କର୍ତ୍ତାରପୁର ବୈଠକ ପୂର୍ବରୁ ଖଲିସ୍ତାନୀ ନେତା ଗୋପାଲ ଚାୱଲାଙ୍କୁ ଭେଟିଥିଲେ ଇମ୍ରାନ

ଇସ୍ଲାମାବାଦ,୧୪।୩: ଭାରତ ସହ କର୍ତ୍ତାରପୁର କରିଡର ପାଇଁ ଆଲୋଚନା କରୁଥିବା ପାକିସ୍ତାନ କିନ୍ତୁ ନିଜ ପୁରୁଣା ଅଭ୍ୟାସକୁ ବଦଳି ପାରିନି। ବୈଠକ ପୂର୍ବରୁ ଆତଙ୍କବାଦୀଙ୍କ ସହ ସାକ୍ଷତ କରିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସାକ୍ଷାତ କରିବା ସମୟର ଏକ ଫଟୋ ଦେଖିବାକୁ ମିଳିଛି। ବୈଠକ ପୂର୍ବରୁ ଇମ୍ରାନ୍ ଖାନ୍ ଖଲିସ୍ତାନୀ ନେତା ତଥା ଆତଙ୍କବାଦୀ ହାଫିଜ ସଇଦର ଘନିଷ୍ଠ ସହଯୋଗୀ ଗୋପାଲ ଚାୱଲା ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।
ଉଲ୍ଳେଖନୀୟ ଯେ ପାକିସ୍ତାନୀ ସିଖ୍ ଗୁରୁଦ୍ବାର ପ୍ରବଦ୍ଧକ କମିଟିର ମହାସଚିବ ହେଉଛି ଗୋପାଲ ଚାଓ୍ବଲା। ଏହା ପୂର୍ବରୁ ସେ ଖଲିସ୍ତାନୀ ଆତଙ୍କବାଦ ସମର୍ଥନରେ ଭାରତ ବିରୋଧରେ ଏକ ଭିଡିଓ ଜାରି କରିଥିଲା। ୱାଘା-ଅଟ୍ଟାରୀ ସୀମାରେ ଇମ୍ରାନ ଏହି ଏହି ବୈଠକ କରିଥିଲେ। ବୋଧହୁଏ ଇମ୍ରାନ୍ ଖାନ୍ ଆତଙ୍କବାଦୀଙ୍କ ଠାରୁ ସହମତି ପାଇବା ପରେ ଭାରତ ସହ ବୈଠକ କରିଛନ୍ତି। ଏହି କରିଡର ଦେଇ ଆତଙ୍କବାଦୀମାନେ ଭାରତ ଆସିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଏବେ ଭାରତ ସରକାର ଏହି କରିଡର ଉପରେ କଡା ନଜର ରଖିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏହାପୂର୍ବରୁ କର୍ତ୍ତାରପୁର କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ନଭଜୋତ ସିଂ ସିଦ୍ଧୁଙ୍କୁ ସାକ୍ଷାତ କରିଥିଲେ। ଯାହାକି ଖୁବ୍ ଚର୍ଚ୍ଚାରେ ରହିଥିଲା। କେବଳ ସେତିକି ନୁହେଁ ପାକିସ୍ତାନୀ ସେନା ମୁଖ୍ୟ ଜେନରାଲ ବାଜଓ୍ବାଙ୍କୁ ସହ ହସଖୁସିରେ କଥା ହୋଇଥିଲା। ଏହାକୁ ନେଇ ବିବାଦ ହେବା ପରେ ସେନା ମୁଖପାତ୍ର ଏହା ଉପରେ ସଫେଇ ଦେଇ କହିଥିଲେ ଯେ,“ଜେନେରାଲ ବାଜୱା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ସାକ୍ଷାତ କରିଥିଲେ। ତେଣୁ ଗୋପାଲ ସେଠାରେ ଉପସ୍ଥିତ ଥିବାରୁ ଜେନେରାଲ ତାଙ୍କୁ ମଧ୍ୟ ଭେଟିଥିଲେ।