• ନିଲାମୀ ଦୌଡ଼ରେ ତିନୋଟି କମ୍ପାନୀ
  • ସବୁଠୁ ଆଗରେ ଆରିଫ୍‌ ହବିବ କମ୍ପାନୀ
  • ନୂଆ ପୁଞ୍ଜିରେ ଆଭିଏସନ ସେକ୍ଟରକୁ ଦୃଢ କରିବ ପାକିସ୍ତାନ 
  • PIA ଅନେକ ବର୍ଷରୁ କ୍ଷତିରେ ଚାଲିଛି

ନୂଆଦିଲ୍ଲୀ : ବ୍ଲୁମବର୍ଗର ରିପୋର୍ଟ ଅନୁସାରେ , ପାକିସ୍ତାନକୁ ମଙ୍ଗଳବାର ନିଜର ରାଷ୍ଟ୍ରୀୟ ଏୟାରଲାଇନ୍, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ( ପିଆଇଏ)ର ବିକ୍ରି ପାଇଁ ତିନୋଟି ନିଲାମୀ ପ୍ରାପ୍ତ ହୋଇଛି। ରିପୋର୍ଟ ଅନୁସାରେ, ସରକାରଙ୍କୁ ବ୍ୟବସାୟୀ ମହମ୍ମଦ ଅଲୀ ତବବା ଓ ଆରିଫ୍‌ ହବିବଙ୍କ ନେତୃତ୍ୱରେ ଥିବା ଦୁଇଟି ସ୍ଥାନୀୟ ବ୍ୟାପାର ଗ୍ରୁପ୍‌ରୁ ସିଲ ବନ୍ଦ ନିଲାମ ଡକାର ମିଳିଛି ଏବଂ ଏକ ଡକରା ସ୍ଥାନୀୟ ଏୟାରଲାଇନ୍ ଏୟାରବ୍ଲୁରୁ ଏୟାରଲାଇନ୍‌ରେ ୭୫ ପ୍ରତିଶତ ଅଂଶୀଦାରଙ୍କ ପାଇଁ ପ୍ରାପ୍ତ ହୋଇଛି। ସରକାରଙ୍କ ଦ୍ୱାରା ସର୍ବନିମ୍ନ ମୂଲ୍ୟର ଘୋଷଣା କରିବା ଓ ଆଜିକା ପରେ ନିଲାମୀ ଖୋଲିବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁସାରେ , ସରକାର ଗତ ବର୍ଷ ପିଆଇଏକୁ ବିକ୍ରି  କରିବାକୁ ଚେଷ୍ଟା କରିଥିଲେ ,କିନ୍ତୁ ତାକୁ କେବଳ ଗୋଟିଏ ହିଁ ନିଲାମୀ (ବିଡ୍‌) ମିଳିଥିଲା , ଯାହା ପାଖାପାଖି ୩୦୦ ମିଲିୟନ ଡଲାରର ସର୍ବନିମ୍ନ ଦାମ୍‌ ଠାରୁ ଖୁବ୍‌ କମ୍‌ ଥିଲା । ହେଲେ ଏହିଥର ଅଧିକ କ୍ରୟରେ ରୁଚି ଦେଖାଇଛି।

ନିବେଶକଙ୍କୁ ଆକର୍ଷିତ କରିବା ପାଇଁ , ପାକିସ୍ତାନ ସରକାର ପିଆଇଏର ଋଣ ହ୍ରାସ କରିଛନ୍ତି , ନୂଆ ବିମାନ ଗୁଡ଼ିକର କ୍ରୟ ଉପରେ ବିକ୍ରି ଟାକ୍ସ ହଟେଇ ଦେଇଛନ୍ତି ଏବଂ କିଛି ଟାକ୍ସ ଓ ଆଇନଗତ ମାମଲାରେ ସୁରକ୍ଷା ପ୍ରଦାନ କରିଛନ୍ତି। ସରକାର ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଟାକ୍ସ ଛାଡ଼ ୧୫ ବର୍ଷ ଯାଏ ଲାଗୁ ରହିବ। ବିକ୍ରିରୁ ପ୍ରାପ୍ତ ଧନରାଶି ପାଖାପାଖି ୯୨ ପ୍ରତିଶତ ଏୟାରଲାଇନରେ ପୁନର୍ନିବେଶ କରାଯିବ।

ପାକିସ୍ତାନ ପିଆଇଏକୁ ବିକ୍ରି କରୁଛି , କାରଣ ଏହି ଏୟାରଲାଇନ୍ ଅନେକ ବର୍ଷରୁ କ୍ଷତିରେ ଚାଲିଛି ଏବଂ ଅନେକ ଦିନ ଯାଏ ସରକାରୀ ସହାୟତା ଉପରେ ନର୍ଭରଶୀଳ ରହିଛି। ଖରାପ ପରିଚାଳନା , ମାତ୍ର ୧୮ଟି ବିମାନର ପୁରୁଣା ଫ୍ଲିଟ୍‌,  ପ୍ରବଳ କ୍ଷତି ଓ ରାଜନୀତିକ ହସ୍ତକ୍ଷେପ କାରଣରୁ ପିଆଇଏକୁ ଖୁବ୍‌ ସଂଘର୍ଷକରିବାକୁ ପଡ଼ିଛି। ଏୟାରଲାଇନର ଫ୍ଲିଟ୍‌ ଆକାରର ତୁଳନାରେ ଏହାର କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଖୁବ୍‌ ଅଧିକ ରହିଛି। ଏହି ବିକ୍ରି କ୍ଷତିରେ ଚାଲୁଥିବା ସରକାରୀ ଉଦ୍ୟୋଗର ଘରୋଇକରଣର ବ୍ୟାପକ ଯୋଜନାର ଏକ ଅଂଶ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ , ଏୟାରଲାଇନ୍‌କୁ ବିକ୍ରି କରିବାରେ ଏହାର ପୁନର୍ଗଠନରେ ସାହାଯ୍ୟ ମିଳିବ , କାରଣ ପିଆଇଏକୁ ପରିଚାଳନା ଜାରି ରଖିବା ପାଇଁ ତୁରନ୍ତ ନୂଆ ଫଣ୍ଡର ଆବଶ୍ୟକତା ରହିଛି। ଆଗାମୀ ଦୁଇ ବର୍ଷରେ , ଏୟାରଲାଇନକୁ ପାଖାପାଖି ୮୦ ବିଲିୟନ ଟଙ୍କାର ନଗଦ ଆୟର ସାମ୍ନା କରିବାକୁ ପଡ଼ିପାରେ।

ଏହି ବିକ୍ରିରେ ପିଆଇଏରେ ନୂଆ ପୁଞ୍ଜି ଆସିବା ଓ ପାକିସ୍ତାନର ଆଭିଏସନ ସେକ୍ଟରକୁ ମଜବୁତ କରିବାର ଆଶା ରହିଛି। ନୂଆ ମାଲିକ ବିମାନ ,ସର୍ଭିସ ଓ ପରିଚାଳନା ସୁଧାରିବାରେ ନିବେଶ କରି ପାରିବେ।