PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ

ଇସଲାମାବାଦ ୦୭/ ୦୨: ପାକିସ୍ତାନର ଓ୍ବିକେଟ କିପର୍ ବ୍ୟାଟର୍‌ କାମରାନ୍‌ ଆକମଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମଙ୍ଗଳବାର ଏ ନେଇ ଆକମଲ ଜଣାଇଛନ୍ତି । ଲମ୍ବା ସମୟ ଧରି କାମରାନ ଆକମଲଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା । କିନ୍ତୁ ପାକିସ୍ତାନ ସୁପର ଲିଗ୍‌ ସମେତ ଅନ୍ୟାନ୍ୟ ଲିଗ୍‌ ମ୍ୟାଚ ଖେଳୁଥିଲେ । ଏବେ ସେ ଅନ୍ତର୍ଜାତୀୟ କ୍ରିକେଟ ସମେତ ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି ।

What've we won before or after 2017 CT?': Kamran Akmal slams Pakistan's  cricketing policies after whitewash vs England | Cricket - Hindustan Times
Social Media

୨୦୦୨ ମସିହା ନଭେମ୍ବର ମାସରେ ଟେଷ୍ଟ ଜରିଆରେ ଡେବ୍ୟୁ କରିଥିଲେ କାମରାନ ଆକମଲ । ୨୦୧୦ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଥିଲା ତାଙ୍କର ଶେଷ ମୁକାବିଲା । ୨୦୦୨ ନଭେମ୍ବର ୨୩ ତାରିଖରେ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ । ସେହିଭଳି ଆକମଲଙ୍କ ଟ୍ବେଣ୍ଟି ଟ୍ବେଣ୍ଟି କ୍ୟାରିୟର କଥା କହିବାକୁ ଗଲେ ସେ ୨୦୦୬ ଅଗଷ୍ଟ ୨୮ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ଖେଳିବା ଆରମ୍ଭ କରିଥିଲେ । ତାଙ୍କର ଶେଷ ଟି-୨୦ ଥିଲା ୨୦୧୭ ଏପ୍ରିଲ୍‌ ୨ ତାରିଖରେ ଯାହାକି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିଲା ।

Kamran Akmal says Umar Akmal used as scapegoat by Pakistan captain | Latest  Sports Updates, Cricket News, Cricket World Cup, Football, Hockey & IPL
Social Media

ପାକିସ୍ତାନୀ ଓ୍ବିକେଟ୍‌ କିପର ବ୍ୟାଟର୍‌ କାମରାନ ଆକମଲ ୨୦୧୭ ମସିହାରୁ ହିଁ ଦଳରୁ ବାଦ୍‌ ପଡିଥିଲେ । ସେ ଦଳ ପକ୍ଷରୁ ମୋଟ ୫୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୬ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସହାୟତାରେ ୨୬୪୮ ରନ କରିଥିଲେ । ସେହିଭଳି ଦିନିକିଆରେ ୧୫୭ଟି ମ୍ୟାଚ୍‌ ଖେଳି ୫ ଶତକ ଓ ୧୦ ଅର୍ଦ୍ଧଶତକ ସହ ୩୨୩୬ ରନ ଓ ଟ୍ବେଣ୍ଟି ଟ୍ବେଣ୍ଟିରେ ୫୮ଟି ମ୍ୟାଚ୍‌ରୁ ୫ଟି ଅର୍ଦ୍ଧଶତକ ଶତକ ସହ ୯୮୭ ରନ କରିଥିଲେ କାମରାନ ଆକମଲ ।

ପଢନ୍ତୁ ଏହି ଖବର: ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର

ସମ୍ବନ୍ଧିତ ଖବର