ଇସଲାମାବାଦ : ପାକିସ୍ତାନ ମଙ୍ଗଳବାର ପୁଣି ଥରେ ଭାରତୀୟ ବିମାନ ଗୁଡ଼ିକ ପାଇଁ ନିଜର ଏୟାରସ୍ପେସକୁ ବନ୍ଦ କରି ଦେଇଛି। ୨୪ ଅପ୍ରେଲ ୨୦୨୫ ପର ଠାରୁ ହିଁ ପାକିସ୍ତାନ ଏହି ନିଷ୍ପତ୍ତି ଲାଗୁ କରି ରଖିଛି। ସେପଟେ ଭାରତ ମଧ୍ୟ କଡ଼ା ଜବାବ ଜେଇ ନିଜର ଏୟାରସ୍ପେସକୁ ମଧ୍ୟ ପାକିସ୍ତାନୀ ଏୟାରଲାଇନ୍ସ ପାଇଁ ବନ୍ଦ କରି ଦେଇଛି। କୁହାଯାଏ ଯେ, ପାକିସ୍ତାନର ଏହି ନିଷ୍ପତ୍ତିରେ ଭାରତୀୟ ଏୟାରଲାଇନ୍ସକୁ ଖୁବ୍ କ୍ଷତି ହେଉଛି। ପାକିସ୍ତାନୀ ଏୟାରପୋର୍ଟ୍ସ ଅଥୋରିଟି ଏୟାରମେନ୍ (ଏନଓଟିଏଏମ)କୁ ଏହି ସମ୍ୱନ୍ଧରେ ନୋଟିସ୍ ଜାରି କରିଛି। ଏହି ନୋଟିସରେ କୁହାଯାଇଛି ଯେ, ସବୁ ଭାରତୀୟ କମର୍ସିଆଲ ଓ ମିଲିଟାରୀ ଏୟାରକ୍ରାଫ୍ଟ ୨୪ ମଇ , ୨୦୨୬ ସୁଦ୍ଧା ପାକିସ୍ତାନୀ ଏୟାରସ୍ପେସ୍ ବ୍ୟବହାର କରି ପାରିବେ ନାହିଁ। ଏହି ନୋଟିସ୍ ୨୪ ଅପ୍ରେଲର ଡେଡଲାଇନ ଶେଷ ହେବାର ଠିକ୍ ପୂର୍ବରୁ ଆସିଛି। ଏହା ପୂର୍ବରୁ, ୧୯୯୯ର କାର୍ଗିଲ ଯୁଦ୍ଧ ଓ ୨୦୧୯ର ପୁଲୱାମା ଆକ୍ରମଣ ବେଳେ ମଧ୍ୟ ଏୟାରସ୍ପେସ୍ ବନ୍ଦ ହୋଇଥିଲା।
ପାକିସ୍ତାନ ସର୍ବ ପ୍ରଥମେ ପହଲଗାମ ଆତଙ୍କୀ ହମଲା ପରେ ଇଣ୍ଡିଆନ ଏୟାରଲାଇନ୍ସ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରି ଥିଲା। ଭାରତ ଏହି ଆକ୍ରମଣର ଦାୟିତ୍ୱ ପାକିସ୍ତାନକୁ ଦେଇଥିଲା। ହେଲେ ପାକିସ୍ତାନ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲା ଏବଂ ଏକ ସ୍ୱଚ୍ଛ ତଦନ୍ତର ଦାବି କରିଥିଲା। ହେଲେ ପାକିସ୍ତାନର ପ୍ରତିବନ୍ଧକ ଯୋଗୁଁ କମର୍ସିଆଲ ଇଣ୍ଡିଆନ ଏୟାରଲାଇନ୍ସକୁ ଖୁବ୍ କ୍ଷତି ସହିବାକୁ ପଡ଼ୁଛି। ଏହି ଏୟାରଲାଇନ୍ସ ଭାରତର ଅଲଗା ଅଲଗା ସହରରୁ ବିଶେଷକରି ଉପସାଗରୀୟ ଦେଶ ଗୁଡ଼ିକ ଯାଏ ଜିନିଷ ପହଞ୍ଚାଇବା ପାଇଁ ପାକିସ୍ତାନୀ ଏୟାରସ୍ପେସର ବ୍ୟବହାର କରି ଆସୁଛନ୍ତି।
ଏହାର ଜବାବରେ ଭାରତ ମଧ୍ୟ ପାକିସ୍ତାନୀ ଏୟାରଲାଇନ୍ସ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରି ଦେଇଛି। ଏହାପରେ ପଡୋଶୀ ଦେଶର ପରସ୍ପରର ଏୟାରସ୍ପେସର ବନ୍ଦ , ୧୩ତମ ମାସରେ ପହଞ୍ଚି ଯାଇଛି। ହେଲେ ବିଦେଶୀ ଏୟାରଲାଇନକୁ ଏବେ ମଧ୍ୟ ଏହି ଦୁଇ ଏୟାରସ୍ପେସ୍ ଦେଇ ଯାତ୍ରା କରିବାକୁ ଅନୁମତି ଅଛି। ଏସବୁ ମଧ୍ୟରେ ପଶ୍ଚିମ ଏସିଆରେ ଚାଲି ଥିବା ଯୁଦ୍ଧ ଯୋଗୁଁ ସ୍ଥିତି ଆହୁରି ଖରାପ ଅଛି। ୨୮ ଫେବ୍ରୁଆରୀ ଏହି ଯୁଦ୍ଧ ଯୋଗୁଁ କ୍ଷେତ୍ରରେ ଏୟାରସ୍ପେସକୁ ନେଇ ପ୍ରତିବନ୍ଧକ ଖୁବ୍ ଅଧିକ ଅଛି। ଏଥିଯୋଗୁଁ ଏୟାରଲାଇନ୍ସକୁ ଖୁବ୍ ସମସ୍ୟା ହୋଇପାରେ। ଯଦି ପାକିସ୍ତାନକ ଉପରୁ ଉଡ଼ିବାର ଅନୁମତି ହୋଇଥାନ୍ତା ତ ଏୟାରଇଣ୍ଡିଆ ଓ ଇଣ୍ଡିଗୋ, କକସସ୍ , ୟୁରୋପ ଓ ଅନ୍ୟ ସ୍ଥାନ ଯାଏ ପହଞ୍ଚି ପାରନ୍ତେ। କିନ୍ତୁ ଏବେ ଇରାନ ଯୁଦ୍ଧ ଓ ପାରିସ୍ତାନୀ ଏୟାରସ୍ପେସ୍ର ବନ୍ଦ ଯୋଗୁଁ ସେଗୁଡ଼ିକୁ ଏହି ସବୁ ସ୍ଥାନ ଯାଏ ପହଞ୍ଚିବା ପାଇଁ ଦୀର୍ଘ ରାସ୍ତା ବାଛିବାକୁ ପଡ଼ୁଛି।
ପାକିସ୍ତାନୀ ଏୟାରସ୍ପେସ୍ ବନ୍ଦ ହେବା ଯୋଗୁଁ ପାଖାପାଖି ୮୦୦ ସାପ୍ତାହିକ ଉଡ଼ାଣ , ଯେଉଁଥିରେ ପ୍ରସ୍ଥାନ ଓ ଆଗମନ ଉଭୟ ସାମିଲ ଅଛି, ପ୍ରଭାବିତ ହୋଇଛି।ଏଥିଯୋଗୁଁ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।