PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଭାରତୀୟ ମହିଳା ଦଳ ବିପକ୍ଷରେ ପାକିସ୍ତାନର ଐତିହାସିକ ବିଜୟ, ପ୍ରଥମ ଥର କରିଦେଖାଇଲା ଏମିତି କାର୍‌ନାମା

ନୂଆଦିଲ୍ଲୀ ୦୭/ ୧୦: ମହିଳା ଟ୍ବେଣ୍ଟି ଟ୍ବେଣ୍ଟି ଏସିଆ କପ ୨୦୨୨ରେ ଭାରତକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି ପାକିସ୍ତାନ । ଏସିଆ କପର ୧୩ତମ ମୁକାବିଲାରେ ଭାରତୀୟ ମହିଳା ଦଳକୁ ୧୩ ରନରେ ପରାସ୍ତ କରିଛି ପାକିସ୍ତାନୀ ମହିଳା ଟିମ୍‌ । ଏସିଆ କପରେ ପ୍ରଥମ ଥର ପାଇଁ ଭାରତକୁ ହରାଇ ଇତିହାସ ରଚିଛି ପାକିସ୍ତାନ । ଏହା ପୂର୍ବରୁ ପାକିସ୍ତାନ ବିପକ୍ଷରେ ସମସ୍ତ ମ୍ୟାଚ ଜିତିଥିଲା ଭାରତୀୟ ମହିଳା ଦଳ ।

ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା ପାକିସ୍ତାନୀ ମହିଳା ଟିମ୍‌ । ଜବାବରେ ଭାରତୀୟ ଦଳ ମାତ୍ର ୧୨୪ ରନ କରିବାକୁ ସକ୍ଷମ ହୋଇଥିଲା । ପାକିସ୍ତାନ ପକ୍ଷରୁ ନିଦା ଦାର୍‌ ୩୭ ବଲରୁ ସର୍ବାଧିକ ୫୬ରନର ଇନିଂସ ଖେଳିଥିବା ବେଳେ ବିସମା ମାରୁଫ୍‌ ୩୨ରନ, ମୁନିବା ଅଲୀ ୧୭ରନ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୪ ଓଭରରେ ୨୭ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ପୂଜା ବସ୍ତ୍ରକାର ଦୁଇଟି ଏବଂ ରେଣୁକା ସିଂହ ଗୋଟିଏ ଓ୍ବିକେଟ ନେଇଥିଲେ ।

୧୩୮ ରନର ପିଛା କରିବାକୁ ଯାଇ ଭାରତୀୟ ମହିଳା ଦଳ ସମସ୍ତ ଓ୍ବିକେଟ ହରାଇ ୧୨୪ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ରିଚା ଘୋଷ ସର୍ବାଧିକ ୨୬ ରନ କରିଥିବା ବେଳେ ଡି. ହେମଲତା ୨୦ରନ, ଦୀପ୍ତି ଶର୍ମା ୧୬ରନ, ହରମନପ୍ରୀତ କୌର ୧୨ରନ ସବିନେନୀ ମେଘନା ୧୫ରନ କରିଛନ୍ତି । ପାକିସ୍ତାନ ପକ୍ଷରୁ ନସ୍‌ରା ସାନ୍ଧୁ ୩୦ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ। ସାଦିଆ ଇକବାଲ ଏବଂ ନିଦା ଦାର୍‌ ଦୁଇଟି ଲେଖାଏଁ, ଏମାନ ଅନଓ୍ବର୍‌ ଓ ଟୁବା ହସନ୍‌ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ସମ୍ବନ୍ଧିତ ଖବର