ପଞ୍ଜାବ ୪।୪: ପଞ୍ଜାବର ତର୍ଣ୍ଣ ତରନ ଜିଳ୍ଳା ଅନ୍ତର୍ଗତ ଖେମ୍ କରଣ ସେକ୍ଟରଠାରେ ସୀମା ସମୀକ୍ଷା ବଳ (ବିଏସ୍ଏଫ୍) ଗୋଟାଏ ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇ ଦେଇଛନ୍ତି। ପରେ ପରେ ସୀମାନ୍ତ ଗାଁଗଣ୍ଡା ଏବଂ ଆଖପାଖ ଅଂଚଳରେ ହାଇ ଆଲର୍ଟ ହୋଇଛି।
{"id":10541,"width":741,"height":415}ବୁଧବାର ବିଳମ୍ବିତ ରାତ୍ରିରେ ରୋହତକ ଜିଲ୍ଲାର ବିଓପି ଠାରେ ଡ୍ରୋନଟି ଦେଖା ଦେଇଥିଲା। ପରେ ପରେ ବିଏସ୍ଏଫ ଏହାକୁ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ଚଳାଇ ଖସାଇ ଦେଇଥିଲା। କିନ୍ତୁ ଡ୍ରୋନଟି ଭାରତ ସୀମା ପଟେ କି, ପାକିସ୍ତାନ ସୀମା ପଟେ ପଡ଼ିଛି ତାହା ଜଣାପଡ଼ି ନାହିଁ।
ଗାଁ ସରପଞ୍ଚ ଲଖବୀର ସିଂଙ୍କ କହିବାନୁସାରେ, ସେ ଡ୍ରୋନଟିକୁ ଦେଖିବା ପରେ ଗୁଳି ମରାଯାଇ ତାହାକୁ ଖସାଇ ଦିଆଯାଇଥିଲା। ରବିବାର ବିଳମ୍ବିତ ରାତ୍ରୀରେ ଭାରତୀୟ ବାୟୁସେନା ପଞ୍ଜାବ ସୀମା ନିକଟରେ ପଇଁତରା ମାରୁଥିବା ଚାରିଟି ଏଫ୍-୧୬ ବିମାନକୁ ଭାରତୀୟ ବାୟୁସେନାର ସୁଖୋଇ-୩୦ ଏବଂ ମିରେଜ୍-୨୦୦୦ ଲଢ଼ୁଆ ବିମାନ ଘଉଡାଇ ଦେଇଥିଲା।