ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବୋମା ବିସ୍ପୋରଣରେ ଥରିଲା ପାକିସ୍ତାନ,୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ...

Published By : Ladu Kishor | February 14, 2025 5:31 PM

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ପାକିସ୍ତାନ ଏବେ ନିଜେ କ୍ରମାଗତ ଭାବେ ଆତଙ୍କବାଦୀ ଘଟଣାର ଶିକାର ହେଉଛି। ସଂପ୍ରତି ପାକିସ୍ତାନର ବେଲୁଚିସ୍ତାନ ଅଞ୍ଚଳରୁ ଆଉ ଏକ ଆତଙ୍କବାଦୀ ଘଟଣା ସମ୍ପର୍କରେ ସୂଚନା ମିଳିଛି। ଏଠାରେ କୋଇଲା ଖଣି ଶ୍ରମିକ ମାନଙ୍କୁ ନେଇଯାଉଥିବା ଏକ ଗାଡ଼ି ଉପରେ ବୋମା ମାଡ଼ ହୋଇଛି । ଏହି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଅଧିକାରୀଙ୍କ ଅନୁଯାୟୀ, ପାକିସ୍ତାନରେ ଏହି ବୋମା ବିସ୍ଫୋରଣ ଘଟଣା ବେଲୁଚିସ୍ତାନ ପ୍ରଦେଶର ଅଶାନ୍ତ ଅଞ୍ଚଳର ହର୍ଣ୍ଣାଇ ଜିଲ୍ଲାର ଶାହରାଗ ଅଞ୍ଚଳରେ ଘଟିଛି। ଶୁକ୍ରବାର ଦିନ, କୋଇଲା ଖଣି ଶ୍ରମିକ ମାନଙ୍କୁ ନେଇଯାଉଥିବା ଏକ ଗାଡ଼ି ଉପରେ ବୋମା ମାଡ଼ ହୋଇଥିଲା। ଆତଙ୍କବାଦୀ ଘଟଣାର ଶିକାର ହୋଇଥିବା ଲୋକମାନେ ଏକ ମିନି ଟ୍ରକରେ ଯାତ୍ରା କରୁଥିଲେ। ଅଧିକାରୀ ମାନେ କହିଛନ୍ତି ଯେ ବୋମା ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବୋମା ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ପରେ, ପାକିସ୍ତାନ ଆଇନ ପ୍ରବର୍ତ୍ତନ ସଂସ୍ଥାର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଏହି ଆତଙ୍କବାଦୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ମଧ୍ୟ ସୂଚନା ଦେଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.