ପ୍ରମୂଖ ଖବର
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରାଇଥିବା ନେଇ ଦାବି ଦୋହରାଇଲେ ଡୋନାଲ୍ଡ ଟ୍ରମ୍ପ

Published By : Tapas Panda | August 9, 2025 5:38 PM

ନୂଆଦିଲ୍ଲୀ: ବିଶ୍ବରେ ଟାରିଫ୍‌ ଝଡ଼ ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିଜକୁ ଜଣେ ଶାନ୍ତିର ଦୂତ ବୋଲି ପ୍ରଚାର କରୁଛନ୍ତି । ଏପରିକି ତାଙ୍କ ପାଇଁ ହ୍ବାଇଟ ହାଉସ୍‌ ଅନେକ ଥର ନୋବେଲ୍‌ ପୁରସ୍କାର ଦାବି କରିସାରିଛି । ଏକାଧିକ ଯୁଦ୍ଧ ବନ୍ଦ କରାଇଥିବା ନେଇ ଦାବି କରିବା ସହ ଟ୍ରମ୍ପ ନିଜକୁ ଜଣେ କ୍ରାନ୍ତିକାରୀ ନେତା ଭାବରେ ପ୍ରଦର୍ଶିତ କରୁଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ସମ୍ଭାବ୍ୟ ଯୁଦ୍ଧକୁ ସେ ବନ୍ଦ କରିଥିବା ନେଇ ଦାବି କରୁଛନ୍ତି ‌ଟ୍ରମ୍ପ । ତାଙ୍କର ଏହି ଦାବିକୁ ଭାରତ ସରକାର ବାରମ୍ବାର ଖଣ୍ଡନ କରିଥିଲେ ହେଁ, ସେ କିନ୍ତୁ ନଛୋଡ଼ବନ୍ଧା । ସେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରାଇଥିବା ଦାବି କରିଛନ୍ତି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ସାମରିକ ସଂଘର୍ଷ ପରେ ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ  । ନଚେତ ଏହା ପରମାଣୁ ଯୁଦ୍ଧରେ ପରିଣତ ହୋଇଥାନ୍ତା । ଟ୍ରମ୍ପ ଶୁକ୍ରବାର (୮ ଅଗଷ୍ଟ, ୨୦୨୫) ହ୍ୱାଇଟ୍ ହାଉସରେ ମଧ୍ୟ ଦାବି କରିଛନ୍ତି ଯେ, ଏହି ସଂଘର୍ଷ ସମୟରେ ପାଞ୍ଚ କିମ୍ବା ଛଅଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଛି । ଟ୍ରମ୍ପ ସ୍ପଷ୍ଟ କରି ନାହାନ୍ତି ଯେ, ନଷ୍ଟ ହୋଇଥିବା ବିମାନଗୁଡ଼ିକ ଭାରତର କି ପାକିସ୍ତାନର । ଭାରତ ସରକାରଙ୍କ ଅନୁସାରେ, ଉଭୟ ଦେଶ (ଭାରତ-ପାକିସ୍ତାନ) ପାରଷ୍ପରିକ ଆଲୋଚନା ମାଧ୍ୟମରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଥିଲେ।  ଏଥିରେ ଆମେରିକା ମଧ୍ୟସ୍ଥତା କରିନାହିଁ ।

 ଆଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭ ଏବଂ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନୟାନଙ୍କ ଉପସ୍ଥିତିରେ ଆମେରିକା ରାଷ୍ଟ୍ରପତି ଏହି ବିବୃତ୍ତି ଦେଇଛନ୍ତି । ଆମେରିକା ମଧ୍ୟସ୍ଥତାରେ ଏହି ଦୁଇ ଦେଶ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହୋଇଛି ।  ଟ୍ରମ୍ପ କହିଛନ୍ତି, ‘ରାଷ୍ଟ୍ରପତି ଭାବରେ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ଆଣିବା ମୋର ସବୁଠାରୁ ବଡ଼ ଆକାଂକ୍ଷା । ଭାରତ ଏବଂ ପାକିସ୍ତାନ ସହିତ ଆମର ସଫଳତା ପରେ ଆଜିର ଚୁକ୍ତି ହୋଇଛି।’

ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି, ‘ସେମାନେ(ଭାରତ ଓ ପାକିସ୍ତାନ) ପରଷ୍ପର ବିରୋଧରେ ପୂର୍ଣ୍ଣ ଶକ୍ତି ସହିତ ଲଢ଼ୁଥିଲେ । ପରିସ୍ଥିତି ବହୁତ ଗମ୍ଭୀର ହୋଇଯାଇଥିଲା । କିନ୍ତୁ ଆପଣ ଜାଣନ୍ତି ଯେ, ଏକ ବଡ଼ ସଂଘର୍ଷ ଘଟିପାରେ - ହୁଏତ ଏକ ପରମାଣୁ ଯୁଦ୍ଧ ହୋଇପାରେ । କିନ୍ତୁ ଏହା ପୂର୍ବରୁ ଉଭୟ ମହାନ ନେତା ଏକାଠି ହୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।’

ଟ୍ରମ୍ପ ପୁଣି ଥରେ ଦୋହରାଇଛନ୍ତି ଯେ, ସେ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ କରିଥିଲେ । ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ କରିଛି। ମୁଁ ଭାବୁଛି ଏହାର ମୁଖ୍ୟ କାରଣ ବାଣିଜ୍ୟ ଥିଲା, ଅନ୍ୟ କୌଣସି କାରଣ ନୁହେଁ । ଏହି ସମୟରେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ପ୍ରସଙ୍ଗ ଦୁଇଥର ଉଲ୍ଲେଖ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.