ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Pakistan: ପାକିସ୍ତାନର ଫମ୍ପା ଧମକ; ସିମଲା ଚୁକ୍ତି ରଦ୍ଧ ସହ ନିଜ ବାୟୁ ସୀମାକୁ ବନ୍ଦ କଲା ଇସଲାମାବାଦ

Published By : Bijay Swain | April 24, 2025 6:26 PM

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିପକ୍ଷରେ ନିଜ କୁଟନୈତିକ ସମ୍ପର୍କ ଛିନ୍ନ କରିବା ପରେ ଔଷଧ ବିକଳରେ ତାଟିଆ କମୁଡୁଛି ପାକିସ୍ତାନ। ଜମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ନେଇଥିବା କଠୋର ନିଷ୍ପତ୍ତି ବିରୋଧରେ ଇସଲାମାବାଦ ନିଜ ଆଡୁ କେତେକ ଭାରତ ବିରୋଧି ପଦକ୍ଷେପ ଗ୍ରହଣ କରିଛି। ଯେଉଁଥିରେ ୱାଘା ବୋର୍ଡର ବନ୍ଦ, ଭାରତରୀୟ ନାଗରିକଙ୍କ ପାଇଁ SAARC ଭିସା ରଦ୍ଧ ଓ ଭାରତୀୟ ବେସାମରିକ ବିମାନ ଚଳାଚଳ ପାଇଁ ନିଜ ବାୟୁ ସୀମାକୁ ବନ୍ଦ କରିଛି ପାକିସ୍ତାନ। 

ଏହା ସହ ସିମଲା ଚୁକ୍ତିନାମାକୁ ଆହ୍ୱାନ କରି ଇସଲାମାବାଦ କହିଛି ଯେ ଯଦି ନୂଆଦିଲ୍ଲୀ "କାଶ୍ମୀର ଉପରେ ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ପ୍ରସ୍ତାବ" ପାଳନ କରିବାରୁ ନିବୃତ୍ତ ହୁଏ, ତେବେ ପାକିସ୍ତାନ ଭାରତ ସହିତ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ସ୍ଥଗିତ ରଖିବ।

ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ ଜାଣିବା ପରେ ଭାରତ ପାକିସ୍ତାନ ବିରୋଧରେ ନିଜର କୁଟନୈତିକ ସମ୍ପର୍କ ଛିନ୍ନ କରିବା ନେଇ ଘୋଷଣା କରିଥିଲା। ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତି ବାତିଲ, ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଧ କରିବା ସହ ଆଉ କେତେକ କଠୋର ନିଷ୍ପତ୍ତି ଗ୍ରହଣ କରିଥିଲା। ତେବେ ଏହି ଘୋଷଣାର ୨୪ ଘଣ୍ଟା ପରେ ଇସଲାମାବାଦ କେତେକ ଭାରତ ବିରୋଧି ପଦକ୍ଷେପ ଗ୍ରହଣ କରିଛି। 

ଗୁରୁବାର ପାକିସ୍ତାନ ମୁଖ୍ୟମନ୍ତ୍ରୀ ସେହବାଜ ସରିଫଙ୍କ ନେତୃତ୍ତ୍ୱରେ ଜାତୀୟ ସୁରକ୍ଷା କମିଟି(ଏନଏସସି)ର ଏକ ଜରୁରିକାଳିନ ବୈଠକ ଡାକାଯାଇଥିଲା। ଯେଉଁଠି ଇସଲାମାବାଦ ଭାରତର ପଦକ୍ଷେପକୁ "ଏକପାକ୍ଷିକ, ଅନ୍ୟାୟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଆଇନଗତ ଯୋଗ୍ୟତା ହୀନ" ବୋଲି କହିଥିଲା। ଏହା ସହ ପାକିସ୍ତାନ ଭାରତ ବିରୋଧରେ କେତେକ ପମ୍ଫା ପଦକ୍ଷେପ ମଧ୍ୟ ଗ୍ରହଣ କରିଛି।

ପାକିସ୍ତାନ ଦ୍ୱାରା ନିଆଯାଇଥିବା ପ୍ରମୁଖ ପଦକ୍ଷେପ: 

ୱାଘା ବର୍ଡର ବନ୍ଦ: ପାକିସ୍ଥାନ ତତ୍କାଳ ପ୍ରଭାବରେ ୱାଘା ବର୍ଡର ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଏହି ପଥ ଦେଇ ଭାରତ କରୁଥିବା ସମସ୍ତ କାରବାରକୁ ମଧ୍ୟ ରଦ୍ଧ କରାଯାଇଛି। ଏହାସହ ଯେଉଁ ଭାରତୀୟ ଯାତ୍ରୀ ମାନେ ୱାଘା ବର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ ସେମାନଙ୍କୁ ଏପ୍ରିଲ ୩୦ ତାରିଖ ସୁଦ୍ଧା ଭାରତ ଫେରିଯିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି।

