ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟି-୨୦ ବିଶ୍ୱକପରେ ଭାରତ ସହ ଖେଳିବା ନେଇ, ପାକିସ୍ତାନର ୟୁ-ଟର୍ଣ୍ଣକୁ କରିଛନ୍ତି ସମାଲୋଚନା। ସେ କହିଛନ୍ତି ଯେ, ପାକିସ୍ତାନୀ ଅଧିକାରୀମାନେ ପ୍ରଥମେ ଚେତାବନୀ ଦେଇଥିଲେ ଯେ, ସେମାନେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବେ ନାହିଁ, କିନ୍ତୁ ପରେ ଭୟରେ ପଛକୁ ହଟି ଗଲେ। ଓମାର ଅବଦୁଲ୍ଲା ଟିପ୍ପଣୀ ଦେଇଛନ୍ତି ଯେ, ଯାହା ଠାରେ ନିଜ ଧମକରେ ତିଷ୍ଠି ରହିବାର ଶକ୍ତି ନାହିଁ , ସେମାନେ ପ୍ରଥମେ ଧମକ ଦେବା ଉଚିତ୍ ନୁହେଁ। ସେ ବ୍ୟଙ୍ଗାତ୍ମକ ଅନ୍ଦାଜରେ କହିଛନ୍ତି ଯେ, ଏପରି ଲୋକ ଚୁପଚାପ୍ ମୈଦାନକୁ ଆସିବା ଉଚିତ ଏବଂ ମ୍ୟାଚ୍‌ରେ ଯାହା ଘଟିବ ତାହା ହେବ। ମୁଖ୍ୟମନ୍ତ୍ରୀ ତାଙ୍କର ଏହି ବିବୃତ୍ତି ଜମ୍ମୁରେ ଦେଇଥିଲେ, ଯେଉଁଠାରେ ସେ ପାକିସ୍ତାନର ପାଲଟା ପଦକ୍ଷେପ ଉପରେ କଟାକ୍ଷ କରି ଥିଲେ।

ଉଲ୍ଲେଖନୀୟ ଯେ, ବିଶ୍ୱକପ୍ ଭାରତ- ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ମ୍ୟାଚ୍ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ହେବ। ପାକିସ୍ତାନ ସରକାର ବାଂଲାଦେଶ ଓ ଶ୍ରୀଲଙ୍କା ଦ୍ୱାରା ବୁଝାସୁଝା ପରେ ଏହି ମ୍ୟାଚ୍‌ର ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଫେବୃଆରୀ ୧୫ରେ କଲମ୍ବୋରେ ଅନୁଷ୍ଠିତ ହେବାର ଅଛି।

ଆହୁରି ମଧ୍ୟ ପଢନ୍ତୁ : SIR ପ୍ରସଙ୍ଗ : ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଅଖିଳେଶ, କହିଲେ ....

ପାକିସ୍ତାନ ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି- ‘ ବହୁପାକ୍ଷିକ ଆଲୋଚନାର ଫଳ ସ୍ୱରୂପ ଏବଂ ବନ୍ଧୁ ଦେଶମାନଙ୍କ ଅନୁରୋଧ ପରେ, ପାକିସ୍ତାନ ସରକାର ପାକିସ୍ତାନର ଜାତୀୟ କ୍ରିକେଟ୍ ଟିମ୍‌କୁ ନିର୍ଦ୍ଦେଶ ଦେଉଛନ୍ତି ଯେ,ସେ ୧୫ ଫେବୃଆରୀ ୨୦୨୬ରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ତାର ନିର୍ଦ୍ଧାରିତ ମ୍ୟାଚ୍ ଖେଳିବା ପାଇଁ ପଡିଆକୁ ଓହ୍ଲାଇବ।‘