PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଭାରତ-ଆଫଗାନିସ୍ତାନ ସଂପର୍କରେ ଫାଟ ହେବ କି ପାକିସ୍ତାନ? ବିଶେଷଜ୍ଞଙ୍କ ଆକଳନକୁ ନେଇ ବଢ଼ିଲାଣି ଚିନ୍ତା

Image Courtesy : Reuters

ନୂଆଦିଲ୍ଲୀ,୨୪/୦୬: ଆଫଗାନିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କ ଆରମ୍ଭ କରିଛି ଭାରତ। କିନ୍ତୁ ପାକିସ୍ତାନକୁ ନେଇ ବଢ଼ିଛି ଚିନ୍ତା। ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ଦୁର୍ବଳ କରିବା ପାଇଁ ପାକିସ୍ତାନ ବ୍ୟାପକ ସ୍ତରରେ ପ୍ରୟାସ୍‌ ଜାରି ରଖିଥିବା ବେଳେ, ଏହାକୁ ନେଇ ହିନ୍ଦୁସ୍ତାନ ଟାଇମ୍ସ ଏକ ରିପୋର୍ଟରେ ଦର୍ଶାଇଛି ଯେ, ଆମେରିକା ଏବଂ ୟୁରୋପୀୟ ୟୁନିଅନର କୂଟନୀତିଜ୍ଞଙ୍କ ଆକଳନ ଅନୁଯାୟୀ ଇସଲାମାବାଦ ତାହାର କୂଟନୈତିକ ମିଶନକୁ ସଫଳ କରିକି ହିଁ ରହିବ।

ଆଫଗାନିସ୍ତାନ ସମେତ ସମ୍ପୃକ୍ତ ଦେଶଗୁଡ଼ିକୁ ଜଣାଇଦେବାକୁ ଯାଇ ପାକିସ୍ତାନ କହିଛି ଯେ ଇତିହାସରେ ତାଲିବାନକୁ ଭାରତ ଖୋଲାଖୋଲି ବିରୋଧ କରିଛି, ତଥାକଥିତ ସରକାରଙ୍କୁ ଟାର୍ଗେଟ କରିଛି ଏବଂ ଏହାକୁ ଆତଙ୍କବାଦୀ ଗୋଷ୍ଠୀ ବୋଲି କହିଛି। ତେବେ ଏହି ବୟାନକୁ ନେଇ ଏବେ ଉଭୟ ଦେଶ ମଧ୍ୟରେ ପୂର୍ବ ତିକ୍ତତା ଉଜ୍ଜିବିତ ହେବ ବୋଲି ବୈଦେଶିକ ବିଶେଷଜ୍ଞ ମାନଙ୍କର ଆଶଙ୍କା ବଢ଼ିଛି।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସହଭାଗିତା ବଢ଼ିଛି। ୦୯/୧୧ ଆକ୍ରମଣ ପରେ ଆମେରିକା କହିବା ପରେ ମଧ୍ୟ ଆଫଗାନିସ୍ତାନକୁ ସୈନ୍ୟ ପଠାଇବାକୁ ଭାରତ ମନା କରି ଦେଇଥିଲା।  ଆଫଗାନିସ୍ତାନର ବିକାଶ ପାଇଁ ଭାରତ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଆଫଗାନିସ୍ତାନରେ ଅନେକ ବିଦ୍ୟାଳୟ, ରାସ୍ତା, ଡାକ୍ତରଖାନା, ଡ୍ୟାମ ସମେତ ଭାରତ ଅନେକ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପକୁ ପୂରା କରିଛି।

କାବୁଲରେ ଭାରତୀୟ ଦୂତାବାସ ପ୍ରାୟ ୧୦ ମାସ ବନ୍ଦ ହେବା ସତ୍ତ୍ୱେ ଭାରତ ଆଫଗାନିସ୍ତାନବାସୀଙ୍କୁ ମାନବୀୟ ସହାୟତା ଯୋଗାଇ ଦେଇଛି। ତେବେ କୌଣସି ମତେ ଯଦି ଭାରତ ସହିତ ଆଫଗାନିସ୍ତାନର ସମ୍ପର୍କ ସୁଦୃଢ଼ ହୁଏ ତେବେ ଏହା ପାକିସ୍ତାନ ପାଇଁ ବିଭିନ୍ନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ ବୋଲି କହିଛନ୍ତି ବିଶେଷଜ୍ଞମାନେ। ଏହାକୁ ନଜରରେ ରଖି ପାକିସ୍ତାନ ଭାରତ ଓ ଆଫଗାନିସ୍ତାନର ସହଭାଗିତା ଭିତରେ ଫାଟ ସୃଷ୍ଟି କରିବ ବୋଲି ଆଶଙ୍କା ରହିଛି।