ଦ୍ୱିପାକ୍ଷିକ ଚୁକ୍ତିନାମା: ଭାରତ ପକ୍ଷରୁ ହୋଇଥିବା ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ସ୍ଥଗିତ ରକାଯାଇଛି। ଯେଉଁଥିରେ ସିମଲା ଚୁକ୍ତି ମଧ୍ୟ ସାମିଲ ରହିଛି।

ଭିସା ରଦ୍ଧ: SAARC ଭିସା ଏକ୍ସେମ୍ପସନ ସ୍କିମ(ଏସଭିଇଏସ) ଅଧିନରେ ଭାରତୀୟ ନାଗରିକମାନଙ୍କୁ ଦିଆଯାଇଥିବା ଭିସାକୁ ତତ୍କାଳ ପ୍ରଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଭିସା ଅଧିନରେ ପାକିସ୍ତାନର ବିଭିନ୍ନ ଶିଖ୍ ତାର୍ଥସ୍ଥଳକୁ ଯାଇଥିବା ଭାରତୀୟ ମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ସୂଚନା ଦିଆଯାଇଛି ବୋଲି ଜଣାପଡିଛି।

ବାୟୁସୀମା ବନ୍ଦ: ପାକିସ୍ତାନ ଆଜିଠୁ ନିଜ ବାୟୁସୀମାକୁ ଭାରତୀୟ-ମାଲିକାନା କିମ୍ନା ଭାରତ ଦ୍ୱାରା ପରିଚାଳିତ ସମସ୍ତ ବିମାନ ଚଳାଚଳ ପାଇଁ ବନ୍ଦ କରିଛି ବୋଲି ଘୋଷଣା କରିଛି। 

ବାଣିଜ୍ୟ ବନ୍ଦ: ଭାରତ ସହ ଚାଲୁଥିବା ସମସ୍ତ ବାଣିଜ୍ୟ ସହ ତୃତୀୟ ପକ୍ଷ ରାଷ୍ଟ୍ର ଦ୍ୱାରା ହେଉଥିବା ବ୍ୟବସାୟକୁ ମଧ୍ୟ ବନ୍ଦ କରିଛି ପାକିସ୍ତାନ।

ରାଜନୈତିକ ସମ୍ପର୍କରେ ହ୍ରାସ: ଇସଲାମାବାଦରେ ଥିବା ଭାରତୀୟ ହାଇ କମିଶନରେ କାର୍ଯ୍ୟରତ ପ୍ରତିରକ୍ଷା, ନୌସେନା ଓ ବାୟୁସେନା ପରାମର୍ଶଦାତାମାନଙ୍କୁ 'ପର୍ସୋନା ନନ ଗ୍ରାଟା' (ଅଗ୍ରାହ୍ୟ ବ୍ୟକ୍ତି) ଘୋଷଣା କରାଯାଇ ସେମାନଙ୍କୁ ଏପ୍ରିଲ୍‌ ୩୦ ତାରିଖ ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

କର୍ମଚାରୀ ସଂଖ୍ୟ ହ୍ରାସ: ଭାରତୀୟ ହାଇ କମିଶନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟକୁ କମାଇ ୩୦ କରିବାକୁ ପାକିସ୍ତାନ ସରକାରହ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି। ଚଲିତ ମାସ ଶେଷ ସୁଦ୍ଧା ଅତିରିକ୍ତ କର୍ମଚାରୀଙ୍କୁ ହଟାଇବାକୁ ପାକିସ୍ତାନ ଆଦେଶ ଦେଇଛି।

ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ନିଷ୍ପତ୍ତିକୁ ପାକିସ୍ତାନ "ପ୍ରତ୍ୟାଖ୍ୟାନ" କରିଛି। ଏହା ସହ ସିନ୍ଧୁ ଜଳ ଚୁକ୍ତିକୁ "ବିଶ୍ୱ ବ୍ୟାଙ୍କ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏକ ବାଧ୍ୟତାମୂଳକ ଅନ୍ତର୍ଜାତୀୟ ଚୁକ୍ତି" ବୋଲି କହିଛି। ପୂର୍ବରୁ ଆତଙ୍କବାଦୀଙ୍କ ପାକିସ୍ତାନ ଭୂସ୍ୱର୍ଗ ପାଲଟିଛି ବୋଲି ବାରମ୍ବାର ସମାଲୋଚନା କରିଥିବା ଭାରତ ପହଲଗାମ ଆକ୍ରମଣ ପାଇଁ ଇସଲାମାବାଦକୁ ଦାୟୀ କରିଛି। ପାକିସ୍ତାନ ନିଜ ପକ୍ଷରୁ ଏହି ଅଭିଯୋଗଗୁଡ଼ିକୁ "ଅଯଥା, ଯୁକ୍ତିହୀନ" ବୋଲି କହି ଭାରତ ବିରୋଧି ନିଷ୍ପତ୍ତି ଗ୍ରହଣ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.