ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

Pakistan: ପାକିସ୍ତାନୀ ବ୍ୟକ୍ତିଙ୍କ ଆକୁଳ ନିବେଦନ; ପିଲାଙ୍କ ଚିକିତ୍ସା ପାଇଁ ଭାରତରେ ରହିବାକୁ କରୁଛନ୍ତି ଅନୁରୋଧ

Published By : Bijay Swain | April 25, 2025 11:53 PM

Image courtesy: hindustantimes

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନୀ ବ୍ୟକ୍ତି,  ତାଙ୍କକ ଦୁଇ ପିଲାଙ୍କ ଚିକିତ୍ସା ପାଇଁ ଭାରତକୁ ଆସିଛନ୍ତି। କିନ୍ତୁ ପହଲଗାମ ଆକ୍ରମମ ପରେ ଉଭୟ ଦେଶର ସରକାର ଭିସା ରଦ୍ଧ କରିବା ପରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି। ଏଣୁ ତାଙ୍କ ପିଲାଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ତାଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯାଉ ବୋଲି ସେ ଭାରତ ଓ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ଭାରତ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ସମସ୍ତ ଭିସା ରଦ୍ଦ କରିବା ସହ ଏପ୍ରିଲ ୨୯ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ବାହାରିଥିବା ରିପୋର୍ଟ ମୁତାବକ, ଜଣେ ପାକିସ୍ତାନୀ ବ୍ୟକ୍ତି ତାଙ୍କ ପିଲାଙ୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଭାରତରେ ଚିକିତ୍ସା କରାଉଛନ୍ତି। ସେ କହିଛନ୍ତି, “ଭାରତୀୟମାନଙ୍କର ହୃଦୟ ଅଛି... ମୋ ପିଲାମାନଙ୍କୁ ବଞ୍ଚାଇବା ପାଇଁ ମୋତେ ଏଠାରେ ରହିବାକୁ ଦିଅନ୍ତୁ।” ତାଙ୍କ ଏହି ଆବେଦନ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି। ଯେଉଁଠାରେ ଅନେକ ୟୁଜର୍ସ ତାଙ୍କ ପାଇଁ ସମର୍ଥନ ଜଣାଇଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ଏହି ଘଟଣାକୁ ଏକ ମାନବୀୟ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇଛି। ଯେଉଁଠାରେ ଲୋକେ ଭାରତ ସରକାରଙ୍କୁ ଏହି ମାମଲାରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ତେବେ, ଏହି ଅନୁରୋଧ ଉପରେ ସରକାରୀ ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ଭାରତ-ପାକିସ୍ତାନ ମଧ୍ୟରେ ବିବାଦୀୟ ସ୍ଥିତି ଚରମ ସ୍ତରରେ ପହଞ୍ଚିଛି।

ଏହି ଘଟଣା ବିଭିନ୍ନ ମାନବୀୟ ସମସ୍ୟା ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ଏକ ଜଟିଳ ସନ୍ତୁଳନ ଉପରେ ଆଲୋକପାତ କରିଛି। ଏହି ମାମଲାରେ ଏକ ପାରସ୍ପରିକ ସମାଧାନର ଆବଶ୍ୟକତା ରହିଛି। ଯାହା ଚିକିତ୍ସା ଜନିତ ଆବଶ୍ୟକତା ଓ ଜାତୀୟ ନୀତିକୁ ଦୃଷ୍ଟିରେ ରଖି ଏକ ନୂଆ ନିୟମ ବନାଇବା ଉପରେ ଆଲୋକପାତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.