ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପାକିସ୍ତାନକୁ ଆର୍ଥିକ ଝଟ୍‌କା ଦେବାକୁ ପ୍ରୟାସ, ଆହୁରି ବିଗିଡ଼ିବ ପାକିସ୍ତାନ ଅର୍ଥନୀତି

Published By : Rasmita Pradhan | May 7, 2025 8:22 AM

ନୂଆଦିଲ୍ଲୀ, ୦୭/୦୫ : ପାକିସ୍ତାନ ଉପରେ ଭାରତର ପହଲଗାମ୍ ପ୍ରତିଶୋଧ। ରାତି ଅଧରେ ଆତଙ୍କୀସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କଲା ଭାରତ। ଏବେ ଅର୍ଥନୈତିକ ଦୃଷ୍ଟିକୋଣରୁ ପାକିସ୍ତାନକୁ ଦୁର୍ବଳ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛି ଭାରତ। ସିନ୍ଧୁ ଜଳଚୁକ୍ତି ଏବଂ ଦ୍ୱିପାକ୍ଷୀକ କାରବାର ବାତିଲ କରିବା ପରେ ପାକିସ୍ତାନ ଯେଭଳି ପ୍ରମୁଖ ଅନ୍ତର୍ଜାତୀୟ ବ୍ୟାଙ୍କ ଗୁଡ଼ିକରୁ ଋଣ ନ ପାଇବ ସେ ନେଇ ଭାରତ ନଜର ରଖିଛି । ଏହା ଦ୍ୱାରା ପାକିସ୍ତାନ ଅର୍ଥନୀତି ଆହୁରି ବିଗିଡିବ ବୋଲି କୁହାଯାଉଛି । ଏବେ ପାକିସ୍ତାନ ପାଇଁ ଭାରତର ଜାହାଜ ଏବଂ ଲଜିଷ୍ଟିକ୍ସ ପରିଚାଳନା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି । ପାକିସ୍ତାନି ବିମାନ କମ୍ପାନିଗୁଡ଼ିକ ଲାଗି ଭାରତର ଆକାଶ ପଥ ମନା ହୋଇଛି । ଏହା ଦ୍ୱାରା ପାକିସ୍ତାନ ଅର୍ଥନୀତି ଉପରେ ଚାପ ପଡିବ । 

ଅନ୍ୟ ପଟେ ପାକିସ୍ତାନ ଏହାର ସାମରିକ ବାହିନୀକୁ ଏବେ ସକ୍ରିୟ କରୁଥିବାରୁ ଅତିରିକ୍ତ ଖର୍ଚ୍ଚ ମଧ୍ୟ କରିବାକୁ ପଡୁଛି । ଏହା ସେହି ଦେଶ ଉପରେ ଚାପ ପଡ଼ିବ ବୋଲି କୁହାଯାଉଛି । ମଲ୍ଟି ଲାଟେରାଲ ଏଜେନ୍ସି ଗୁଡ଼ିକ ଠାରୁ ପାକିସ୍ତାନ ଯେଭଳି ଋଣ ନ ପାଏ ଭାରତ ଏବେ ଠାରୁ ବିରୋଧ ଆରମ୍ଭ କରି ଦେଲାଣି । ଏ କ୍ଷେତ୍ରରେ ୟୁଏଇ ଏବଂ ସାଉଦି ଆରବ ଭଳି ଦେଶ ଗୁଡ଼ିକ ଭାରତକୁ ସମର୍ଥନ କରୁଥିବାରୁ ପାକିସ୍ତାନକୁ ଋଣ ମିଳିବା କଷ୍ଟକର ହୋଇପଡିବ ବୋଲି କୁହାଯାଉଛି । ୨୦୨୩ରେ ପାକିସ୍ତାନକୁ ଆଇଏମ୍‌ ଏଫ୍‌ ବେଲଆଉଟ ପ୍ୟାକେଜ ଦେଇଥିଲା । ଏହି ବାହ୍ୟ ଋଣ ଉପରେ ପାକିସ୍ତାନ ନିର୍ଭରଶୀଳ ରହିଥିଲା । ଏଥିଯୋଗୁ ସମ୍ଭାବ୍ୟ ଦେବାଳିଆ ହେବାରୁ ଏହି ଦେଶ ବଞ୍ଚି ଯାଇଥିଲା । 

