PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ସୁଷମା ସ୍ବରାଜଙ୍କୁ ଇସଲାମିକ୍ ସହଯୋଗ ସଙ୍ଗଠନର ନିମନ୍ତ୍ରଣ, ପାକିସ୍ତାନ କଲା ବହିଷ୍କାର

ନୂଆଦିଲ୍ଲୀ,୧।୩: ଇସଲାମିକ ସହଯୋଗ ସଙ୍ଗଠନ ପକ୍ଷରୁ ଅବୁଧାବୀରେ ଶୁକ୍ରବାର ଦିନ ବୈଠକ ଡକାଯାଇଛି। ଏଥିରେ ୫୬ ଦେଶର ବୈଦେଶିକ ମନ୍ତ୍ରୀ ସାମିଲ ହେବେ। ସଙ୍ଗଠନ ପକ୍ଷରୁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା। ସେ ଦୁଇ ଦିନର ରହଣି ପାଇଁ ଅବୁଧାବୀରେ ପହଞ୍ଚିସାରିଛନ୍ତି। ଏହା ମଧ୍ୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶୀ କହିଛନ୍ତି କି, ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ଅତିଥି ରୂପେ ଡକାଯାଇଥିଲା ମାତ୍ର ସୁଷମା ସ୍ବରାଜ ବୈଠକରେ ସାମିଲ ହେବେ ନାହିଁ।

ପାକିସ୍ତାନ ସୁଷମାଙ୍କୁ ସମ୍ମାନିତ ଅତିଥି ପଦରୁ ହଟେଇବା ପାଇଁ ବିରୋଧ କରିଥିଲା। ମାତ୍ର ସୁଷମାଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିନଥିଲା। ସୁଷମାଙ୍କୁ ୟୁଏଇର ବୈଦେଶିକ ମନ୍ତ୍ରୀ ଅବଦୁଳ୍ଲା ବିନ ଯାୟଦ ଅଲ ଓଆଇସି ବୈଠକ ପାଇଁ ଆମନ୍ତ୍ରିତ କରିଥିଲେ। ବୈଦଶିକ ମନ୍ତ୍ରୀମାନଙ୍କର ଏହା ଥିଲା ୪୬ ଅଧିବେଶନ। ଇସଲାମିକ ସହଯୋଗ ସଙ୍ଗଠନ ୫୬ ଦେଶର ପ୍ରଭାବଶାଳୀ ସମୂହ। ଏଥିରେ ପ୍ରଥମ ଥର ପାଇଁ ଭାରତୀୟ ମନ୍ତ୍ରୀଙ୍କୁ ସମ୍ମାନିତ ଅତିଥି ଭାବେ ଡକାଯାଇଥିଲା। ସୁଷମା ଉପସ୍ଥିତ ରହିଲେ ପୁଲଓ୍ବାମା ଆକ୍ରମଣର ସମସ୍ୟା ଉପରେ କଥା ଉଠାଇବେ ବୋଲି ତାଙ୍କୁ ବୈଠକରେ ସାମିଲ କରାଗଲା ନାହିଁ।

ଶାହ ମହମ୍ମୁଦ କୁରେଶୀ ଗୁରୁବାର ଦିନ କହିଥିଲେ, ଯଦି ବୈଠକରେ ସୁଷମା ସାମିଲ ହେବେ ତେବେ ସେ ଏହି ବୈଠକରେ ବସିବେ ନାହିଁ। ‘ଓଆଇସି ଆମ ଘର, ତେଣୁ ସେଠାକୁ ଯିବା ମୋର ଜରୁରୀ, କିନ୍ତୁ ସୁଷମାଙ୍କ ସହିତ କିଛି କଥାବର୍ତ୍ତା ହେବି ନାହିଁ’ ବୋଲି ସେ ପୂର୍ବରୁ କହିଥିଲେ।