PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ସାଉଦି ରାଜକୁମାରଙ୍କୁ ପାକିସ୍ତାନ ସାଂସଦ ଦେଲେ ସୁନା ଛାଉଣି ଦିଆ ବନ୍ଧୁକ

ନୂଆଦିଲ୍ଳୀ,୨୧।୨: ଦୁର୍ବଳ ଅର୍ଥ ବ୍ୟବସ୍ଥାର ପାଇଁ ଏବେ କାଙ୍ଗାଳ ହେବାର ସ୍ଥିତିରେ ଥିବା ପାକିସ୍ତାନ କିନ୍ତୁ ଅତିଥି ଚର୍ଚାରେ ପଛରେ ପଡିବାକୁ ଚାହୁଁନି। ପାକିସ୍ତାନର ସାଂସଦ ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନଙ୍କୁ ସୁନା ଛାଉରି ଦିଆ  ଏକ ବନ୍ଧୁକ ଉପହାରରେ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମ୍ମୁଖରେ ସାଂସଦ ଜଣକ ଏହି ଉପହାର ଦେଇଛନ୍ତି। ଖବର ଅନୁସାରେ ସାଂସଦଙ୍କ ଏକ ପ୍ରତିନିଧି ମଣ୍ଡଳୀ ସିନେଟ୍ ଚେୟାରମ୍ୟାନ ସାଦିକ୍ ସଞ୍ଜରାନୀଙ୍କ ନେତୃତ୍ବରେ ସାଉଦି ରାଜକୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସ ଭବନକୁ ଡକାଇଥିଲେ। ତାଙ୍କର ସ୍ବାଗତ ଖୁବ୍ ଯୋରଦାର ଭାବରେ କରାଯାଇଥିଲା ।  ପାକିସ୍ତାନ ସହ ରାଜକୁମାରଙ୍କ  ସମ୍ପର୍କ କିଭଳି ଭଲ ଯେପରି ରହିବ ସେଥିପାଇଁ ସେ ଅଲଗା କିଛି  କରିବାର ଭାବି ଏହି ଉପହାର ଦେଇଛନ୍ତି।

source: https://janman.tv

ପାକିସ୍ତାନୀ ସାଂସଦ ସାଉଦି ରାଜକୁମାରଙ୍କୁ ଏମପି-୫ ଗୋଲ୍ଡ ପ୍ଳେଟେଡ୍ ବନ୍ଧୁକ ଦେବା କଥାକୁ ନେଇ ଚାରିଆଡେ ଭାରି ଚର୍ଚା ହେଉଛି। ଏହା ସହ ସେ ରାଜକୁମାରଙ୍କୁ ଏକ ପୋଟ୍ରେଟ୍ ମଧ୍ୟ ଉପହାରରେ ଦେଇଛନ୍ତି। ବନ୍ଧୁକ ସହିତ ସୁନାର ବହୁତ ଗୁଡିଏ ଗୁଳି ମଧ୍ୟ ଦେଇଛନ୍ତି। ଏଠାରେ ଉଲ୍ଳେଖନୀୟ ଯେ ସାଉଦି ରାଜକୁମାର ଗତ ରବିବାର ପାକିସ୍ତାନର ରାଜଧାନୀ ଇସଲାମବାଦ ପହଁଞ୍ଚିଥିଲେ। ସାଉଦି ରାଜକୁମାରଙ୍କ ଏହା ପ୍ରଥମ ପାକିସ୍ତାନ ଗ୍ରସ୍ତ ଥିଲା ଓ ଆସିବା ମାତ୍ରେ ହିଁ ତାଙ୍କୁ ଇସଲାମାବାଦ ସହିତ ନିଜର ବନ୍ଧୁତ୍ବ ଆରମ୍ଭ କରିଦେଇଥିଲେ। ପାକିସ୍ତାନରେ ୨୦ ବିଲିୟନ ଡଲାର ନିବେଶର ଘୋଷଣା କରିଥିଲେ। ସାଉଦି ରାଜକୁମାର ବୁଧବାର ଠାରୁ ଭାରତ ଗସ୍ତରେ ଅଛନ୍ତି। ଏହା ପୂର୍ବରୁ  ୧୫ ଜାନୁଆରୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସାଉଦି ଯାତ୍ରା କରିଥିବା ବେଳେ ତାଙ୍କୁ ସେଠାରେ ତାବୁକର ଗର୍ଭନର ପ୍ରିନ୍ସ ଫହାଦ ବିନ୍ ସୁଲତାନ ବିନ୍ ଅବଦୁଲ ଅଜିଜ୍ ତାଙ୍କୁ ଗୋଲ୍ଡ ପ୍ଲେଟେଡ୍ କ୍ଲଶାନିକୋଭ ବନ୍ଧୁକ ଓ ସୁନାର ଗୁଳି ଗିଫ୍ଟରେ ଦେଇଥିଲେ।  

ସମ୍ବନ୍ଧିତ ଖବର