ଚୀନକୁ ଗଧ ବିକିବ ପାକିସ୍ତାନ, ମିଳିବ କୋଟିକୋଟି ଟଙ୍କା

source:www.csmonitor.com
ଆର୍ଥିକ ସଙ୍କଟରେ ପଡିଥିବା ପାକିସ୍ତାନ ଏବେ ଗଧ ବିକି ନିଜ ସମସ୍ୟା ଦୂର କରିବ । ପାକିସ୍ତାନରେ ପ୍ରବଳ ଗଧ ଦେଖିବାକୁ ମିଳନ୍ତି । ଗଧ ସଂଖ୍ୟାରେ ସାରା ବିଶ୍ୱରେ ତୃତୀୟ ନମ୍ବରରେ ଅଛି ପାକିସ୍ତାନ । ତେବେ ଚୀନ ଏଥିରେ ଏକ ନମ୍ବରରେ ରହିଛି । ପାକିସ୍ତାନରେ ଗଧ ସଂଖ୍ୟା ପ୍ରାୟ ୫୦ ଲକ୍ଷ ।
ପୂର୍ବରୁ ପାକିସ୍ତାନର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଚୀନ୍ କୋଟିକୋଟି ଟଙ୍କାର ଲୋନ୍ ଦେବାପାଇଁ ରାଜି ହୋଇଥିଲା । ତେବେ ଏହା ବଦଳରେ ଏବେ ପାକିସ୍ତାନ ଚୀନକୁ ଗଧ ପଠାଇବ । ଚୀନରେ ଗଧକୁ ବହୁତ ଖାସ୍ ବିବେଚନା କରାଯାଏ କାରଣ ବିଭିନ୍ନ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ । ଗଧର ଚର୍ମରୁ ପ୍ରସ୍ତୁତ ହେଉଥିବା ଜେଲିଟିନରେ ଔଷଧୀୟ ଗୁଣ ରହିଥାଏ ।
ସୂଚନା ଅନୁସାରେ ଚୀନି କମ୍ପାନୀ ପାକିସ୍ତାନରେ ଗଧ ଫାର୍ମିଂ ପାଇଁ ଇନଭେଷ୍ଟ କରିବା ପାଇଁ ଆଗ୍ରହୀ ଅଛି । ବିଦେଶୀ କମ୍ପାନୀଗୁଡିକ ପାକିସ୍ତାନରେ ଏଥିପାଇଁ ୨୧ ହଜାର କୋଟି ଇନଭେଷ୍ଟ କରିପାରେ ।