PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଯବାନ ସହିଦ

ଜାମ୍ମ,୨୩/୦୩(ଏଜେନ୍ସି): ଜମ୍ମୁ-କାଶ୍ମୀରର ରାଜୌରି ଜିଲ୍ଲାରେ ଥିବା ଭାରତ-ପାକ୍‌ ନିୟନ୍ତ୍ରଣ ରେଖାରେ ପାକ୍‌ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଗତ ୩ ଦିନ ମଧ୍ୟରେ ପାକିସ୍ତାନର ଏହା ଦ୍ୱିତୀୟ ଅସ୍ତ୍ରବିରତି ଉଲ୍ଲଙ୍ଘନ । ପାକ୍‌ ସୈନିକଙ୍କର ମୋର୍ଟାର ଏବଂ ଗୁଳିମାଡ଼ରେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ସୋମବାର ସକାଳ ପ୍ରାୟ ୬ଟା ୩୦ ସମୟରେ ଏହି ଘଟଣା ଘଟିଥିଲା । ଶନିବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ବେଳେ ପାକିସ୍ତାନୀ ସେନା ପୁଞ୍ଚ ଜିଲ୍ଲାର ମେନ୍ଧାର ଅଞ୍ଚଳରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିବା ଦ୍ୱାରା ସେଠାକାର ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା ।