ଆରଏସ୍ଏସ୍ ବରିଷ୍ଠ ପ୍ରଚାରକଙ୍କ ମନ୍ତବ୍ୟ, ୨୦୨୫ ପରେ ଭାରତ ସହ ମିଶିଯିବ ପାକିସ୍ତାନ

ଇସ୍ଲାମାବାଦ୍: ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ(ଆରଏସଏସ)ର ବରିଷ୍ଠ ପ୍ରଚାରକ ଇନ୍ଦ୍ରେଶ କୁମାର ପାକିସ୍ତାନକୁ ନେଇ ବଡ ଧରଣର ବୟାନ ଦେଇଛନ୍ତି। ସେ କହିଛନ୍ତି ୨୦୨୫ ପରେ ପଡ଼ୋଶୀ ଦେଶ ପାକିସ୍ତାନ ମୂଳ ରାଷ୍ଟ୍ର ଭାରତ ସହିତ ମିଶିଯିବ। ଏକଥା ସେ ଗତ କାଲି ମୁମ୍ବାଇରେ କଶ୍ମୀର ପ୍ରସଙ୍ଗ ନେଇ ଆୟୋଜିତ ଏକ ସଭାରେ ଏହା କହିଛନ୍ତି।
‘କଶ୍ମୀର- ଦ ୱେ ଆହେଡ୍’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ‘ଆପଣ ଲେଖିକି ରଖନ୍ତୁ, ୫ରୁ ୭ ବର୍ଷ ପରେ ଆପଣ କରାଚି,ଲାହୋର ରାୱଲପିଣ୍ଡି ଏବଂ ସିଆଲ୍କୋଟରେ ଘର କିଣିବେ ଓ ସେଠାରେ ବ୍ୟବସାୟ କରିବାର ମଧ୍ୟ ସୁଯୋଗ ପାଇବେ।’୧୯୪୭ ପୂର୍ବରୁ ପାକିସ୍ତାନ ନଥିଲା। ଲୋକେ କୁହନ୍ତି ୧୯୪୫ ପୂର୍ବରୁ ଏହା ଭାରତର ହିଁ ଏକ ଭାଗ ଥିଲା। ୨୦୨୫ ପରେ ଏହା ପୁଣିଥରେ ଭାରତର ଏକ ଭାଗ ହୋଇ ରହିବ। ଅଖଣ୍ଡ ଭାରତ ସ୍ବପ୍ନ ଖୁବ୍ ଶୀଘ୍ର ପୂରଣ ହେବା କଥା ନେଇ ସେ କହିଥିଲେ, ‘ ଅଖଣ୍ଡ ଭାରତର ସମର୍ଥକମାନେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ସହିତ ଭୁଟାନ୍, ନେପାଲ, ଆଫଗାନିସ୍ତାନ ଏବଂ ବର୍ମା ଅର୍ଥାତ ମ୍ୟାଁମାର ଏକାଠି ହୋଇଯାଆନ୍ତୁ ଚାହାନ୍ତି। ତେବେ ଇନ୍ଦ୍ରେଶ କୁମାର ଏହାର ସୂଚନା ଦେଇନଥିଲେ ଯେ ପାକିସ୍ତାନ କିଭଳି ଭାରତରେ ବିଲୟ ହେବ।
ସେ କହିଛନ୍ତି ଭାରତ ସରକାର କଶ୍ମୀର ପ୍ରସଙ୍ଗରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜନୀତିକ ଇଚ୍ଛାଶକ୍ତି କାରଣରୁ ହିଁ କଶ୍ମୀର ସମସ୍ୟାର ସମାଧାନ ପାଇଁ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁଛି। ରାଜନୈତିକ ଇଛା ଶକ୍ତି ବଦଳି ଯାଇଛି ତେଣୁ ଆମେ ସ୍ବପ୍ନ ଦେଖିପାରୁଛୁ ଯେ ଲାହାରୋରେ ଯାଇକି ବସିବୁ ଏବଂ ମାନସରୋବର ଯିବାପାଇଁ ଚୀନ୍ର ଅନୁମତି ନେବାକୁ ପଡ଼ିବନି ଯଦି ୟୁରୋପିଆନ୍ ୟୁନିଅନ୍ ସମ୍ଭବ ହୋଇପାରିଲା, ଭାରତୀୟ ୟୁନିଅନ୍ ବା ଅଖଣ୍ଡ ଭାରତ କ’ଣ ପାଇଁ ସମ୍ଭବ ନୁହେଁ ? ଚୀନ ପାକିସ୍ତାନକୁ ସାହାର୍ଯ୍ୟ କରୁଛି, କାରଣ ସେ ଏହାକୁ ନିଜ ହଡପ କରିବାକୁ ଚାହଁଛି। ଭାରତ ଉପରେ ଚୀନ ଏଥିପାଇଁ କ୍ଷୁବ୍ଧ ଯେ ଆମେ ଡୋକଲାମ୍ ପ୍ରସଙ୍ଗରେ ତାକୁ ହରାଇ ଦେଇଛୁ ବୋଲି କହିଛନ୍ତି ଇନ୍ଦ୍ରେଶ କୁମାର ।