ନୂଆଦିଲ୍ଲୀ,୧୦/୦୮: ଭାରତ ପାଇଁ କଟକଣା ପାକିସ୍ତାନକୁ ପଡିଲା ଭାରି । ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ପାକ୍କୁ ମହଙ୍ଗା ପଡ଼ିଛି । ୨ ମାସରେ ୧୨୭ କୋଟ ଟଙ୍କା କ୍ଷତି ସହିଛି ପାକିସ୍ତାନ । ସିନ୍ଧୁ ଚୁକ୍ତି ବାତିଲ ପରେ ଭାରତୀୟ ସେନା ପାଇଁ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ କରିବା ପରେ ପ୍ରତିଦିନ ତାର ୧୫୦ ବିମାନ ପ୍ରଭାବିତ ହୋଇଛି । ଫଳରେ ୨ ମାସରେ ୧୨୭ କୋଟି ଟଙ୍କା କ୍ଷତି ସହିଛି ପାକିସ୍ତାନ ।
ପାକିସ୍ତାନ ଭାରତ ପାଇଁ ତାର ଏରୋସ୍ପେସ୍କୁ ଏପ୍ରିଲ ୨୪, ୨୦୨୫ରୁ ବନ୍ଦ କରିଛି । ଏହାର ଗୋଟିଏ ଦିନ ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିଥିଲା । ଭାରତ ପାଇଁ ପାକିସ୍ତାନର ଏରୋସ୍ପେସ୍ ବନ୍ଦ କରିବା ପଦକ୍ଷେପ ପରେ ୨ ମାସରେ ୪.୧୦ ଅରବ ଅର୍ଥାତ୍ ପ୍ରାୟ ୧୨୭ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଜାତୀୟ ସଭାକୁ ସୂଚନା ଦେଇଛି ଯେ, ଏପ୍ରିଲ ୨୪ରୁ ଜୁନ୍ ୩୦ ପର୍ଯ୍ୟନ୍ତ ରାଜସ୍ୱରୁ ଏହି କ୍ଷତି ହୋଇଛି । ପାକ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ,''ଆୟର ଅଭାବକୁ ପ୍ରତିଫଳିତ କରୁଛି, ମୋଟ ଆର୍ଥିକ କ୍ଷତି ନୁହେଁ ଏବଂ ଓଭରଫ୍ଲାଟ ଏବଂ ଏରୋନେଟିକାଲ ଚାର୍ଜ ସମାନ ରହିଛି ।''
ପାକିସ୍ତାନ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ପ୍ରତ୍ୟାଖାନ କରି ଏପ୍ରିଲ ୨୪ରେ ସମସ୍ତ ଭାରତୀୟ ବିମାନ ସଂସ୍ଥା ପାଇଁ ନିଜ ଆକାଶ ମାର୍ଗ ବନ୍ଦ କରିଛି । ଇସଲାମାବାଦ କହିଥିଲା କି ଯେ, ଚୁକ୍ତିନାମା ଅଧିନରେ ଜଳର ପ୍ରବାହ ବନ୍ଦ କରାଯାଏ ତାହା ଯୁଦ୍ଧ ଭାବେ ବିବେଚନା କରାଯିବ । ପାକିସ୍ତାନ କୌଣସି ଭାରତୀୟ ବିମାନକୁ ନିଜ ଆକାଶମାର୍ଗ ବ୍ୟବହାର କରିବାକୁ ଅନୁମତି ଦେଇନାହିଁ ତେଣୁ ଟ୍ରାନଜିଟ ଟ୍ରଫିକ ୨୦ ପ୍ରତିଶତ ହ୍ରାସ ହୋଇଛି ।
ଅଧିକ ପଢନ୍ତୁ..ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରାଇଥିବା ନେଇ ଦାବି ଦୋହରାଇଲେ ଡୋନାଲ୍ଡ ଟ୍ରମ୍ପ
ଏପ୍ରିଲ୍ ୨୨ରେ ଜମ୍ମୁକାଶ୍ମୀର ପହଲଗାମ ବୈସରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ନୀରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଭାରତ ପାକିସ୍ତାନ ବିରୋଧରେ ଆକ୍ସନ ନେଇଥିଲା । ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା । ପାକିସ୍ତାନ ପାଇଁ ମଧ୍ୟ ଭାରତ ତାର ଏୟାରସ୍ପେସ୍ ବନ୍ଦ କରିଛି । ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, '' ଯେବେ ସୁରକ୍ଷା କଥା ଆସେ ତେବେ କୌଣସି ମୂଲ୍ୟ ଅଧିକ ଗୁରୁତ୍ୱ ରଖେନାହିଁ ।'' ୨୦୧୯ରେ ଭାରତ-ପାକିସ୍ତାନ ଉତ୍ତେଜନା ପାଇଂ ପାକିସ୍ତାନକୁ ଏରୋସ୍ପେସ ବନ୍ଦ କରିବା ନେଇ ୫୪ ମିଲିୟନ ଡଲାର କ୍ଷତି ହୋଇଥିଲା ।