‘ଟିପ୍-ଟିପ୍ ବରଷା ପାନି’ ଗୀତରେ କ୍ୟାଟ୍ରିନାଙ୍କୁ ଟକ୍କର ଦେଲେ ସାଂସଦ, ଭାଇରାଲ୍ ହେଉଛି ଭିଡିଓ

punjabkesari
ନୂଆଦିଲ୍ଲୀ ୦୭/୦୧: ‘ଟିପ୍-ଟିପ୍ ବରଷା ପାନି’ ଗୀତରେ କ୍ୟାଟ୍ରିନା କୈଫଙ୍କ ଅନ୍ଦାଜ ପୂର୍ବରୁ ଆମେ ଦେଖି ସାରିଛୁ। ବର୍ତ୍ତମାନ ତାଙ୍କୁ ଟକ୍କର ଦେବାକୁ ଜଣେ ବ୍ୟକ୍ତି ଆସିଛନ୍ତି। ପାକିସ୍ତାନୀ ସାଂସଦ ଏହି ଗୀତରେ ଏପରି ଡ୍ୟାନ୍ସ କରିଛନ୍ତି, ଯାହା ଦେଖିଲେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଦେଖିବା ପରେ କିଛି ଲୋକ ସାଂସଦଙ୍କୁ ପ୍ରଶଂସା କରୁଥିବାବେଳେ ଏହାକୁ କିଛି ଏହାକୁ ତୀବ୍ର ବିରୋଧ କରୁଛନ୍ତି।
Tip Tip Barsa Paani ??? pic.twitter.com/0IBo4J4oqq
— Taimoor Zaman (@taimoorze) January 5, 2022
ପାକିସ୍ତାନୀ ସାଂସଦ ଅମୀର ଲିଆକତ ହୁସେନ୍। ତାଙ୍କର ଏକ ଭିଡିଓ ତୈମୁର ଜମୁନ୍ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ୍ ହେବାର ଲାଗିଛି। ଭିଡିଓରେ ଦେଖାଯାଇଛି ଅମୀର ‘ଟିପ୍-ଟିପ୍ ବରଷା ପାନି’ ଗୀତରେ ଜବରଦସ୍ତ ଡ୍ୟାନ୍ସ ଷ୍ଟେପ୍ କରୁଛନ୍ତି, ଯାହାକୁ ସେଠାରେ ଉପସ୍ଥିତ ଲୋକମାନେ ଏଞ୍ଜଏ କରୁଛନ୍ତି।
ସମସ୍ତେ ତାଙ୍କର ଷ୍ଟେପ୍ସକୁ ପ୍ରଶଂସା କରୁଛନ୍ତି। ଏହି ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ କୁର୍ତ୍ତା ଏବଂ ପାଇଜାମାରେ ନଜର ଆସିଛନ୍ତି। କିଛି ଲୋକ ଏହି ଭିଡିଓକୁ ବିରୋଧ କରୁଛନ୍ତି। ସେମାନେ ଜାତୀୟ ସଭାର ସଦସ୍ୟଙ୍କ ଏହି ଅନ୍ଦାଜକୁ ପସନ୍ଦ କରୁ ନାହାଁନ୍ତି।