍ରୀ…

  • ବିଗିଡିବାରେ ଲାଗିଛି ପାକିସ୍ତାନ ଅର୍ଥବ୍ୟବସ୍ଥା
  • ବିଶ୍ୱର ଅନେକ ଦେଶରୁ ଆର୍ଥିକ ସହାୟତା ପାଇଁ ନିବେଦନ
  • ସରକାରୀ କର୍ମଚାରୀଙ୍କ ଦରମା କାଟିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି । ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ବହୁତ କମିଛି । ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସାଧାରଣ ଲୋକଙ୍କୁ ଦୁଇ ଓଳି ଖାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି । ପାକିସ୍ତାନର ଶାହାବାଜ୍ ଶରିଫ୍ ସରକାର ଅର୍ଥନୀତିକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି । ଶାହାବାଜ ସରକାର ବିଶ୍ୱର ଅନେକ ଦେଶରୁ ଆର୍ଥିକ ସହାୟତା ପାଇଁ ନିବେଦନ କରୁଛନ୍ତି । ଏହି ସମୟରେ ସରକାର ଅର୍ଥବ୍ୟବସ୍ଥାକୁ ପୁନର୍ଜୀବିତ କରିବା ପାଇଁ ସରକାରୀ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଗଠିତ ନ୍ୟାସନାଲ ଆଷ୍ଟେରିଟି କମିଟି (ଏନଏସି) ସରକାରୀ କର୍ମଚାରୀଙ୍କ ବେତନରେ ୧୦ ପ୍ରତିଶତ ହ୍ରାସ ସମେତ ଅନ୍ୟାନ୍ୟ ପଦକ୍ଷେପ ଉପରେ ବିଚାର କରୁଛି । ଦି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ବାରା ଗଠିତ ନ୍ୟାସନାଲ ଆଷ୍ଟେରିଟି କମିଟି ଅର୍ଥନୈତିକ ସଙ୍କଟକୁ ପାର ହେବା ପାଇଁ ସମସ୍ତ ଉପାୟ ଉପରେ ଆଲୋଚନା ଜାରି ରଖିଛନ୍ତି । ରିପୋର୍ଟ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ ହ୍ରାସ କରିବାକୁ କମିଟି ପ୍ରସ୍ତାବ ଦେଇଛି । ଏହା ବ୍ୟତୀତ ମନ୍ତ୍ରଣାଳୟ ଏବଂ ବିଭାଗର ଖର୍ଚ୍ଚକୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ଏହି କମିଟି ମଧ୍ୟ ପ୍ରସ୍ତାବ ଦେଇଛି । ଏହା ବ୍ୟତୀତ ପାକିସ୍ତାନରେ ମନ୍ତ୍ରୀଙ୍କ ସଂଖ୍ୟା ହ୍ରାସ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।

ଦେଶରେ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ଏବଂ ପରାମର୍ଶଦାତାଙ୍କ ସଂଖ୍ୟା ୭୮ ରୁ ୩୦କୁ ହ୍ରାସ କରିବାକୁ କମିଟି ସୁପାରିଶ କରିଥିବାବେଳେ ବାକିମାନଙ୍କୁ ବିନା ବେତନରେ କାମ କରିବାକୁ ପରାମର୍ଶ ଦିଆଯାଇଛି । କମିଟି ପ୍ରସ୍ତାବରେ କହିଛି ଯେ ମନ୍ତ୍ରୀ ଏବଂ ପରାମର୍ଶଦାତା ମାନେ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରିବା ଉଚିତ୍ ।

ସମ୍ବନ୍ଧିତ ଖବର