PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମହାରାଷ୍ଟ୍ର ପାଲଘରର ଏକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ, ୩ ଶ୍ରମିକଙ୍କ ମୃତ୍ୟୁ, ୮ ଗୁରୁତର…

ମହାରାଷ୍ଟ୍ର: ମୁମ୍ବାଇର ନିକଟବର୍ତ୍ତି ପାଲଘର ଜିଲ୍ଲାର ବସଇରେ ଥିବା ଏକ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଅତି କମରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କାରଖାନାରେ ପ୍ରାୟ ୫୦ ଲୋକ କାମ କରୁଥିଲେ । ଏହି ସମୟରେ ଏକ ହାଇଡ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଏହି ଶବ୍ଦ ଯୋଗୁଁ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡିଥିଲେ । ପ୍ରଥମରୁ ଲୋକମାନଙ୍କୁ ଅନୁଭବ ହୋଇଥିଲା ଯେ, କୌଣସି ସ୍ଥାନରେ ଏକ ବଡ ବୋମା ବିସ୍ଫୋରଣ ହୋଇଛି । ତେବେ ପରେ କମ୍ପାନୀରେ ଏକ ବଏଲର ବିସ୍ଫୋରଣ ହୋଇଥିବା ଜଣାପଡିଥିଲା ।

ଏହି ବିସ୍ଫୋରଣ ପରେ ଆକାଶରେ ବହୁ ଧୂଆଁ ଦେଖିବାକୁ ମିଳିଥିଲା । ବିସ୍ଫୋରଣ ପରେ ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।