ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କ୍ୱେଟା ରେଳ ଷ୍ଟେସନକୁ ୨ ଶହରୁ ଅଧିକ କଫିନ ପଠାଇଲା ପାକିସ୍ତାନ, ଦ୍ୱିତୀୟ ଦିନରେ ବି BLA ଏବଂ ସୁରକ୍ଷାକର୍ମୀଙ୍କ ଭିତରେ ଜାରି ରହିଛି ଏନକାଉଣ୍ଟର…

Published By : Ladu Kishor | March 12, 2025 5:44 PM

ନୂଆଦିଲ୍ଲୀ: ପାକିସ୍ତାନର ବାଲୁଚିସ୍ତାନରେ ଥିବା ବାଲୁଚ୍ ଲିବରେସନ୍ ଆର୍ମି (BLA) ଗତକାଲି (ମଙ୍ଗଳବାର) ଦିନ ଜାଫର ଏକ୍ସପ୍ରେସ୍ ଟ୍ରେନକୁ ଅପହରଣ କରିନେଇଥିଲା । ଏଥିରେ ପ୍ରାୟ ୨ ଶହ ଯାତ୍ରୀଙ୍କୁ ବନ୍ଧକ କରିନେଇଥିଲା। ଏହି ଘଟଣାର ୨୪ ଘଣ୍ଟା ପରେ ଏବେ କ୍ୱେଟା ରେଳ ଷ୍ଟେସନକୁ ୨ ଶହରୁ ଅଧିକ କଫିନ ଅଣାଯାଇଛି। ତଥାପି, ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ। 

ଏହି ୨ ଶହଟି କଫିନକୁ କ୍ୱେଟା ରେଳ ଷ୍ଟେସନରୁ ବାଲୁଚିସ୍ତାନ ପଠାଯାଉଛି। ଏହା ପୂର୍ବରୁ, ବାଲୁଚିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖତାର ମେଙ୍ଗଲ X ରେ ପୋଷ୍ଟ କରି କହିଥିଲେ ଯେ,ବାଲୁଚିସ୍ତାନର ଗୋଟିଏ ଇଞ୍ଚ ମଧ୍ୟ ବାକି ନାହିଁ ଯେଉଁଠାରେ ପାକିସ୍ତାନ ସରକାର ନିଜର ଅଧିକାର ଦାବି କରିପାରିବେ । ସେମାନେ ଏହି ଯୁଦ୍ଧରେ ସମ୍ପୂର୍ଣ୍ଣ ହାରି ଯାଇଛନ୍ତି । ଆମେ ସେମାନଙ୍କୁ ଚେତାବନୀ ଦେଇଥିଲୁ, ଯେପରି ଆମ ପୂର୍ବ ଲୋକମାନେ ସେମାନଙ୍କୁ ଚେତାବନୀ ଦେଇଥିଲେ।

ଅଖତାର ମେଙ୍ଗଲ କହିଛନ୍ତି ଯେ, ଆମର କଥା ଶୁଣିବା ପରିବର୍ତ୍ତେ ସେମାନେ ଆମକୁ ଉପହାସ କରିଥିଲେ। ପାକିସ୍ତାନ ସରକାର ଆମର ଆହ୍ୱାନକୁ ଖାଲି ଧମକ ବୋଲି କହି ଖାରଜ କରିଦେଇଥିଲେ, ଯେତେବେଳେ କି ସେମାନେ ଅତ୍ୟାଚାର, ଲୁଟପାଟ ଏବଂ ରକ୍ତପାତକୁ  ଉତ୍ସାହିତ କରୁଥିଲେ । କୁହାଯାଉଛି ଯେ ଅପହରଣର ଦ୍ୱିତୀୟ ଦିନରେ ମଧ୍ୟ BLA ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ସୁରକ୍ଷା ବାହିନୀ ଅତି କମରେ୧୯୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ଏବଂ ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.