ନୂଆଦିଲ୍ଲୀ,୦୬/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ରମେଶ୍ୱରାମ ଦ୍ୱୀପକୁ ସଂଯୋଗ କରୁଥିବା ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜକୁ ଉଦ୍‌ଘାଟନ କରିଛନ୍ତି। ଏହି ସେତୁ ସାହାଯ୍ୟରେ ରେଳ ସଂଯୋଗରେ ଉନ୍ନତି ହେବ। 

ସୂଚନାଥାଉକି ଏହି ଭୂଲମ୍ବ ବ୍ରିଜ୍‌ ଅର୍ଥାତ୍‌ ଭର୍ଟିକାଲ ବ୍ରିଜ ସମୁଦ୍ର ଦେଇ ଯାଉଥିବା ୨,୦୭୦ ମିଟର ଲମ୍ବା ରେଳ ଟ୍ରାକ୍ ଉପରେ ନିର୍ମିତ ହୋଇଛି ଏବଂ ଏହି ବ୍ରିଜର ଦୈର୍ଘ୍ୟ ୭୨.୫ ମିଟର, ଏହାକୁ ୧୭ ମିଟର ପର୍ଯ୍ୟନ୍ତ ଉପରକୁ ଉଠାଯାଇପାରିବ। ଏହା ଦ୍ବାରା, ବଡ଼ ଜାହାଜଗୁଡ଼ିକ ବ୍ରିଜ ଅତିକ୍ରମ କରି ସହଜରେ ଯାଇପାରିବ। 

ଏହି ସମ୍ପର୍କିତ ଖବର ପଢ଼ନ୍ତୁ: ନୂଆ ପମ୍ବନ ପୋଲ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ପମ୍ବନ

କିପରି ନିର୍ମାଣ ହେଲା ପମ୍ବନ ସି ବ୍ରିଜ ?

ରମେଶ୍ୱରାମ ଦ୍ବୀପରେ ରାମେଶ୍ବରମ ଜ୍ୟୋତିର୍ଲିଙ୍ଗ ରହିଛି, ତେଣୁ ଅନେକ ଲୋକ ଏଠାକୁ ଯାଆନ୍ତି। ପମ୍ବନ୍ ସି ବ୍ରିଜର ମୂଲ୍ୟ ବିଷୟରେ ଯଦି ଆମେ କହିବା, ତେବେ ଏହି ବ୍ରିଜ୍ ୫୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏବଂ ଏହି ସେତୁରେ ୭୨.୫ ମିଟର ଲମ୍ବା ଭର୍ଟିକାଲ୍ ଲିଫ୍ଟ ସ୍ପାନ୍ ଅଛି, ଯାହାକୁ ୧୭ ମିଟର ପର୍ଯ୍ୟନ୍ତ ଉଠାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏହି ସେତୁର ଉଦଘାଟନ କରିଛନ୍ତି।

କେଉଁ ବସ୍ତୁରେ ନିର୍ମାଣ ହୋଇଛି ବ୍ରିଜ ?

ପମ୍ବନ୍ ସି ବ୍ରିଜ୍ ସମୁଦ୍ରରେ ନିର୍ମିତ ଏବଂ ଏହାକୁ ସବୁ ପ୍ରକାରର ପାଣିପାଗରେ ଭଲ ସ୍ଥିତିରେ ରଖିବା ପାଇଁ ଷ୍ଟେନଲେସ୍ ଷ୍ଟିଲରେ ନିର୍ମାଣ କରାଯାଇଛି। ଏହି ସେତୁରେ ଉନ୍ନତମାନର ରଙ୍ଗ ବ୍ୟବହାର କରାଯାଇଛି, ଯେଉଁ କାରଣରୁ ଏଥିରେ କଳଙ୍କି ଲାଗିବ ନାହିଁ। ସେତୁର ବିଭିନ୍ନ ପାର୍ଟ୍ସ ଗୁଡ଼ିକୁ ସଂଯୋଗ କରିବା ପାଇଁ ୱେଲଡିଂ ମଧ୍ୟ ବ୍ୟବହୃତ ହୋଇଛି। 

ଏହି ଉଦଘାଟନୀ ସମାରୋହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାମିଲନାଡୁର ରାଜ୍ୟପାଳ ଆର. ଏନ. ରବି, ରାଜ୍ୟ ଅର୍ଥମନ୍ତ୍ରୀ ଥଙ୍ଗମ ଥେନାରାସୁ ଏବଂ ଅନ୍ୟାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ରବି, ଥେନାରାସୁ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଏଲ୍ ମୁରୁଗନ୍, ବିଜେପି ତାମିଲନାଡୁ ୟୁନିଟ୍ ମୁଖ୍ୟ କେ ଅନ୍ନାମଲାଇ, ଏଚ୍ ରାଜା ଏବଂ ବନଥୀ ଶ୍ରୀନିବାସନଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଶ୍ରୀଲଙ୍କାରୁ ଆସିବା ପରେ ମୋଦୀଙ୍କୁ ସ୍ୱାଗତ କରିଥିଲେ।

You can also read: ୱାକଫ୍ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ବିଲ୍