ଆହୁରି କାଙ୍ଗାଳ ହେଲା ପାକିସ୍ତାନ: ଡଲାର ତୁଳନାରେ ଖସିଲା ପାକିସ୍ତାନୀ ମୁଦ୍ରା, ପେଟ୍ରୋଲ-ଡିଜେଲ୍ କିଣିବା ପାଇଁ ପଇସା ନାହିଁ

ନୁଆଦିଲ୍ଲୀ ୨୮/୨: ଭାରତ ସହିତ ଯୁଦ୍ଧ ଲଢିବା ପାଇଁ ଆଶା ବାନ୍ଧିଥିବା ପାକିସ୍ତାନ ଆହୁରି କାଙ୍ଗାଳ ହୋଇଯାଇଛି । ପାକିସ୍ତାନୀ ଟଙ୍କା ବୁଧବାର ଡଲାର ତୁଳନାରେ ବହୁତ ତଳକୁ ଖସି ଯାଇଛି । କେବଳ ଏତିକି ନୁହେଁ, ପାକ୍ ପାଖରେ ପେଟ୍ରୋଲ-ଡିଜେଲ୍ କିଣିବା ପାଇଁ ମଧ୍ଯ ପଇସା ନାହିଁ ।
୧୩୯.୨୫ରେ ବନ୍ଦ ହେଲା ଟଙ୍କା
ପାକିସ୍ତାନରେ ବୁଧବାର ଟଙ୍କା ୧୩୯.୨୫ ସ୍ତରରେ ବନ୍ଦ ହେଲା । ଅଶୋଧିତ ତୈଳର ଲଗାତାର ବଢୁଥିବା ଦର ଯୋଗୁଁ ପାକିସ୍ତାନକୁ ଅଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି । ଏହାସହିତ ସୁନା ମୂଲ୍ଯରେ ମଧ୍ୟ ତୀବ୍ରତା ଦେଖିବାକୁ ମିଳୁଛି । ପାକିସ୍ତାନରେ ବୁଧବାର ସୁନା ୭୦ ହଜାର ପ୍ରତି ୧୧ ଗ୍ରାମ ବିକ୍ରି ହୋଇଛି ।
ବିଦେଶୀ ନିବେଶକ ବାହାର କରୁଛନ୍ତି ପଇସା
ଯୁଦ୍ଧ ଆଶଙ୍କା ମଧ୍ଯରେ ପାକିସ୍ତାନରେ ବିଦେଶୀ ନିବେଶକ ନିଜ ପଇସା ବାହାରି କରୁଛନ୍ତି । ଏହି କାରଣରୁ ଡଲାରର ଡିମାଣ୍ଡ ବହୁତ ବଢିଯାଇଛି । ଏଥିପାଇଁ ଟଙ୍କା ଲଗାତାର ଖସୁଛି । ବ୍ୟାଙ୍କଗୁଡିକ ମଧ୍ଯ ବିଦେଶୀ ନିବେଶକଙ୍କୁ ଡଲାରରେ ପୈଠ କରୁଛନ୍ତି ।
ଲଗାତାର ଖସୁଛି ବିଦେଶୀ ମୁଦ୍ରା ଭଣ୍ଡାର
ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର ଖସିବାରେ ଲାଗିଛି । ଦେଶରେ ପେଟ୍ରୋଲ-ଡିଜେଲର ବଢୁଥିବା ଡିମାଣ୍ଡକୁ ପୂରା କରିବା ପାଇଁ ମହଙ୍ଗା ଅଶୋଧିତ ତୈଳ ଡଲାରରେ କିଣିବାକୁ ପଡୁଛି । ଏବେ ଅଶୋଧିତ ତୈଳ ଡଲାର ପ୍ରତି ବ୍ଯାରେଲରେ କାରବାର ହେଉଛି । ଯଦି ୧୦ ଦିନ ପର୍ଯ୍ଯନ୍ତ ଅଶୋଧିତ ତୈଳର ମୂଲ୍ଯ ବାଉନ୍ସ ବା ବୃଦ୍ଧି ଲାଗିରହିବ ତେବେ ୧୪୨ ଟଙ୍କା ପ୍ରତି ଡଲାର ପର୍ଯ୍ଯନ୍ତ ଖସିପାରେ । ଏହାପରେ ପାକିସ୍ତାନର ଅବସ୍ଥା ଅଧିକ ଶୋଚନୀୟ ହୋଇପାରେ ।