ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ସୀମାନ୍ତ ଗାଁ ମାନଙ୍କରେ ଗୁଳିବର୍ଷା କରୁଛି ପାକିସ୍ତାନୀ ସେନା; ବିସ୍ଥାପିତଙ୍କ ପାଇଁ ଦ୍ୱାର ଖୋଲିଲା ଏସଜିପିସି

Published By : Bijay Swain | May 8, 2025 7:46 AM

Image courtesy: livehindustan

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଭାରତ ଏହି ଆକ୍ରମଣର ଜବାବରେ 'ଅପରେସନ ସିନ୍ଦୁର' ଲଞ୍ଚ କରି ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଦେଇଛି। ଭାରତର ଏହି ମିସାଇଲ ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅପରେସନର ଧମାକା ଏତେ ଜବରଦସ୍ତ ଥିଲା ଯେ ଏହାର ଶବ୍ଦ ସାରା ଦୁନିଆକୁ ଶୁଭିଛି। ଏହାର ପ୍ରତିକ୍ରିୟାରେ ସମଗ୍ର ବିଶ୍ୱ ସମୁଦାୟ ଏହି ମାମଲାକୁ ଆଗକୁ ନବଢାଇବାକୁ ଦୁଇଦେଶକୁ ଅନୁରୋଧ କରିଛନ୍ତି। 

ତେବେ ଏ ସମସ୍ତ ଅନୁରୋଧର କୌଣସି ପ୍ରଭାବ ପାକିସ୍ତାନ ଉପରେ ପ୍ରଭାବ ପକାଇପାରି ନଥିଲା। ଏଣୁ ରକ୍ତ ଚାଉଳ ଚୋବାଉଥିବା ପାକିସ୍ତାନ ନିଜ ସେନା ସହାୟତାରେ ସୀମାରେ ଅସ୍ତ୍ରବିରତୀ ଉଲଘଂନ ଜାରି ରଖିଛି। ଗତକାଲିର ଅପରେସନ ପରେ ପାକିସ୍ତାନ ସୀମାନ୍ତବର୍ତ୍ତୀ ଗାଁ ମାନଙ୍କରେ ଲୋକ ବସବାସ କରୁଥିବା ଅଞ୍ଚଳକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି। 

ପାକିସ୍ତାନର ଏହି ଆକ୍ରମଣରେ ପ୍ରାୟ ୧୫ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି। ତେବେ ମୃତକମାନଙ୍କ ମଧ୍ୟରେ ସର୍ବାଧିକ ଶିଶୁ ରହିଥିବା ଜଣାପଡିଛି। ଭାରତୀୟ ସେନା ମଧ୍ୟ ଏହି ଆକ୍ରମଣର କଡା ଜବାବ ଦେଉଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି। 

ଏହି ଆକ୍ରମଣ ପରେ ଭାରତୀୟ ସେନା ସିମାନ୍ତ ଅଞ୍ଚଳରେ ରହୁଥିବା ଗ୍ରାମବାସୀମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ତାନାନ୍ତରିତ କରିବା ଆରମ୍ଭ କରିଦେଇଛି। ଗୁରୁଦ୍ୱାରା ପ୍ରବନ୍ଧକ ସମିତି(ଏସଜିପିସି)ର ପ୍ରମୁଖ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଗୁରୁଦ୍ୱାରା ଗୁଡିକରେ ବିସ୍ଥାପିତ ଲୋକଙ୍କୁ ରହିବାକୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଖାଦ୍ୟପାନୀୟର ବ୍ୟବସ୍ଥା କରିବାକୁ ମଧ୍ୟ ଗୁରୁଦ୍ୱାରା ଗୁଡିକୁ ଅନୁରୋଧ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.