ନୂଆଦିଲ୍ଲୀ,୨୩/୧ : ଭାରତୀୟ ମହିଳା ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହ ବିବାହ ଭାଙ୍ଗିବା ପରେ ବେଶ ଚର୍ଚ୍ଚାରେ ରହିଥିଲେ ପଲାସ ମୁଛଲ । ୨୦୨୫ ମସିହାରେ ଏହି ଖବର ବେଶ ଚର୍ଚ୍ଚାରେ ରହିଥିଲା । ତେବେ କିଛିଦିନ ବ୍ୟବଧାନରେ ପୁଣି ଖବରର ଶିରୋନାମା ପାଲଟିଛନ୍ତି ପଲାସ । ସେ ୪୦ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଉଛି । ତେବେ ଏହାର ଉତ୍ତର ରଖିଛନ୍ତି ପଲାସ । ସେ ଅଭିଯୋଗ ମିଥ୍ୟା ବୋଲି କହି ଖାରଜ କରିଛନ୍ତି । ଏହାସହ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ବିଜ୍ଞାନ ମାନେ ପଲାସ ମୁଛଲଙ୍କ ଉପରେ ଏକ ଚଳଚ୍ଚିତ୍ର ପାଇଁ ଟଙ୍କା ଗ୍ରହଣ, ଠକେଇ ଏବଂ ଆର୍ଥିକ ହେରଫେରର ଅଭିଯୋଗ ଆଣିଛନ୍ତି । ସ୍ମୃତି ମନ୍ଧାନାଙ୍କ ପିଲାଦିନର ବନ୍ଧୁ ବିଜ୍ଞାନ ମାନେ ପଲାସଙ୍କ ଅଭିଯୋଗ ଆଣି କହିଛନ୍ତି କି, ସେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଛନ୍ତି ।

କଣ କହିଲେ ପଲାସ ?

ପଲାସ ତାଙ୍କ ଇନଷ୍ଟାଗ୍ରାମରେ ବିଜ୍ଞାନ ମାନେଙ୍କ ଅଭିଯୋଗ ସମ୍ପର୍କରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଦାବିକୁ ଭିତ୍ତିହୀନ ଏବଂ ତଥ୍ୟଗତ ଭାବରେ ଭୁଲ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେପଟେ ବିଜ୍ଞାନ ମାନେ ଥାନାରେ ଏକ ମାମଲା ମଧ୍ୟ ଦାୟର କରିଛନ୍ତି । ତାଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ନେଇଥିବାବେଳେ ଏବେ ଠକିଛନ୍ତି ।

ଏହାସହ ପଢ଼ନ୍ତୁ : ରାୟପୁରରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇଲା ଟିମ ଇଣ୍ଡିଆ, ସୂର୍ଯ୍ୟକୁମାର ଏବଂ ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