ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସିନ୍ଧୁ ନଦୀରେ ମିଳିଲା ସୁନାର ବିଶାଳ ଭଣ୍ଡାର, ବଦଳିପାରେ ପାକିସ୍ତାନର ଆର୍ଥିକ ଅବସ୍ଥା...

Published By : Ladu Kishor | March 4, 2025 6:51 PM

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ସିନ୍ଧୁ ନଦୀରେ ସୁନାର ଏକ ବିଶାଳ ଭଣ୍ଡାର ମିଳିଛି। ଏହି ସୁନା ଭଣ୍ଡାରର ଆନୁମାନିକ ମୂଲ୍ୟ ୮୦ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନର ପଞ୍ଜାବ ପ୍ରଦେଶର ଆଟକ୍ ଜିଲ୍ଲାରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେ ସମୟରେ ଏହି ସୁନା ଭଣ୍ଡାର ମିଳିଛି। ଏହି ସୁନା ଭଣ୍ଡାର ପାକିସ୍ତାନକୁ ବହୁତ ଆର୍ଥିକ ସହାୟତା ଯୋଗାଇବ ବୋଲି ବିଶ୍ୱାସ କରାଯାଉଛି।

ସିନ୍ଧୁ ନଦୀରେ ମିଳିଥିବା ଏହି ସୁନା ଭଣ୍ଡାର ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ପାଇଁ ବହୁତ ସହାୟକ ହେବ। ଯାହା ଯୋଗୁଁ ଦେଶର ଆର୍ଥିକ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ସିନ୍ଧୁ ନଦୀରେ ଏହି ସର୍ଭେକୁ ପଞ୍ଜାବ ପ୍ରଦେଶର ଖଣି ଏବଂ ଲଘୁ ଖଣିଜ ବିଭାଗ ପକ୍ଷରୁ କରାଯାଇଥିଲା।

ଏହାର ପରିଚାଳନା ନିର୍ଦ୍ଦେଶକ ଜାରଘାମ ଇସାକ ଖାନ ଏହି ଖବରକୁ ନିଶ୍ଚିତ କରିଛନ୍ତି । କହିଛନ୍ତି କି, ସରକାରୀ ପରାମର୍ଶଦାତା ସଂସ୍ଥା ସିନ୍ଧୁ ନଦୀ କୂଳରେ ନଅଟି ପ୍ଲେସର୍ ସୁନା ବ୍ଲକ୍ ପାଇଁ ବିଡ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତି ଏବଂ କାରବାର ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି ।  ତେବେ ପାକିସ୍ତାନରେ ମିଳିଥିବା ଏହି ସୁନା ଭଣ୍ଡାରକୁ ଭାରତ ସହିତ ଯୋଡାଯାଉଛି। ଭୂବିଜ୍ଞାନୀ ମାନଙ୍କ ମତରେ, ସିନ୍ଧୁ ନଦୀ ହିମାଳୟରୁ ଏହି ଗଚ୍ଛିତ ସୁନାକୁ ଭାରତକୁ ଆଣେ ଏବଂ ସେହି ସୁନା ଛୋଟ ଛୋଟ ଖଣ୍ଡ ଆକାରରେ ପାକିସ୍ତାନରେ ଜମା ହୁଏ। ତେଣୁ ନଦୀର ପ୍ରବଳ ପ୍ରବାହ ଯୋଗୁଁ ଏହା ସମତଳ କିମ୍ବା ସମ୍ପୂର୍ଣ୍ଣ ଗୋଲାକାର ହୋଇଯାଏ।

ଉଲ୍ଲେଖନୀୟକି, ସିନ୍ଧୁ ଉପତ୍ୟକା ଅଞ୍ଚଳକୁ ଐତିହାସିକ ଭାବରେ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ବୋଲି ବିବେଚନା କରାଯାଏ। ଯାହା ବହୁ ଦିନ ଧରି ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ସହିତ ଜଡିତ। କୁହାଯାଉଛି ଯେ ଏହି ଅଞ୍ଚଳରେ ସୁନା ଭଣ୍ଡାର ସମ୍ପର୍କରେ ଅନୁମାନ ଯୋଗୁଁ, ସ୍ଥାନୀୟ ଖଣି ଠିକାଦାରଙ୍କ ଗତିବିଧି ପୂର୍ବରୁ ବୃଦ୍ଧି ପାଇଥିଲା। 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.