PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭୀଷଣ ବନ୍ୟା ପରେ ବିଗୁଡୁଛି ପାକିସ୍ତାନର ଅବସ୍ଥା; ନିରୀହ ଶିଶୁଙ୍କ ପାଇଁ କାଳ ସାଜିଛି ଏହି ମାରାତ୍ମକ ରୋଗ, ପ୍ରତିଦିନ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ…

ନୂଆଦିଲ୍ଲୀ: ପାକିସ୍ତାନରେ ଗତ କିଛି ଦିନ ହେବ ବନ୍ୟା ଯୋଗୁଁ ଅବସ୍ଥା ବିଗିଡିବାରେ ଲାଗିଛି । ଭୀଷଣ ବନ୍ୟା ଯୋଗୁଁ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଛି । ଲକ୍ଷ ଲକ୍ଷ ଏକର ଜମିରେ ଚାଷୀଙ୍କ ଫସଲ ବର୍ବାଦ ହୋଇଯାଇଛି । କେତେକ ଅଂଚଳରେ ଅନାହାର ପରିସ୍ଥିତି ଦେଖାଦେଇଛି । ଅନେକ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଅଭାବରୁ କଲେରାର ଆକ୍ରାନ୍ତ ହୋଇଛି । ବନ୍ୟା ପରିସ୍ଥିତି ପାଇଁ ମଇଳା ପାଣି ଯୋଗୁଁ ପିଲାମାନେ କଲେରାରେ ମୃତ୍ୟୁ ବରଣ କରୁଛନ୍ତି ।

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, କେବଳ ପାକିସ୍ତାନର ସିନ୍ଧ ପ୍ରଦେଶର ମଦର ଏଣ୍ଡ ଚାଇଲ୍‌ଡ ହେଲ୍‌ଥକେୟାର ହସ୍ପିଟାଲରେ ପ୍ରତିଦିନ ୧୦ ରୁ ଅଧିକ ପିଲା ମୃତ୍ୟୁ ବରଣ କରୁଛନ୍ତି । ଡାକ୍ତରଙ୍କ ଅନୁଯାୟୀ କଲେରା ରୋଗ ଭୟଙ୍କର ବନ୍ୟା ପରିସ୍ଥିତିରୁ ଆସିଥାଏ । ବାଲୁଚିସ୍ତାନ ଏବଂ ସିନ୍ଧରେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକମାନେ । ପାକିସ୍ତାନର ଅନେକ ପ୍ରଦେଶରେ ଜମି ରହିଥିବା ବନ୍ୟା ଜଳ ଚର୍ମ ଏବଂ ଚକ୍ଷୁ ସଂକ୍ରମଣ, ଡାଇରିଆ, ମ୍ୟାଲେରିଆ, ଟାଇଫଏଡ୍ ଏବଂ ଡେଙ୍ଗୁ ଜ୍ୱର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି । ଦେଶରେ ମ୍ୟାଲେରିଆ ରୋଗ ସଂଖ୍ୟା ୨୨୯ କୁ ବୃଦ୍ଧି ପାଇଛି ।

ପାକିସ୍ତାନରେ ପ୍ରାୟ ୬ ସପ୍ତାହ ବନ୍ୟା ପରିସ୍ଥିତି ପରେ, ୧୫ ଟି ସ୍ଥାନରେ ଅନେକ ପରିବାର ଖୋଲା ଆକାଶ ତଳେ ଏବଂ ବିନା ତମ୍ବୁରେ ରାସ୍ତାରେ ରହୁଥିବାର ଦେଖିବାକୁ ମିଳିଛି । ସରକାରୀ ଆକଳନ ଅନୁଯାୟୀ, ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ ସାରା ଦେଶରେ ପ୍ରାୟ ୩୩ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର