ପ୍ରମୂଖ ଖବର
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଗୁଜରାଟରୁ ଧରାପଡିଲା ଆଉ ଜଣେ ଦେଶଦ୍ରୋହୀ, ପାକିସ୍ତାନକୁ ପଠାଉଥିଲା ସେନାର ଗୁପ୍ତ ସୂଚନା

Published By : Prameya | May 24, 2025 3:00 PM

ନୂଆଦିଲ୍ଲୀ,୨୪।୫: ଲଗାତାର ଦେଶଦ୍ରୋହୀଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ଏବେ ଏହି ଲିଷ୍ଟରେ ଗୁଜରାଟର ସହଦେବ ସିଂହ ଗୋହିଲର ନାଁ ମଧ୍ୟ ସାମିଲ କରାଯାଇଛି। ସହଦେବ ଉପରେ ବିଏସ୍‌ଏଫ୍‌ ଓ ଭାରତୀୟ ବାୟୁସେନା ସମ୍ପର୍କୀତ ସମ୍ବେଦନଶୀଳ ଡାଟା ପାକିସ୍ତାନକୁ ପଠାଇଥିବାର ଅଭିଯୋଗ ରହିଛି। ସହଦେକୁ ଗିରଫ କରାଯାଇଥିବା ନେଇ ଗୁଜରାଟ ଏଟିଏସ୍ ଏସପି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମକୁ ସୂଚନା ମିଳିଥିଲା ସେ ବିଏସ୍ଏଫ୍ ଓ ଆଇଏଏଫ୍ ସମ୍ପର୍କିତ ସୂଚନା ଜଣେ ପାକିସ୍ତାନୀ ଏଜେଣ୍ଟ ସହ ସେୟାର କରୁଥିଲେ।

ଗୁଜରାଟ ଏସ୍‌ପି କହିଛନ୍ତି ସହଦେବ ଜଣେ ସ୍ବାସ୍ଥ୍ୟକର୍ମୀ। ୧ ମଇରେ ପ୍ରାରମ୍ଭିକ ଯାଞ୍ଚ ପାଇଁ ଡକାଯାଇଥିଲା। ଯେଉଁଠି ଜଣାପଡିଥିଲା ଯେ, ଜୁନ୍-ଜୁଲାଇ ୨୦୨୩ ରେ ହ୍ବାଟସଆପ୍‌ରେ ଆଦିତି ଭରଦ୍ବାଜ ନାମକ ଜଣେ ମହିଳାଙ୍କ ସମ୍ପର୍କରେ ଥିଲା। କଥାବାର୍ତ୍ତା ପରେ ଜଣାପହିଥିଲା, ସେ ଜଣେ ପାକିସ୍ତାନୀ ଏଜେଣ୍ଟ। ବିଏସ୍ଏଫ୍ ଓ ଆଇଏଏଫ୍‌ର ନିର୍ମାଣଧୀନ ସ୍ଥାନର ଫଟୋ ଓ ଭିଡିଓ ମାଗୁଥିଲା। ଏହାପରେ ସେ ହ୍ବାଟସଆପ୍ ଜରିଆରେ ଫଟୋ ଓ ଭିଡିଓ ସେୟାର କରିବା ଆରମ୍ଭ କରିଦେଇଥିଲା ସହଦେବ। 

ପୋଲିସର କହିବା ଅନୁସାରେ, ୨୦୨୫ ର ଆରମ୍ଭରେ ସହଦେବ ନିଜର ଆଧାର କାର୍ଡ ବ୍ୟବହାର କରି ଏକ ସିମ୍‌ କାର୍ଡ କିଣିଥିଲା। ଏହାପରେ ଆଦିତି ଭରଦ୍ବାଜର ବ୍ୟବହାର ପାଇଁ ସେ ନମ୍ବରରେ ହ୍ବାଟସଆପ୍ ଆକାଉଣ୍ଟ ମଧ୍ୟ ଖୋଲିଥିଲା। ଏହାପରେ ସେ ନମ୍ବରରୁ ବିଏସ୍‌ଏଫ୍ ଓ ଆଇଏଏଫର ନିର୍ମାଣଧୀନ ବିଲ୍ଡିଂର ଫଟୋ-ଭିଡିଓ ସେୟାର କରୁଥିଲା।  ପାକିସ୍ତାନର ଏଜେଣ୍ଟ ଏହାକୁ ବ୍ୟବହାର କରୁଥିଲେ। ଏଥିପାଇଁ ସହଦେବ ଜଣେ ଅଜ୍ଞାତ ବ୍ୟକ୍ତିଠାରୁ ୪୦୦୦୦ ଟଙ୍କା ନେଇଥିଲା। କୁହାଯାଉଛି ଯେ, ସେହି ଲୋକ ମଧ୍ୟ ଜ‌ଣେ ଗୁପ୍ତଚର। ସହଦେବର ଫୋନ୍ ଏଫ୍‌ଏସ୍ଏନ୍‌କୁ ପଠଯାଇଥିଲା। ଆଦିତି ଭରଦ୍ବାଜ ନାମରେ ହ୍ବାଟସଆପ୍ ନମ୍ବର ପାକିସ୍ତାନରୁ ପରିଚାଳିତ କରାଯାଉଥିଲା। ସହଦେବ ଓ ପାକିସ୍ତାନୀ ଏଜେଣ୍ଟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.