ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପାଣି ରୋକିଲେ ଯୁଦ୍ଧ ପାଇଁ ପ୍ରସ୍ତୁତ; '୧୩୦ ପରମାଣୁ ବୋମା ଭାରତୀୟଙ୍କ ପାଇଁ', ପାକ୍ ମନ୍ତ୍ରୀଙ୍କ ଧମକ

Published By : Ankita S | April 27, 2025 10:16 AM

ନୂଆଦିଲ୍ଲୀ,୨୭/୦୪: ବିଳିବିଳଉଛି ପାକିସ୍ତାନ । ଭାରତ ଭୟରେ ତାଟିଆ କାମୁଡୁଛି । ଗତକାଲି ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ପରେ ଏବେ ରେଳମନ୍ତ୍ରୀ ବିଳିବିଳେଇଛନ୍ତି । ଭାରତକୁ ଫମ୍ପା ଧମକ ଦେଇଛି ପାକିସ୍ତାନ । ଜମ୍ମୁ କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିବାରେ ଲାଗିଛି । ପାକିସ୍ତାନ ଉପରେ ୱାର୍ଟର ଷ୍ଟ୍ରାଇକ୍ କରିଛି ଭାରତ । ଏହା ପରେ ପାକିସ୍ତାନ ମୁଣ୍ଡ କାମ କରୁନାହିଁ ।

ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ ଭାରତ ଭୟରେ ଥରୁଛି ପଡୋଶୀ ଦେଶ । ଏହାରି ମଧ୍ୟରେ ପାକିସ୍ତାନ ରେଳମନ୍ତ୍ରୀ ହନିଫ ଅୱେସୀ ଭାରତକୁ  ଫମ୍ପା ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ଆମ ପାଣି ବନ୍ଦ କରିବ ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଅ । ଆମେ ଗୌରି, ଶହୀନ, ଗଜନବୀ ଏବଂ ୧୩୦ ପରମାଣୁ ବୋମା କେବଳ ହିନ୍ଦୁସ୍ଥାନ ପାଇଁ ରଖିଛୁ ।

ହନିଫ ଅୱେସୀ ଆହୁରି କହିଛନ୍ତି, ''ଆମ ପାଖରେ ସବୁଠୁ ଶକ୍ତିଶାଳୀ ପରମାଣୁ ବୋମା ଅଛି । ଭାରତ ଯଦି କିଛି ଦୁଃସାହାସିକ ନିଷ୍ପତ୍ତି ନିଏ ତେବେ ପରିଣାମ ଭୋଗିବାକୁ ପଡିବ । ଯଦି ଭାରତ ପାକିସ୍ତାନ ପାଣି ରୋକିଲା ଜବାବ ଦିଆଯିବ । ୧୩୦ ପରମାଣୁ ବୋମା କେବଳ ହିନ୍ଦୁସ୍ଥାନ ପାଇଁ ରହିଛି । ପରମାଣୁ ବୋମା ହିନ୍ଦୁସ୍ଥାନ ମୁହାଁ ରହିଛନ୍ତି ।  ଆମେ କୂଟନୈତିକ ପ୍ରୟାସ ସହିତ ସୀମା ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରୁଛି । ପହଲଗାମ ହମଲା କେବଳ ଏକ ବାହାନା, ଭାରତ ରାଡାରରେ ସିନ୍ଧୁ ଜଳ ଚୁକ୍ତି ରହିଛି । ପାକିସ୍ତାନ ସେନା ଯେବେ ଚାହିଁବ ରେଲୱେର ଉପଯୋଗ କରିପାରିବ । ପାକିସ୍ତାନ ରେଲୱେ ସେନାକୁ ସହଯୋଗ କରିବାକୁ ପ୍ରସ୍ତୁତ ରହିଛି ।''

ଅଧିକ ପଢନ୍ତୁ...ସିନ୍ଧୁର ପାଣି ବହିବ ନ ହେଲେ ତାଙ୍କ ରକ୍ତ...ଜଳ ଚୁକ୍ତିକୁ ନେଇ ଭାରତକୁ ବିଲାୱଲ ଭୁଟୋଙ୍କ ଧମକ

କହି ରଖୁଛୁ କି,  ଗତକାଲି  ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତକୁ ଧମକ ଦେଇଥିଲେ । ସେ କହିଥିଲେ, ''ପାଣି ରୋକିଲେ ରକ୍ତ ବୋହିବ । ସିନ୍ଧୁ ଆମର, ଆମର ହୋଇ ରହିବ । ପ୍ରଧାନମନ୍ତ୍ରୀ ମୋଦି ଦାବି କରୁଛନ୍ତି କି ଭାରତ ହଜାର ହଜାର ବର୍ଷ ପୁରୁଣା ସିନ୍ଧୁ ସଭ୍ୟତାର ଉତ୍ତରାଧିକାରୀ । କିନ୍ତୁ ଭାରତ ସରକାର ପାକିସ୍ତାନ ପାଣି ଉପରେ ନଜର ପକାଇଛି ।'' ଯାହାର ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ସେ କହିଥିଲେ, ''ଭୁଟ୍ଟୋ ଜଣେ ମୂର୍ଖ । ପାଣି ନ ମିଳିଲେ ସେମାନେ ଏମିତି ଚିତ୍କାର କରି ଚାଲିବେ । ପହଲଗାମରେ ଯାହା ଘଟିଲା ତାହା ସାଧାରଣ ଘଟଣା ନଥିଲା ଆତଙ୍କବାଦୀ ଆକ୍ରମଣ ଥିଲା । ୩୦ ବର୍ଷ ହେଲା ସେମାନେ ଏମିତି କରି ଆସୁଛନ୍ତି । ଆଗ ସେମାନେ ନିଜ ରକ୍ତ ବୁହାନ୍ତୁ ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.