ଚଳିତ ମାସ ୯ ତାରିଖରେ ଆଇଏମ୍‌ଏଫ୍‌ର ବୋର୍ଡ ବୈଠକ ବସୁଛି । ଏଥିରେ ପାକିସ୍ତାନ ପ୍ରସ୍ତାବ ରଖିଥିବା ୧.୩ ବିଲିୟନ ଡଲାରର ଋଣ ପ୍ରସ୍ତାବକୁ ଭାରତ ବିରୋଧ କରିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି । ଏହି ଋଣ ଅର୍ଥକୁ ପାକିସ୍ତାନ ଆତଙ୍କି ପାଣ୍ଠି ଯୋଗାଣରେ ବ୍ୟବହାର କରୁଥିବା ଭାରତର ଅଭିଯୋଗ ରହିଛି । ଜଳବାୟୁ ପରିବର୍ତ୍ତନ ଲଢ଼େଇ ଲାଗି ପାକିସ୍ତାନ ମାଗୁଥିବା ଏହି ଋଣକୁ ବୋର୍ଡ ବୈଠକରେ ବିରୋଧ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି । ସେହିଭଳି ବର୍ତ୍ତମାନ ପାକିସ୍ତାନକୁ ଜାରି ରହିଥିବା ୭ ବିଲିୟନ ଡଲାରର ବେଲ୍‌ ଆଉଟ ପ୍ୟାକେଜର ମଧ୍ୟ ସମୀକ୍ଷା କରାଯିବ । ପୂର୍ବରୁ ଏହି ପ୍ୟାକେଜକୁ ଭାରତ ସମର୍ଥନ କରି ନ ଥିଲା । ବର୍ତ୍ତମାନ ଏହା ବିରୋଧରେ ଦେଶ ଭୋଟ କରିବ ବୋଲି କୁହାଯାଉଛି । 

୭ ବିଲିୟନ ଡଲାରର ପ୍ୟାକେଜ ମଧ୍ୟରୁ ପରବର୍ତ୍ତୀ ପର୍ଯ୍ୟାୟରେ ମିଳିବାକୁ ଥିବା ୧ ବିଲିୟନ ଡଲାର ସମ୍ପର୍କରେ ଆଇଏମ୍‌ଏଫ୍‌ର ଆଗାମୀ ବୈଠକରେ ନିଷ୍ପତ୍ତି ହେବ । ପାକିସ୍ତାନକୁ ନୂଆ ଋଣ ମିଳିବା ପୂର୍ବରୁ ଭାରତ ଆଇଏମ୍‌ଏଫ୍‌ ବୋର୍ଡରେ ନୂଆ ନିଯୁକ୍ତି ପ୍ରଦାନ କରିଛି । ୱାର୍ଲଡ ବ୍ୟାଙ୍କରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିବା ପରମେଶ୍ୱରନ ଆୟରଙ୍କୁ ଆଇଏମ୍‌ଏଫ୍‌ର ଅସ୍ଥାୟୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି ଦେଶ । ଏହି ପଦବୀରେ କାର୍ଯ୍ୟରତ କେଭି ସୁବ୍ରମଣ୍ୟମଙ୍କୁ ତ୍ୱରିତ ଭିତ୍ତିରେ ପଦରୁ ହଟାଇଛି ଦେଶ । ୭ ବିଲିୟନ ଡଲାର ଋଣରେ ନିଜ ଅର୍ଥନୀତିକୁ ଦୃଢ଼ କରିବ ବୋଲି ପାକିସ୍ତାନ ଆଇଏମ୍‌ଏଫ୍‌କୁ ପ୍ରତିଶ୍ରୁତି ଦେଇଛି । ୨୦୨୩ ମେରେ ପାକିସ୍ତାନରେ ମୁଦ୍ରାସ୍ଫୀତି ୪୦% ଥିବା ବେଳେ ଏହା ଧୀରେ ଧୀରେ କମୁଛି । ମାତ୍ର ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇନି ।

ଏହି ଖବରଟିକୁ ପଢନ୍ତୁ-Operation Sindoor: ରାଫେଲ, ସୁଖୋଇର ଗର୍ଜନରେ ଥରିଲା ପାକିସ୍ତାନ ଛାତି; ସେପଟେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ବିମାନ ସେବା ରଦ୍ଦ କଲା ଏୟାର ଇଣ୍ଡିଆ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.