PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ପାକିସ୍ତାନରେ ଲାଗିଲା ଅଘୋଷିତ ‘ମାର୍ଶଲ ଲ’, ଇମ୍ରାନ ଏବଂ ପତ୍ନୀଙ୍କ ସମେତ ଅନେକ ନେତା ଦେଶ ଛାଡିବା ଉପରେ ଲାଗିଛି ପ୍ରତିବନ୍ଧକ…

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ସମେତ ପିଟିଆଇର ୮୦ ଜଣ ସଦସ୍ୟଙ୍କୁ ନୋ-ଫ୍ଲାଏ ତାଲିକାରେ ରଖାଯାଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ସେମାନେ ଦେଶ ଛାଡି ବାହାରକୁ ଯାଇ ପାରିବେ ନାହିଁ । ସାମରିକ ପ୍ରତିଷ୍ଠାନ ଉପରେ ତାଙ୍କ ସମର୍ଥକଙ୍କ ଆକ୍ରମଣ ପରେ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହାପୂର୍ବରୁ ଗତକାଲି (ବୁଧବାର) ଦେଶବାସୀଙ୍କୁ ସମ୍ବୋଧିତ କରିବାବେଳେ ଇମ୍ରାନ ଖାନ କହିଥିଲେ ଯେ ତାଙ୍କ ଦଳ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଏଥି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶର ଅନେକ ପ୍ରାନ୍ତରେ ଧାରା ୨୪୫ କାର୍ଯ୍ୟକାରୀ ହେବା ନେଇ ସରକାରଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି ଏବଂ ଏହାକୁ ଏକ ଅଘୋଷିତ ‘ମାର୍ଶଲ ଲ’ ବୋଲି କହିଛନ୍ତି । ପାକିସ୍ତାନର ସମ୍ବିଧାନର ଧାରା ୨୪୫ ଅନୁଯାୟୀ, ଦେଶର ସୁରକ୍ଷା ପାଇଁ ନାଗରିକ ପ୍ରଶାସନକୁ ସାହାଯ୍ୟ କରିବାକୁ ସେନା ଡକାଯାଇପାରିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ଟୁଇଟରେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ସରକାର ତାଙ୍କ ଦଳକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଆଜି ସବୁଠୁ ବଡ଼ ଏବଂ ଏକମାତ୍ର ସଂଘୀୟ ପାର୍ଟି କୌଣସି ଉତ୍ତରଦାୟିତ୍ୱ ବିନା ରାଜ୍ୟ ଶକ୍ତିର ସମ୍ପୂର୍ଣ୍ଣ କ୍ରୋଧର ସମ୍ମୁଖୀନ ହୋଇଛି । ବରିଷ୍ଠ ନେତୃତ୍ୱଙ୍କ ସମେତ ୧୦ ହଜାରରୁ ଅଧିକ ପିଟିଆଇ କର୍ମଚାରୀ ଏବଂ ସମର୍ଥକ ଜେଲରେ ଅଛନ୍ତି । ଏହି ଟୁଇଟ୍ ପୂର୍ବରୁ ସେ କହିଥିଲେ ଯେ ‘ଆଜି କ୍ଷମତାରେ ଥିବା କୌଣସି ବି ବ୍ୟକ୍ତିଙ୍କ ସହ ଆଲୋଚନା ପାଇଁ ଏକ କମିଟି ଗଠନ କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ମେ ୯ ରେ ଅଦ୍ଧସୈନିକ ରେଞ୍ଜର୍ସ ଦ୍ବାରା ଇମ୍ରାନ ଖାନଙ୍କୁ ଗିରଫ କରିବା ପରେ ହିଂସାତ୍ମକ ବିରୋଧ ଆରମ୍ଭ ହୋଇଥିଲା ।

ତେବେ ପଞ୍ଜାବ, ଖୈବର ପଖତୁନଖୱା, ବାଲୁଚିସ୍ତାନ ଏବଂ ଇସଲାମାବାଦରେ ଧାରା ୨୪୫ ର କାର୍ଯ୍ୟକାରିତାକୁ ଚ୍ୟାଲେଞ୍ଜ କରି ଇମ୍ରାନ ଖାନ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ କହିଛନ୍ତି ଯେ ସେନା ଅଧିନିୟମ, ୧୯୫୨  ଅନୁଯାୟୀ ସାଧାରଣ ନାଗରିକଙ୍କୁ ଗିରଫ, ଅନୁସନ୍ଧାନ ଏବଂ ବିଚାର ଅସାମ୍ବିଧାନିକ ଏବଂ ଅବୈଧ ଏବଂ ଏହାର କୌଣସି ଆଇନଗତ ପ୍ରଭାବ ନାହିଁ । ସେ କହିଛନ୍ତି ଯେ ଏହା ହେଉଛି ସମ୍ବିଧାନ, ଆଇନର ନିୟମ ଏବଂ ନ୍ୟାୟପାଳିକାର ସ୍ବାଧୀନତାକୁ ପ୍ରତ୍ୟାଖ୍ୟାନ କରିବା ।